ଏଗନ୍ ଲାଇଫ୍ ଇନ୍ସୁ୍ୟରାନ୍ସ କର୍ମଚାରୀମାନଙ୍କୁ ଆର୍ଥିକ ନିଷ୍ପତି ନେବାରେ ସଶକ୍ତ କରିବ

ଏଗନ୍ ଲାଇଫ୍ ଇନ୍ସୁ୍ୟରାନ୍ସ ପକ୍ଷରୁ “ଅର୍ଥୟନ୍ତ୍ର’ ସହଯୋଗରେ ଆର୍ଥିକ କଲ୍ୟାଣ ଉପରେ ସଚେତନତା ସୃଷ୍ଟି କରିବା ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ଆର୍ଥିକ ଲକ୍ଷ୍ୟ ଧାର୍ଯ୍ୟ କରି ତାହାକୁ ଉପଯୁକ୍ତ କାର୍ଯ୍ୟକାରିତା ଜରିଆରେ ହାସଲ କରିବା ପାଇଁ ଆର୍ଥିକ ଯୋଜନା ପ୍ରସ୍ତୁତି ଅଧିବେଶନ ଆୟୋଜନ କରାଯାଉଛି ।
କଂପାନି ପକ୍ଷରୁ ପ୍ରତିବର୍ଷ ଜୟ ଅଫ୍ ଗିଭିଙ୍ଗ ଫେଷ୍ଟିଭାଲ୍ ଆୟୋଜନ କରାଯାଉଛି । ଏହି ପକ୍ଷ ହେଉଛି ଦେବା ଏବଂ ବାଟିଂବାର ଉତ୍ସବ ପାଳନ ଯେଉଁଥିରେ ଶରୀର ଏବଂ ମନର କଲ୍ୟାଣ, ଆର୍ଥିକ କଲ୍ୟାଣ ଏବଂ କର୍ମ କ୍ଷେତ୍ରରେ ସହକର୍ମୀଙ୍କୁ ଉତ୍ସାହିତ କରିବା ଏବଂ ଆମଠାରୁ ସମାଜରେ ନିମ୍ନ ସ୍ତରରେ ଥିବା ଉପେକ୍ଷୀତମାନଙ୍କୁ ସହାୟତା ପ୍ରଦାନ କରିବା ଆଦି ସାମିଲ ରହିଛି ।
ଆର୍ଥିକ ପ୍ଲାନିଂ ଅଧିବେଶନ ବିଷୟରେ ସୁଶ୍ରୀ ସବା ଆଦିଲ, ଚିଫ୍ ପିପୁଲ୍ ଅଫିସର, ଏଗନ୍ ଲାଇଫ୍ ଇନ୍ସୁ୍ୟରାନ୍ସ୍ କହିଛନ୍ତି ଯେ, “ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ସାଧାରଣ କଲ୍ୟାଣ (ଆର୍ଥିକକୁ ମିଶାଇ) ହେଉଛି ଆମ ଖୁସିର ତିନିଟି ପ୍ରମୁଖ ଭାରଦଣ୍ଡ ଏବଂ ଆମକୁ ଏହି ଭାରଦଣ୍ଡଗୁଡ଼ିକ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ପଡ଼ିବ । ଏଗନ୍ ଲାଇଫ୍ ଇନ୍ସୁ୍ୟରାନ୍ସରେ ଆମର ଲକ୍ଷ୍ୟ ହେଉଛି ସବୁଠୁ ସୁପାରିସ ଯୋଗ୍ୟ ନୂଆ ପିଢ଼ିର ଜୀବନ ବୀମା କଂପନି ହେବା ଏବଂ ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଆର୍ଥିକ ଯୋଜନାର ପ୍ରଥମ ପଦକ୍ଷେପ ହେଉଛି ବୀମା । ଏହା କେବଳ ଟିକସ ସଂଚୟ ନୁହେଁ ବରଂ ଆପଣଙ୍କ ଆର୍ଥିକ ବିପଦର ମୁକାବିଲା କରିବ । ସାଧାରଣତଃ ଆମେ ଏହି ପ୍ରଥମ ପଦକ୍ଷେପକୁ ଭୁଲିଯାଏ ଏବଂ ଆମର ଭାବନା କିମ୍ବା ବନ୍ଧୁ/ପରିବାରର ପରାମର୍ଶକ୍ରମେ କିମ୍ବା ଆମର ଟିକସ ଦେୟ ଅନୁସାରେ ବହୁତ ଖରାପକୁ ନେଇ ଆର୍ଥିକ ନିଷ୍ପତି ଗ୍ରହଣ କରିଥାଉ ।’’
ବିଶେଷଜ୍ଞଙ୍କ ସହିତ ଢ଼ାଚାଂଗତ ଆର୍ଥକ ପ୍ଲାନିଂ ଅଧିବେଶନ, ବ୍ୟକ୍ତିଗତ ପରାମର୍ଶକୁ ନେଇ ଏହି ଅଧିବେଶନର ଲକ୍ଷ୍ୟ ହେଉଛି ଆର୍ଥିକ ଦାୟିତ୍ୱ ଗ୍ରହଣ କରିବା ଏବଂ ଭବିଷ୍ୟତରେ କୌଣସି ଆଶ୍ଚର୍ଯ୍ୟ ସ୍ଥିତିକୁ ନେଇ ବିଚଳିତ ନହେବା ପାଇଁକର୍ମଚାରୀମାନଙ୍କୁ ସଚେତନ କରାଯାଉଛି ।
ଅକ୍ଟୋବର ୩ରୁ ୧୪ ମଧ୍ୟରେ ସାରା ଭାରତରେ କଂପାନି ପକ୍ଷରୁ ଏଭଳି ଅନେକ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକଳାପ ଆୟୋଜନ କରାଯାଇଛି ।

Share in top social networks!