ବିଦେ୍ୱଷ ଏବଂ ଅସହିଷ୍ଣୁତା-ମୋଦି ସରକାରଙ୍କ ଭୂଷଣ

ଡା. ଦାମୋଦର ରାଉତ
s20171014115226
ପ୍ରତିଥଯଶା ରାଷ୍ଟ୍ରପତି ତଥା ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବୈଜ୍ଞାନିକ ସ୍ୱର୍ଗତ କଲାମଙ୍କୁ ଆଜି ଯେତେବେଳେ ଭାରତବାସୀ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ଠିକ୍ ସେତିକିବେଳେ ଭାରତୀୟ ଜନତା ପାର୍ଟି ଶାସିତ ଉତ୍ତରପ୍ରଦେଶ ରାଜ୍ୟର ବିଧାୟକ ସଂଗୀତ ସିଂ ସୋମ୍ ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ତାଜମହଲ ଭାରତୀୟ ସଂସ୍କୃତିର ଅତ୍ୟାଚାରର ପ୍ରତୀକ ବୋଲି କହୁଛନ୍ତି ଏବଂ ଅନ୍ୟପଟରେ ଆଉ ଜଣେ ସାଂସଦ ଅସାଦୁଦ୍ଦିନ୍ ଓଓ୍ୱାଇସି କହୁଛନ୍ତି ଲାଲକିଲ୍ଲା ଉପରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିବା କାର୍ଯ୍ୟରୁ ବିରତ ରୁହନ୍ତୁା ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟରେ କେହି ଦଳିତ ଯଦି ନିଶ ରଖେ ତା’ ଉପରେ ନିର୍ମମ ଅତ୍ୟାଚାର କରାଯାଉଛିା ଉତ୍ତରପ୍ରଦେଶରେ ଶ୍ରୀ ଯୋଗୀ ମୁଖ୍ୟମନ୍ତ୍ରୀ ହେଲା ପରଦିନ ସ୍ୱୀକୃତିପ୍ରାପ୍ତ ସ୍ଲଟର ହାଉସ୍(ମାଂସ ଦୋକାନ)ରୁ ଜଣେ ମୁସଲମାନ ମାଂସ ନେଲାବେଳେ ତାକୁ ପିଟି ପିଟି ହତ୍ୟା କରାଗଲା ଏବଂ ସ୍ଲଟର ହାଉସଗୁଡ଼ିକ ବନ୍ଦ କରିଦେବା ପାଇଁ ସରକାର ନିର୍ଦ୍ଦେଶ ଦେଉଛନ୍ତିା ବିଭିନ୍ନତା ଭିତରେ ଏକତାର ଯେଉଁ ଆଦର୍ଶ ପାଇଁ ଆମ ଦେଶ ସମଗ୍ର ବିଶ୍ୱରେ ପରିଚିତ ଏବଂ ପ୍ରଶଂସିତ ଏବଂ ଯେଉଁ ଆଦର୍ଶକୁ ନେଇ ସାମ୍ରାଜ୍ୟବାଦୀ ବି୍ରଟିଶ ଶାସନରୁ ଏ ଦେଶ ମୁକ୍ତି ଲାଭ କରିଥ#ଲା ଆଜି ସେଇଠି ସ୍ୱାଧୀନତାର ୭୦ ବର୍ଷ ପରେ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଶାସନ କାଳରେ ଏସବୁ ଯେଉଁ ଦୁଃଖଦ ଘଟଣା ସବୁ ଘଟୁଛି ଏଥ#ରେ ଦେଶର ଅଖଣ୍ଡତା ରହିବ ତ?
