ଆମାଜନ୍ ପେ ବୁକ୍ ମାଇଁ ଶୋ’ରେ ଗ୍ରହଣୀୟ ହେଲା

ଗ୍ରାହକଙ୍କୁ ନୂତନ ତକ୍ରାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ଡଟ୍ ଇନ୍ ପକ୍ଷରୁ ଆରମ୍ଭ ହୋଇଥିବା ଆମାଜନ ପେ ବାଲାନ୍ସ୍ ଏବେ ବୁକ୍ ମାଇଁ ଶୋ’ ପ୍ଳାଟଫର୍ମରେ ଗ୍ରହଣୀୟ ହେବ ବୋଲି ଘୋଷଣା କରାଯାଇଛି । ଏହା ୱେବସାଇଯ୍, ମୋବାଇଳ୍ ୱେବ୍, ଆଣ୍ଡ୍ର,ଡ୍ ଏବଂ ଆଇଓଏସ୍ ଆପ୍ରେ ଉପଲବ୍ଧ ହେବ । ଏହିଚୁକ୍ତି ଦ୍ୱାରା ଅନେକ ବ୍ୟବସାୟୀ ଏଥିରେ ସଂଲଗ୍ନ ରହିପାରିବେ ।
ଏହା ଦ୍ୱାରା ଗ୍ରାହକ ଫୁଡ୍ ଅର୍ଡରିଂ, ଟ୍ରାଭେଲ୍, ବିଲ୍ ପେମେଂଟ୍ ପ୍ରଭୃତିେ ରବୁକ୍ ମାଇଁ ଶୋ’ର ଉପଯୋଗ କରି ପାରିବେ । ସେମାନଙ୍କର ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ତଥା ଇଂଟରନେଟ୍ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସହଜ ତଥା ନୂତନ ଅଭିଜ୍ଞତା ହାସଲ କରିବାକୁ ସକ୍ଷମ ହେବେ । ଏହି ପ୍ରଣାଳୀ ବେଶ୍ ସୁରକ୍ଷିତ ଏବଂ ତକ୍ରାଳ ସମ୍ପନ୍ନ ହୋଇପାରିବ ।
ଅମାଜନ୍ର ପେ ବାଲାନ୍ସ୍ ଅନଲାଇନ୍ରେ ଗ୍ରାହକଙ୍କୁ ସେମାନଙ୍କ ଅର୍ଡର ଅନୁସାରେ ପେମେଣ୍ଟ୍ ବ୍ୟବସ୍ଥାକୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହେବ । କୌଣସି ସ୍ୱୀକୃତି ପ୍ରାପ୍ତ ଅତିରିକ୍ତ କର୍ତ୍ତୃପକ୍ଷଙ୍କ ବିନା ଏହି ପ୍ରରାଳୀ କାର୍ଯ୍ୟ କରିବାକୁ ସକ୍ଷମ ହେବ । ଏହା ମା୍ମମରେ ଗ୍ରାହକ ରି‘ଣ୍ଡ୍, କ୍ୟାସବ୍ୟାକ୍, ପ୍ରମୋସନାଲ୍ କ୍ରେଡିଟ୍ ତଥା ଗି‘୍ଟ କାର୍ଡ ବାଲାନ୍ସ୍ ପ୍ରଭୃତି ସମ୍ପନ୍ନ ହୋଇପାରିବ । ଏହା ଦ୍ୱାରା ଗ୍ରାହକ ସହଜରେ ଅନଲାଇନ୍ କାରବାର କରିବାକୁ ସକ୍ଷମ ହେବେ ଏବଂ ବାଲାନ୍ସ୍ ସମ୍ପର୍କିତ ତଥ୍ୟ ସହଜରେ ହାସଲ କରିପାରିବେ ।

