ରୟାଲ୍ ଷ୍ଟାଗ୍ ବାରେଲ୍ ପକ୍ଷରୁ ବୃହତ କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଗତ ୧୦ଟି ଚଳଚ୍ଚିତ୍ର ଜିଓ ମାମି ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯିବ

Winner Gautam Vaze2c Director2c 27Aai Shapat27ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ପକ୍ଷରୁ ହୃଦୟକୁ ଛୁଇଁପାରୁଥିବା ୧୦ଟି ଫିଲ୍ମର ପ୍ରଦର୍ଶନ ୧୯ ତମ ଜିଓ ମାମି ମୁମ୍ବାଇ ଫିଲ୍ମ ଫେଷ୍ଟଭାଲ୍ରେ କରାଯିବ । ଏଥିରେ ଗୌତମ ଭାଜେଙ୍କର ଫିଲ୍ମ ଆଇ ଶପତ୍ ଜୁରୀ ସଦସ୍ୟଙ୍କୁ ବେଶ୍ ପସନ୍ଦ ଆସିଛି ।
ଜୁରୀ ସଦସ୍ୟଙ୍କ ମଧ୍ୟରେ ଅଭିନେତା ରାଜକୁମାର ରାଓ, ଫିଲ୍ମ ନିର୍ମାତା ତଥା ଅଭିନେତ୍ରୀ ସୃଷ୍ଟି ଆରୟା, ନିଦେ୍ର୍ଧଶକ ତଥା ସ୍କ୍ରିନ୍ ରାଇଟର ନିତ୍ୟ ମେହେରା ପ୍ରଭୃତି ରହିଛନ୍ତି ।
୧୦ଟି ଫିଲ୍ମ ମଧ୍ୟରେ ସ୍ନେହ ନିହାଲନୀଙ୍କ କିଡା, ଅଞ୍ଜୁ ଗୁଲାଟିଙ୍କର ଦି ମ୍ୟାନଲିଏଷ୍ଟ ମ୍ୟାନ୍, ଅହମ୍ମଦ ରାୟଙ୍କର ଦି ଥଟ୍ ଅଫ୍ ୟୁ, ଗୌତମ ଭାଜେଙ୍କ ଆଇ ଶପତ୍, ଶିଶିର କୁମାର ସାହୁଙ୍କ ଫର୍ଚ୍ଚା, ପୁଷ୍ପକ ଅନୀଲ ଜୈନଙ୍କ ଆଲାସ୍କା, ବିନୋଦ ରାୱତଙ୍କ ମ୍ୟାଡ୍, ସୁମିତ୍ କୁମାରଙ୍କ ମୀରା, ମାନବୀ ବେଦୀଙ୍କ କାଉଟିଂ ଷ୍ଟାର୍ ଆଦି ପ୍ରଦର୍ଶିତ ହେବ ।
ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍ ଭଳି ଖ୍ୟାତି ସମ୍ପନ୍ନ ଉତ୍ସବରେ ଏସବୁ ବୃହତ୍ କ୍ଷୁଦ୍ର ଚଳଚ୍ଚିତ୍ରର ପ୍ରଦର୍ଶନ ହେବା ଅତ୍ୟନ୍ତ ଆନନ୍ଦର କଥା । ଏସବୁ ଦର୍ଶକଙ୍କ ଦ୍ୱାରା ଆଦୃତି ହେବାର ଆଶା ରହିଛି ।
