ଜିଏସ୍ଟି ସମାଧାନ ପାଇଁ ଭୋଡ଼ାଫୋନର କେପିଏମଜି ଓ ଏଚ୍ପି ସହ ସହଭାଗିତା

ଭୋଡ଼ାଫୋନ ଇଣ୍ଡିଆର ଉଦ୍ୟୋଗୀ ସହଯୋଗୀ ଭୋଡ଼ାଫୋନ ବିଜନେସ୍ ସର୍ଭିସେସ୍ (ଭିବିଏସ୍) ଏଚପି ଇଣ୍ଡିଆ ଓ କେପିଏମଜି ସହଯୋଗରେ ବ୍ୟବସାୟ କ୍ଷେତ୍ର ପାଇଁ ଜିଏସଟି ପ୍ରସ୍ତୁତ ସମାଧାନ ସୂତ୍ର ପ୍ରଚଳନ କରିଛି । ଏହି ବ୍ୟବସ୍ଥାରେ ହାଡର଼୍ୱେର, ଜିଏସଟି ଇ-ଫାଇଲିଂ ଓ ଆକାଉଣ୍ଟିଂ ସଫ୍ଟୱେର ରହିଛି । ଏଥିସହ ଏକ ସଂଯୋଗୀକରଣ ବ୍ୟବସ୍ଥା ମଧ୍ୟ ରହିଛି । ଏହାଦ୍ୱାରା ଲକ୍ଷାଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, କ୍ଷୁଦ୍ର ଅଫିସ , ଘରୋଇ ଅଫିସ ସୁରଖୁରରେ ଜିଏସଟି ବ୍ୟବସ୍ଥାକୁ ପରିବର୍ତ୍ତିତ ହୋଇପାରିବେ । ଭୋଡ଼ାଫୋନ ଦେଶର ଏକମାତ୍ର ଟେଲି ଯୋଗଯୋଗ କଂପାନୀ ଯେକି ଜିଏସଟି ସଂପର୍କିତ ସୂତ୍ର ବ୍ୟବସାୟୀଙ୍କୁ ପ୍ରଦାନ କରିବା ନେଇ ପଦକ୍ଷେପ ନେଇଛି । ଏଥିପାଇଁ ଏଚପି ହାଡର଼୍ୱେର ଯୋଗାଇବ । କେପିଏମଜି ଜିଏସଟି ସଂକ୍ରାନ୍ତ ସଫ୍ଟୱେର ଯୋଗାଇବ ଏବଂ ଭୋଡ଼ାଫୋନ ସଂଯୋଗୀକରଣ ସୁବିଧା ପ୍ରଦାନ କରିବ । ଏହି ବ୍ୟବସ୍ଥା ପାଇଁ ୨୪ ମାସ ନିମନ୍ତେ ମାସିକ ସର୍ବକିସ୍ତି ୬୩୦ ଟଙ୍କା ପ୍ରଦାନ କରିବାକୁ ପଡ଼ିବ ।
ଏହି ଅବସରରେ ଭିବିଏସ୍ ନିଦେ୍ର୍ଧଶକ ନିକ୍ ଗ୍ଲିଡ଼ନ କହିଛନ୍ତି ଯେ, ଡ଼ିଜିଟାଲ ଯାତ୍ରା ପାଇଁ ବ୍ୟବସାୟୀଙ୍କୁ ପ୍ରଥମ ଥର ପାଇଁ ଏପ୍ରକାର ପୂର୍ଣ୍ଣାଙ୍ଗ ଜିଏସ୍ଟି ସମାଧାନ ସୂତ୍ର ପ୍ରଦାନ କରାଯାଇଛି । ଏଥିପାଇଁ ଆମେ ଆନନ୍ଦିତ ବୋଲି ସେ କହିଛନ୍ତି ।
ଏଚପି ଇଣ୍ଡିଆର ପରିଚାଳନା ନିଦେ୍ର୍ଧଶକ ସୁମୀର ଚନ୍ଦ୍ର କହିଛନ୍ତି ଯେ, ଜିଏସଟି ଭାରତରେ ଏକ ବଳିÂ ଟିକସ ସଂସ୍କାର । କେପିଏମଜି ଓ ଭୋଡ଼ାଫୋନ ସହଯୋଗରେ ଏଚପି ଗ୍ରାହକଙ୍କୁ ସମନ୍ୱିତ ସୁବିଧା ପ୍ରଦାନ ଜିଏସଟି ବ୍ୟବସ୍ଥାକୁ ସେମାନଙ୍କ ପରିବର୍ତ୍ତନକୁ ସୁଗମ କରିବାକୁ ଚାହିଁଛି ।
କେପିଏମଜି ଡେ଼ପୁଟି ସିଇଓ ଅଖିଲ ବଂଶଲ କହିଛନ୍ତି ଯେ, ଏହି ମିଳିତ ଯୋଜନା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା କାର୍ଯ୍ୟାଳୟଗୁଡ଼ିକୁ ସୁରଖୁରରେ ଜିଏସଟି ବ୍ୟବସ୍ଥା ମଧ୍ୟକୁ ପ୍ରବେଶ କରାଯାଇପାରିବ ।

Share in top social networks!