ସ୍କିଲ ଇଣ୍ଡିଆ ମିସନ୍କୁ ସୁଦୃଢ଼ କରିବ ସଂକଳ୍ପ ଏବଂ ଷ୍ଟ୍ରାଇଭ୍

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁÂିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟିରେ ସ୍କିଲ୍ ଆକୁ୍ୟଜିସନ୍ ଆଣ୍ଡ ନଲେଜ୍ ଆୱାରନେସ୍ ଫର୍ ଲାଇଭ୍ଲିହୁଡ୍ ପ୍ରମୋସନ୍ (ସଂକଳ୍ପ) ଏବଂ ସ୍କିଲ୍ ଷ୍ଟେ୍ରନ୍ଦେନିଂ ଫର ଇଣ୍ଡଷ୍ଟ୍ରିଆଲ୍ ଭାଲୁ୍ୟ ଏନ୍ହାନ୍ସମେଂଟ୍ (ଷ୍ଟ୍ରା ଇଭ୍)କୁ ମଞ୍ଜୁରି ପ୍ରଦାନ କରାଯାଇ ଥିଲା । ଏହି ଦୁଇଟି ହେଉଛି କେନ୍ଦ୍ର ପ୍ରାୟୋଜିତ ସ୍କିମ୍ । ସଂକଳ୍ପ ହେଉଛି ୪୪୫୫ କୋଟି ଟଙ୍କାର ସ୍କିମ୍ ଯାହା ବିଶ୍ୱ ବ୍ୟାଙ୍କର ୩୩୦୦ କୋଟି ସହାୟତାରେ କାର୍ଯ୍ୟକାରୀ ହେବ । ସେହିପରି ଷ୍ଟ୍ରାଇଭ୍ ହେଉଛି ୨୨୦୦ କୋଟି ଟଙ୍କାର ଏକ କେନ୍ଦ୍ର ପ୍ରାୟୋଜିତ ସ୍କିମ୍ ଯାହାର ଅଧା ଅଂଶ ସହାୟତା ବିଶ୍ୱବ୍ୟାଙ୍କ ପ୍ରଦାନ କରିବ । ଏହି ଦୁଇ ସ୍କିମ୍ ଦ୍ୱାରା ସ୍କିଲ୍ ଇଣ୍ଡିଆ ମିସନ୍ ସୁଦୃଢ଼ ହୋଇପାରିବ ।
ଶିଳ୍ପ କ୍ଷେତ୍ରର ଆବଶ୍ୟକତା ପୂରଣ କରିବା ପାଇଁ ଦକ୍ଷତା ତାଲିମ ଏବଂ ଧନ୍ଦାମୂଳକ ତାଲିମର ଗୁରୁତ୍ୱକୁ ସରକାର ଭଲ ଭାବେ ବୁଝିପାରିଛନ୍ତି । ସେଥିପାଇଁ ଅନେକ ଦକ୍ଷତା ବିକାଶ କାଯର୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । ଏହା ସହିତ ସଂକଳ୍ପ ଏବଂ ଷ୍ଟ୍ରାଇଭ୍ ଆରମ୍ଭ କରାଯାଉଥିବାରୁ ଏହି ସଂସ୍କାର ଜିଲ୍ଲା ସ୍ତରରେ ପହଂଚିପାରିବ ବୋଲି ଆଶା କରାଯାଉଛି ।
ସଂକଳ୍ପ ଜରିଆରେ ସ୍ୱୀକୃତି ଏବଂ ସାର୍ଟିଫିକେସନ୍ ପାଇଁ ଜାତୀୟ ସଂସ୍ଥା ସ୍ଥାପନ କରାଯାଇପାରିବ । ଉଭୟ ସ୍କିମ୍କୁ ଗୁଣାତ୍ମକ ଏବଂ ବଜାର ଉପଯୋଗୀ ତାଲିମ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଷ୍ଟ୍ରାଇଭ୍ ଜରିଆରେ ୫୦୦+ ଆଇଟିଆଇର ଆଧୁନିକୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଇଟିଆଇମାନଙ୍କର ରେଟିଂ ଏବଂ ଗ୍ରେଡିଂ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି ।
ସଂକଳ୍ପ ଜରିଆରେ ଟ୍ରେନର୍ ଆଣ୍ଡ ଆସେସର ଏକାଡେମି ପ୍ରତିÂା କରାଯିବ । ପ୍ରାଥମିକତା କ୍ଷେତ୍ର ପାଇଁ ଏଭଳି ୫୦ରୁ ଅଧିକ ଏକାଡେମି ସ୍ଥାପନ କରାଯିବ । ୩୫ଟି ଟ୍ରେଡ୍କୁ ନେଇ ତାଲିମଦାତାମାନଙ୍କ ନିମନ୍ତେ ତାଲିମ ଇନଷ୍ଟିଚୁ୍ୟଟ୍ ଏବଂ ଆଡଭାନ୍ସଡ୍ ଟ୍ରେନିଂ ଇନଷ୍ଟିଚୁ୍ୟଟ୍ ସ୍ଥାପନ କରାଯିବ । ଭୌଗଳିକ ଏବଂ ଚିହ୍ନଟ କ୍ଷେତ୍ର ବି•ରକୁ ନେଇ ତାଲିମଦାତାଙ୍କ ନିମନ୍ତେ ତାଲିମ ଇନଷ୍ଟିଚୁ୍ୟଟ୍ ସ୍ଥାପନ କରାଯିବ ।

Share in top social networks!
Powered By Indic IME