ଏହି ଅବସରରେ ପେରନର୍ଡ ରିକାର୍ଡ ଇଣ୍ଡିଆର ମାର୍କେଟିଙ୍ଗ୍ ଆସିଷ୍ଟାଂଟ୍ ଭାଇସ୍ ପ୍ରେସିଡେଂଟ୍ ରାଜା ବାନାର୍ଜୀ କହିଲେ, “ ରୟାଲ ଷ୍ଟାଗ୍ ବ୍ୟାରେଲ୍ ବିସ୍ତୁତ ବର୍ଗର କ୍ଷୁଦ୍ର ଚଳଚ୍ଚିତ୍ର ଚୟନ ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଏହି ବର୍ଗରେ୧୦ଟି ଆକର୍ଷଣୀୟ ଫିଲ୍ମର ପ୍ରଦର୍ଶନ ହେଉଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରିଛି ।”
ଏହି ଅବସରରେ ଜୁରୀଙ୍କ ଦ୍ୱାରା ପସନ୍ଦ ହୋଇଥିବା ଚଳଚ୍ଚିତ୍ର ଆଇ ଶପତ୍ର ନିଦେ୍ର୍ଧଶକ ଗୌତମ ଭାଜେ କହିଲେ, ଏହି ଫିଲ୍ମ ଦର୍ଶକଙ୍କୁ ଜିଓ ମାମି ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍ରେ ବେଶ୍ ପସନ୍ଦ ଆସିବ ।
ଏହି ଅବସରରେ ସୁଜୟ ଘୋଷଙ୍କର ଅନୁକୂଳ, ଚୈତନ୍ୟ ତମହାନେଙ୍କର ଡେଥ୍ ଅଫ୍ ଫାଦର, ମାନସୀ ନିର୍ମଳ ଜୈନଙ୍କର ଚୁରୀ ଏବଂ ନୀରଜ୍ ଘାୟେୱାନଙ୍କର ଜୁସ୍ର ପି୍ରମିୟର କରାଯିବ ।
ରୟାଲ ଷ୍ଟାଗ୍ ବ୍ୟାରେଲ୍ ‘ମେକ୍ ଇଟ୍ ପରଫେକ୍ଟ’ ଉପରେ ବିଶ୍ୱାସ କରିଥାଏ । ଏହା ବଲିଉଡ୍ର ସୃଜନଶୀଳ ନିଦେ୍ର୍ଧଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରୁଛି ।
ପ୍ରଦର୍ଶିତ ହେବାକୁଥିବା ଚଳଚ୍ଚିତ୍ର କିଡାରେ ମୁମ୍ବାଇର ଘୋଟୋ ଉପରେ ପର୍ଯ୍ୟବେଶିତ । ସେହିପରି ଦି ମ୍ୟାନଲିଏଷ୍ଟ ମ୍ୟାନ୍ରେ ଗ୍ରାମୀଣ କୁମ୍ଭାର ସମ୍ପର୍କରେ ବର୍ଣ୍ଣିତ ହୋଇଛି । ଦି ଥଟ୍ ଅଫ୍ ୟୁରେ ଏକ ଦମ୍ପତିଙ୍କ ଉପରେ ବର୍ଣ୍ଣିତ ହୋଇଛି । ଆଇ ଶପତ୍ରେ ମିଥ୍ୟା ପ୍ରତିଶ୍ରୁତି ଉପରେ ପର୍ଯ୍ୟବେଶିତ । ଫର୍ଚ୍ଚା ଆତ୍ମହତ୍ୟାକରିବାକୁ ଯାଉଥିବା ଦୁଇ ସାଙ୍ଗଙ୍କ କାହାଣୀ ଉପରେ ପର୍ଯ୍ୟବେଶିତ । ଆଲାସ୍କାରେ ଜଣେ ଯୁବ ଫଟୋଗ୍ରାଫରଙ୍କ କାହାଣୀ ଉପରେ ପର୍ଯ୍ୟବେଶିତ । ମ୍ୟାଡ୍ ମା’ ଝିଅଙ୍କ ସଂଘର୍ଷ କାହାଣୀ ଉପରେ ନିର୍ମିତ ହୋଇଛି । ମୀରାରେ ଅନୁତାପ କରୁଥିବା ଜଣେ ଚରିତ୍ର ଉପରେ ପର୍ଯ୍ୟବେଶିତ । କାଉଟିଂ ଷ୍ଟାର୍ରେ ୯ବର୍ଷ ଜଣେ ବାଳିକାର କାହାଣୀ ବର୍ଣ୍ଣିତ ହୋଇଛି ।

Share in top social networks!