ଆମେ ଓଡ଼ିଶାବାସୀ ଜାଣିଥାଉ ଜଗତର ନାଥ ଶ୍ରୀଜଗନ୍ନାଥ ୫ ହଜାର ବର୍ଷ ତଳୁ ବିଶ୍ୱକୁ ମାନବବାଦର ବାର୍ତ୍ତା
ଦେଇଛନ୍ତିା ଶ୍ରୀୟା ଚଣ୍ଡାଳୁଣୀଙ୍କ ଘରକୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ପଠାଇ ଅସ୍ପୃଶ୍ୟତା ଏକ କୁସଂସ୍କାର ବୋଲି କହି ସାରିଛନ୍ତିା ପୁଣି ବିଶ୍ୱ ମାନବସମାଜକୁ କହିଛନ୍ତି ଯେ କୋଟି କୋଟି ତାଙ୍କର ଭକ୍ତ ହେଲେ ହେଁ-ଶ୍ରେଷ୍ଠ ଭକ୍ତ ସାଲବେଗ, ଜାତିରେ ମୁସଲମାନା ଏଥ#ରୁ ସୂଚିତ ହୋଇଛି ସାଂପ୍ରଦାୟିକତା ଏକ ବିଷା ମାନବସମାଜ ସେଥ#ରେ ଜର୍ଜରିତ ହୁଅ ନାହିାଁ ବର୍ଷକରେ ଥରେ
ଶ୍ରୀଗୁଣ୍ଡିଚାା ମହାପ୍ରଭୁ ଶ୍ରୀ ଜଗନ୍ନାଥ ରନ# ସିଂହାସନକୁ ଛାଡ଼ି ସିଂହଦ୍ୱାରକୁ ଆସି ରଥାରୁଢ଼ ହୁଅନ୍ତି ଏବଂ ବିଶ୍ୱ ମାନବସମାଜକୁ ଆହ୍ୱାନ ଦେଇ କହିଥାନ୍ତି-”ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆସି ମତେ ଦର୍ଶନ କର, ପ୍ରଶାନ୍ତି ଲାଭ କରିବ, ମନରୁ ପାପାଚାର ଦୂର ହେବା ନିଜକୁ ପାପମୁକ୍ତ କରିବା ପାଇଁ ଭିଡ଼ ଠେଲି ମୋ ରଥ ଦଉଡ଼ି ଛୁଇଁ ଦିଆ’ ଆଧୁନିକ ଯୁଗରେ ତାଙ୍କର ବାଣୀକୁ କୁହାଯାଉଛି ଧର୍ମର୍ ନିରପେକ୍ଷତା ବା ଗecଫଝଚ୍ଚriଟmା
ବିଭିନ୍ନତା ଭିତରେ ଏକତାା ଆମ ଦେଶରେ ସବୁ ଧର୍ମ, ସବୁ ଜାତି, ସବୁ ବର୍ଣ୍ଣର ଲୋକ ବାସ କରନ୍ତିା ଆଜି ନୁହେଁ, କେଉଁ ଅନନ୍ତ କାଳରୁା ସେଇ ଆଦର୍ଶର ପୁନରୁତ୍ଥାନ ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ମୌଳବାଦୀଙ୍କ ଗୁଳିରେ ପ୍ରାଣ ହରାଇଥ#ଲୋ ତେବେ ସ୍ୱାଧୀନତାର ୭୦ ବର୍ଷ ପରେ ସାଂପ୍ରଦାୟିକତା, ଧର୍ମାନ୍ଧତା ଏବଂ ଅସ୍ପୃଶ୍ୟତା ଯେଭଳି ମୁଣ୍ଡ ଟେକିବା ଆରମ୍ଭ କରିଛି ସେଥ#ପ୍ରତି ରାଜନୈତିକ ଦଳମତ ନିର୍ବିଶେଷରେ ଭାରତୀୟ ଜନଗଣ ଦୃଷ୍ଟିପାତ କରିବା ଜରୁରୀ କି ନାହିଁ ଏହା ବିଚାର କରିବା ପାଇଁ ମୋର ନିବେଦନା
ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଲା ଏବେ ଗୁଜରାଟ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନେହେରୁ-ଗାନ୍ଧୀ ପରିବାର ଗୁଜରାଟୀଙ୍କୁ ଘୃଣା କରନ୍ତିା ସେ ବୋଧହୁଏ ଭୁଲି ଯାଉଛନ୍ତି ଗୁଜରାଟରେ ଜନ୍ମ ନେଇଥ#ବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ପଟ୍ଟଶିଷ୍ୟ ଥ#ଲେ ସ୍ୱର୍ଗତ ନେହେରୁା ଗାନ୍ଧିଜୀଙ୍କର ଆଦର୍ଶ ହିଁ କଂଗ୍ରେସର ଆଦର୍ଶ ବୋଲି ରହି ଆସିଛିା ସେଥ#ପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଅମଳରୁ ଗୁଜରାଟକୁ ସଂପୂର୍ଣ୍ଣ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରିଛନ୍ତିା ଅବଶ୍ୟ ଏବେ ଗୁଜରାଟରେ ଲାଇସେନ୍ସପ୍ରାପ୍ତ ମଦଦୋକାନ ନଥ#ଲେ ମଧ୍ୟ ପ୍ରତିବର୍ଷ ଶହେ ଦୁଇଶହ ଲୋକ ବିଷାକ୍ତ ମଦ୍ୟପାନ କରି ମରୁଛନ୍ତିା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟଭଙ୍ଗୀ କ’ଣ ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କର ଆଚରଣ, ଉଚ୍ଚାରଣ ଏବଂ ତାଙ୍କ ଦଳର ନେତାମାନଙ୍କର ସାଂପ୍ରଦାୟିକତାର ସ୍ୱର ଭାରତ ବର୍ଷର ଭବିଷ୍ୟତ ପାଇଁ ଶୁଭଙ୍କର ହେବ ତ? କ୍ଷମତା ନୁହେଁ ଦେଶର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ପ୍ରତ୍ୟେକ ଭାରତୀୟଙ୍କ ଅମୂଲ୍ୟ ସଂପତ୍ତିା

Share in top social networks!