ଛୁଟି ନ ନେଇ ଅଭିଯୋଗ ପ୍ରକୋଷ୍ଠକୁ ଆସି ୩ ଶିକ୍ଷକ ନିଲମ୍ବିତ

ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କଠାରୁ ଛୁଟି ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଭିଯୋଗ ପ୍ରକୋଷ୍ଠକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ବ୍ୟକ୍ତିଗତ ଅଭିଯୋଗ ଦାଖଲ କରିବା ପାଇଁ ଆସିବାର ବ୍ୟବସ୍ଥା ରହିଥ#ବା ବେଳେ ଏଥ#ରେ ବ୍ୟତିକ୍ରମ ଯୋଗୁଁ ୪ ଜଣ ଶିକ୍ଷକଙ୍କୁ ଦଣ୍ଡିତ କରାଯାଇଛି । ତା.୧୬.୧୦.୧୭ରିଖ ସୋମବାର ବିଭାଗୀୟ ଅଭିଯୋଗ ପ୍ରକୋଷ୍ଠରେ ନୂତନ ଭାବରେ କାର୍ଯ୍ୟରେ ଯୋଗ ଦେଇଥ#ବା ଶିକ୍ଷା ସଚିବ ଶ୍ରୀଯୁକ୍ତ ପ୍ରଦୀପ୍ତ ମହାପାତ୍ର ଅନ୍ୟ ବଭାଗୀୟ ଅଧ#କାରୀମାନଙ୍କ ସହିତ ଉପସ୍ଥିତ ରହି ଅଭିଯୋଗ ଶୁଣୁଥ#ବା ସମୟରେ କଟକ ଜିଲ୍ଲାର ୪ ଜଣ ଓ ଯାଜପୁର ଜିଲ୍ଲାର ଜଣେ ଶିକ୍ଷକ ସେମାନଙ୍କ ଦରମାହାର ସଂଶୋଧନ ସମ୍ପର୍କିତ ଅଭିଯୋଗ ଆଣି ଶିକ୍ଷା ସଚିବଙ୍କୁ ସାକ୍ଷାତ କରିଥ#ଲେ । ଉକ୍ତ ଶିକ୍ଷକମାନଙ୍କ ଅଭିଯୋଗ ଶୁଣାଣି ସମୟରେ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅନୁମତି ସହ ଛୁଟି ନେଇ ଆସିଛନ୍ତି କି ନାହିଁ, ତାହା ଜାଣିବାକୁ ଚାହିଁବାରୁ ସଂପୃକ୍ତ ଶିକ୍ଷକମାନେ ଛୁଟି ନେଇ ଆସିଛନ୍ତି ବୋଲି କହିଥ#ଲୋ ଶିକ୍ଷା ସଚିବ ଏହାର ସତ୍ୟତା ଜାଣିବା ପାଇଁ ଜିଲ୍ଲା ଶିକ୍ଷା ଅଧ#କାରୀମାନଙ୍କୁ ଟେଲିଫୋନ ଯୋଗେ ନିର୍ଦ୍ଦେଶ ଦେଇଥ#ଲେ ।
ଜିଲ୍ଲା ଶିକ୍ଷା ଅଧ#କାରୀମାନେ ଯାଞ୍ଚ୍ କରିବା ପରେ ଯାଜପୁର ଜିଲ୍ଲାର ଶିକ୍ଷକ ଜଣକ ଛୁଟି ନେଇଥ#ବା ବେଳେ କଟକ ଜିଲ୍ଲାର ୪ ଜଣ ଯାକ ଶିକ୍ଷକଙ୍କ ମଧ୍ୟରୁ କେହି ଛୁଟି ନେଇ ନଥ#ବା ନଜରକୁ ଆସିଥଲା । ଜିଲ୍ଲା ଶିକ୍ଷା ଅଧ#କାରୀଙ୍କ ଠାରୁ ଏହି ରିପୋର୍ଟ ପାଇବା ପରେ ସଚିବ ଶ୍ରୀ ମହାପାତ୍ର ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥ#ଲେ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଠାରୁ ନିର୍ଦ୍ଦେଶ ପାଇବା ପରେ ତୁରନ୍ତ ତିନିଜଣ ନିୟମିତ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧ#କାରୀ ନିଲମ୍ବନ କରିଥ#ବା ବେଳେ ଜଣେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ କୈଫିୟତ ତଲବ କରାଯାଇଛି । କଟକ ରାଣୀହାଟ ହାଇସ୍କୁଲର ଶିକ୍ଷକ ଶ୍ରୀ ଦେବପ୍ରସାଦ ତି୍ରପାଠୀ ଓ ଶ୍ରୀ ବ୍ରହ୍ମାନନ୍ଦ ତି୍ରପାଠୀ ଏବଂ ବାରଙ୍ଗ ଝୁନ୍ଝୁନ୍ଓ୍ୱାଲା ବିଦ୍ୟାପୀଠର ଶିକ୍ଷକ ଶ୍ରୀ ବିନୋଦ କୁମାର ନାୟକ ନିଲମ୍ବିତ ହୋଇଛନ୍ତି ।
ଅଧ#କାଂଶ ସମୟରେ ବହୁସଂଖ୍ୟକ ଶିକ୍ଷକଶିକ୍ଷୟିତ୍ରୀ ବିଦ୍ୟାଳୟରେ ଶିକ୍ଷାଦାନରେ ଅବହେଳା ପ୍ରଦର୍ଶନ କରି ଛୁଟି କିମ୍ବା ଅନୁମତି ନନେଇ ବିଭାଗୀୟ ଦପ୍ତର ଓ ନିର୍ଦ୍ଦେଶଳୟକୁ ବାରମ୍ବାର ଆସୁଥ#ବାରୁ ସଚିବ ଶ୍ରୀ ମହାପାତ ଅସନ୍ତୋଷ ପ୍ରକାଶ କରିବା ସହ ଏଥ#ରୁ ନିବୃତ୍ତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Share in top social networks!