ଏହି ଘୋଷଣା ଅବସରରେ ଆମାଜନ୍ ଇଣ୍ଡିଆର ପେମେଂଟ୍ ଉପସଭାପତି ଶ୍ରୀରାମ ଜଗନ୍ନାଥନ୍ କହିଲେ, “ ଆମାଜନ ପେ ବାଲାନ୍ସ୍ ବୁକ୍ ମାଇଁ ଶୋ’ ସହିତ ସାମିଲ୍ ହୋଇ ସମସ୍ତ ଗ୍ରାହକଙ୍କୁ ଚିନ୍ତାମୁକ୍ତ ବାଲାନ୍ସ୍ ଉପଲବ୍ଧ କରିବା ସହିତ ନୂତନ ପେମେଂଟ୍ ଅଭିଜ୍ଞତା ଉପଲବ୍ଧ କରିବାକୁ ସକ୍ଷମ ହେବେ । ଆମ୍ଭେ ସର୍ବଦା ଚିନ୍ତାମୁକ୍ତ ଗ୍ରାହକ ସେବା ଯୋଗାଣକୁ ପ୍ରାଥମିକତା ଦେଇଥିବାବେଳେ ଆଗାମୀ ଦିନରେ ଏହା ଜାରି ରହିବ । ଅନ୍ଲାଇନ୍ରେ ମନୋରଞ୍ଜନ ପାଇଁ ଟିକେଟିଂ ଉପଲବ୍ଧ କରାଇବାକୁ ଏହା ସକ୍ଷମ ହେବ ।”
ଏହି ଅବସରରେ ବୁକ୍ ମାଇଁ ଶୋ’ର ବିଜନେସ୍ ଇଂଯେଲଜେନ୍ସ ଓ ମାର୍କେଟିଂ ଭିପି ମାର୍ଜଡି କାଲିଅନ୍ୱାଲା କହିଲେ, “ ବୁକ୍ ମାଇଁ ଶୋ’ ନିରନ୍ତର ଗ୍ରାହକଙ୍କ ୁ ଚିନ୍ତାମୁକ୍ତ ସେବା ପ୍ରଦାନ ଜାରି ରଖିଛି । ଏହାଦ୍ୱାରା ଆମାଜନର ଗ୍ରାହକ ସଂଖ୍ୟା ବୃଦ୍ଧି ପାଇବାର ଆଶା ରହିଛି । ଏହି ବିଶ୍ୱାସନୀୟ ପ୍ଳାଟଫର୍ମ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ ।”
ଆମାଜନ ବୁକ୍ ମାଇ ଶୋ’, ରେଡ୍ ବସ୍, ଅଭିବସ୍, ଫାସୋସ୍, ଫ୍ରେସ୍ ମେନୁ୍ୟ, ବକ୍ସ୍-୮, ହାପତିକ୍, କମ୍ପପେରିଫି, ନିକ୍କ୍ି ପ୍ରଭୃତି ସହିତ କାର୍ଯ୍ୟ କରୁଛି ।
ଆମାଜନ ପେ ବାଲାନ୍ସ୍ ବୁକ୍ ମାଇଁ ଶୋ’ ସହିତ ସାମିଲ୍ ହୋଇ ସମସ୍ତ ଗ୍ରାହକଙ୍କୁ ଚିନ୍ତାମୁକ୍ତ ବାଲାନ୍ସ୍ ଉପଲବ୍ଧ କରିବା ସହିତ ନୂତନ ପେମେଂଟ୍ ଅଭିଜ୍ଞତା ଉପଲବ୍ଧ କରାଇବ ।
ସିଟିବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ କାର୍ଡଧାରୀ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ ।

ଆମାଜନର ନିଜସ୍ୱ ଉପôାଦ ମଧ୍ୟରେ ଏଡବ୍ଲୁ୍ରଏସ୍, କିଣ୍ଡଲେ, ଫାୟାର୍, ଟ୍ୟାବଲେଟ୍, ଫାୟାର୍ ଟିଭି, ଅମାଜନ୍ ଇକୋ, ଆଲେକ୍ସା ପ୍ରଭୃତି ବିଶେଷ ଖ୍ୟାତି ହାସଲ କରିପାରିଛି ।
ବୁକ୍ ମାଇଁ ଶୋ’ ମୁମ୍ବାଇରେ ୧୯୯୯ରେ ସ୍ଥାପିତ ହୋଇଥିବାବେଳେ ୨୦୦୭ଠାରୁ କାର୍ଯ୍ୟ ଆରମ୍ଭ କରିଥିଲା । ଦେଶର ୬୫୦ ସହରରେ ଏହା କାର୍ଯ୍ୟ କରୁଛି । ଏହାର ଏକ ନିୟୁତରୁ ଅଧିକ ଗ୍ରାହକ ଅଛନ୍ତି ।

Share in top social networks!