ଇଣ୍ଡିଆ କ୍ଲିନ କୁକ ଷ୍ଟୋଭ ଫୋରମ ୨୦୧୭ ରେ ଯୋଗଦାନ କରିବ ଓଡିଶା

IMG_7316“ରାଜ୍ୟର ଦୁର୍ଗମ ଅଂଚଳରେ ଏବେ ମଧ୍ୟ ଲୋକେ କାଠ ଚୁଲା ବ୍ୟବହାର କରୁଛନ୍ତି । ଯଦିଓ ଉଜ୍ଝଳା
ଯୋଜନାରେ ଏଲପିଜି ଗ୍ୟାସ ବ୍ୟବହାର ନେଇ ଦେଶ ବ୍ୟାପୀ ବ୍ୟାପକ ପରିବର୍ତନ ହୋଇଛି, ତଥାପି କାଠ ଚୁଲାର
ବ୍ୟବହାର ଯାହା ଥିଲା ସେୟା ରହିଛି ।” ଏହା କହିଛନ୍ତି, ପ୍ରାକ୍ଟିକାଲ ଆକ୍ସନର ଭାରତ ମୁଖ୍ୟ ଡା ବିରୁପାକ୍ଷ ଦିକ୍ଷିତ ।
ସ୍ଥାନୀୟ ନେହେରୁ ଯୁବ କେନ୍ଦ୍ର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ରାଜ୍ୟରେ
ଆଜି ଭି ୬୦ ଲକ୍ଷରୁ ଅଧିକ ପରିବାର କାଠ ଚୁଲା ଉପରେ ନିର୍ଭରଶୀଳ । ତେବେ ପରିବେଶର ସୁରକ୍ଷା ତଥା
କାଠଚୁଲାର ଅପକାରିତାରୁ ମୁକ୍ତି ପାଇବାକୁ ହେଲେ କ୍ଲିନ କୁକ ଷ୍ଟୋଭ ବା ପରିବେଶ ଅନୁକୁଳ ଚୁଲା ବ୍ୟବହାର ପାଇଁ
ସରକାରୀ ସ୍ତରରେ ଉଦ୍ୟମ ଆବଶ୍ୟକ ।
ଚଳିତ ମାସ ନୁଆଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଯାଉଥିବା ଇଣ୍ଡିଆ କ୍ଲିନ କୁକ ଷ୍ଟୋଭ ଫୋରମ ୨୦୧୭ ରେ
ଓଡିଶା ଯୋଗଦାନ କରିବାକୁ ଯାଉଥିବା କଥା କହିଥିଲେ କ୍ଲୀନ ସଂସ୍ଥା ଦିଲ୍ଲୀରୁ ଆସିଥିବା ନିତିନ ଆଖାଡେ । ସେ
କହିଥିଲେ ଓଡିଶା କ୍ଳୀନ କୁକ୍ ଷ୍ଟୋଭ କ୍ଷେତ୍ରରେ ଅନେକ ଆଗରେ ରହିଛି । ରାଜ୍ୟର ସାମାଜିକ ଅନୁÂାନ ଏହାକୁ
ଲୋକାଦୃତ କରାଇବାରେ ଅନେକ ପଦକ୍ଷେପ ନେଇଛନ୍ତି । ସେହିପରି ଚଳିତ ମାସରେ ହେବାକୁ ଯାଉଥିବା ଇଣ୍ଡିଆ
କ୍ଲିନ କୁକ ଷ୍ଟୋଭ ଫୋରମ ୨୦୧୭ ରେ ଓଡିଶାର କାର୍ଯ୍ୟକୁ ଉଦାହରଣ ଭାବରେ ନିଆଯିବ ବୋଲି ସେ ପ୍ରକାଶ
କରିଥିଲେ । ସେହିପରି ପ୍ରାକ୍ଟିକାଲ ଅକ୍ସନର ଶକ୍ତି ଅଧିକାରୀ ସଂଜିତ ବେହେରା କୋରାପୁଟରେ ଆଦିବାସୀ
ମହିଳାମାନେ ସଂସ୍ଥା ସହାୟତାରେ କ୍ଲିନ କୁକ ଷ୍ଟୋଭ ବ୍ୟବସାୟରେ ନିଜକୁ ସଫଳ ଉଦ୍ୟୋଗୀ କରିପାରିଥିବା କଥା
ପ୍ରକାଶ କରିଥିଲେ ।
ଅନ୍ୟତମ ଶକ୍ତି ବିଶେଷଞ୍ଜ ପ୍ରଶାନ୍ତ ବିଶ୍ୱାଳ କହିଥିଲେ, ଯେ ଏବେ ସମୟ ଆସିଛି, ଏଲପିଜି ଉପରେ ଭରସା ନକରି
କ୍ଲିନ କୁକ ଷ୍ଟୋଭ ବା ପରିବେଶ ଅନୁକୁଳ ଚୁଲାର ପ୍ରସ୍ତୁତି, ତିଆରି କରିବା ପ୍ରଶିକ୍ଷଣ ତଥା ବ୍ୟବସାୟିକ ଅଭିବୃଦ୍ଧି ଦ୍ୱାରା
ମହିଳା ଶସକ୍ତିକରଣ କରାଯିବା ସହ ପରିବେଶର ସୁରକ୍ଷା ଓ ମା ଓ ଶିଶୁମାନଙ୍କୁ ରୋଷଘରର ଧୁଆଁଜନିତ ରୋଗରୁ
ରକ୍ଷା କରାଯାଇପାରିବ ।