ଡ଼ିସିବି ବ୍ୟାଙ୍କ ପକ୍ଷରୁ ଦ୍ୱିତୀୟ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା

ଡ଼ିସିବି ବ୍ୟାଙ୍କ ନିଦେ୍ର୍ଧଶନାମଣ୍ଡଳୀ ବୈଠକ ଗତ ୧୬ ତାରିଖରେ ଅନୁÂିତ ହୋଇ ଆର୍ଥିକ ଫଳାଫଳର ସମୀକ୍ଷା କରାଯିବା ସହ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ୨୦୧୭ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କର ଶାଖା ସଂଖ୍ୟା ୩୦୬କୁ ବୃଦ୍ଧି ପାଇଛି । ଅକ୍ଟୋବର ୧୧ ତାରିଖ ସୁଦ୍ଧା ଏହି ସଂଖ୍ୟା ୩୧୦ରେ ପହଞ୍ଚିଥିଲା ।
ଟିକସକୁ ବାଦ ଦେଇ ବ୍ୟାଙ୍କର ଲାଭ ପରିମାଣ ୫୯ କୋଟି ଟଙ୍କା ହୋଇଛି ଯାହା ଗତ ଆର୍ଥିକ ବର୍ଷର ଏହି ସମୟରେ ୪୮ କୋଟି ଟଙ୍କା ଥିଲା । ସେହିପରି ଟିକସକୁ ମିଶାଇ ବ୍ୟାଙ୍କର ଲାଭ ପରିମାଣ ୯୪ କୋଟି ଟଙ୍କା ହୋଇଛି ଯାହା ଗତ ଆର୍ଥିକ ବର୍ଷର ଏହି ସମୟରେ ୭୪ କୋଟି ଟଙ୍କା ଥିଲା । ଅପରେଟିଂ ଲାଭ ୧୨୪ କୋଟି ଟଙ୍କା ହୋଇଛି ଯାହା ଗତବର୍ଷ ଏହି ସମୟରେ ୧୦୧ କୋଟି ଟଙ୍କା ଥିଲା । ଏକ୍ଷେତ୍ରରେ ୨୩% ବୃଦ୍ଧି ଘଟିଛି । ବ୍ୟାଙ୍କର ସୁଧଜନିତ ଆୟ ୨୪୮ କୋଟି ଟଙ୍କା ହୋଇଛି ଯାହା ଗତବର୍ଷ ୧୯୦ କୋଟି ଟଙ୍କା ଥିଲା । ଅଣସୁଧ ଆୟ ୬୫ କୋଟି ଟଙ୍କା ହୋଇଛି ଯାହା ଗତବର୍ଷ ଏହି ସମୟରେ ୬୨ କୋଟି ଟଙ୍କା ଥିଲା ।
ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୧୭,୩୯୫ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି ଯେଉଁ ପରିମାଣ ପୂର୍ବବର୍ଷ ଏହି ସମୟରେ ୧୪,୪୩୬ କୋଟି ଟଙ୍କା ଥିଲା । ସେପ୍ଟେମ୍ବର ୩୦ ସୁଦ୍ଧା ଜମା ପରିମାଣ ୧୬% ବୃଦ୍ଧି ପାଇ ୨୦,୫୬୭ କୋଟି ଟଙ୍କା ହୋଇଛି । କାସା ଅନୁପାତ ପୂର୍ବବର୍ଷ ଏହି ସମୟ ସୁଦ୍ଧା ୨୧.୯୧% ଥିବାବେଳେ ଚଳିତ ବର୍ଷ ୨୫.୮୮% ହୋଇଛି । ମୋଟ ଏନପିଏ ଅନୁପାତ ୧.୮୦% ହୋଇଛି ଯାହା ପୂର୍ବବର୍ଷ ୧.୭୫% ଥିଲା । ସିଏଆର ୧୪.୬୫% ରହିଛି ।
ଏହି ଅବସରରେ ବ୍ୟାଙ୍କର ସିଇଓ ତଥା ପରିଚାଳନା ନିଦେ୍ର୍ଧଶକ ମୂରଲୀ ଏମ୍ ନଟରାଜନ କହିଛନ୍ତି ଯେ, ଧାର୍ଯ୍ୟ ୨ ବର୍ଷ ମଧ୍ୟରେ ବ୍ୟାଙ୍କ ୧୫୦ରୁ ଅଧିକ ନୂଆ ଶାଖା ଖୋଲି ଆନନ୍ଦିତ । ସମସ୍ତ ନୂତନ ଶାଖା ଭଲ କାର୍ଯ୍ୟ କରୁଛି ଏବଂ ଋଣ ଅଭିବୃଦ୍ଧିକୁ ନେଇ ଆମେ ସତର୍କ ରହିଛୁ ବୋଲି ସେ କହିଛନ୍ତି ।

Share in top social networks!