ଓଲିବେ ର୍ୟାଲି ୨୦୧୭ରେ ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍ ଓ ସି.ଏସ୍ ସନ୍ତୋଷଙ୍କ ଭଲ ପ୍ରଦର୍ଶନ

The Hero MotoSports Team rider Joaquim Rodriguesହିରୋ ମୋଟୋ ସ୍ପୋର୍ଟସ୍ ଟିମ୍ ଓଲିବେ ମରୋକୋ ର୍ୟାଲିର ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ ଓ ସି.ଏସ୍.ସନ୍ତୋଷ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଛନ୍ତି । ରୋଡ୍ରଗ୍ୱିସ ୭ମ ସ୍ଥାନ ହାସଲ କରିଥିବାବେଳେ ସନ୍ତୋଷ ୧୫ତମ ସ୍ଥାନ ହାସଲ କରିଛନ୍ତି ।
୧୮୦ କିଲୋମିଟର ଇରଫୁ୍ୟଡ୍ ଲୁପ୍ରେ ଉଭୟ ରାଇଡର ପଲ ପ୍ରଦର୍ଶନ କରିଛନ୍ତି ।

ଏହି ଅବସରରେ ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ୍ କହିଲେ, “ ଏହି ଯାତ୍ରା ଅରମ୍ଭ ସମୟରେ ବଶେ୍ ଉତ୍ସାହ ଜନକ ଥିଲା । ବାଲି ଡୁ୍ୟନ୍ରେ ଗାଡି ଚଳାଇବା କଷ୍ଟ ଜନକ ଥିଲା । ପାହାଡିଆ ରାସ୍ତାରେ ଯାତ୍ରା କରିବା ଆହ୍ୱାନମୂଳକ ଥିଲା । କିନ୍ତୁ ମୁଁ ଏଥିରେ ଭଳ ପ୍ରଦର୍ଶନ କରିଥିବାରୁ ବେଶ୍ ଆନନ୍ଦିତ । ,ହି ର୍ୟାଲିର ସଫଳତା ମତେ ଆଗାମୀ ର୍ୟାଲି ପାଇଁ ଉତ୍ସାହିତ କରିଛି ।”

ଏହି ଅବସରରେ ସି.ଏସ୍. ସନ୍ତୋଷ କହିଲେ, “ ନୂଆ ବାଇକରେ୍ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଦେଇଥିବା ଭଳି ମନେ ହେଉଛି । ଚଳିତ ବର୍ଷ ଏଥିରେ ମୁଁ ଭଲ ପ୍ରଦର୍ଶନ କରିଛି । ମୋର ପ୍ରଦର୍ଶନରେ କ୍ରମାଗତ ଉନ୍ନତି ହୋଇଥିବାରୁ ମୁଁ ଆନନ୍ଦିତ । ପାହାଡିଆ ରାସ୍ତା ଆହ୍ୱାନ ସୃଷ୍ଟି କରିଥିଲେ ମଧ୍ୟ ମୁଁ ଭଲ ପ୍ରଦର୍ଶନ କରିଛି । ଗତ ବର୍ଷ ନାଭିଗେସନରେ କେତେକ ଅସୁବିଧା ହୋଇଥିଲା ତେବେ ଚଳିତ ବର୍ଷ ଏଥିରେ ସୁଧାର ଆସିଛି । ଏହାପରେ ମୁଁ ଡକାର୍ ର୍ୟାଲିକୁ ଯାଉଥିବାରୁ ବେଶ୍ ଆନନ୍ଦିତ । ”

ଏହି ଅବସରରେ ଟିମ୍ ପରିଚାଳକ ଶ୍ରୀୱାଲଫ୍ଗଙ୍ଗ୍ ଫିସର୍ କହିଲେ, “ ଅନେକ ମାସର ପ୍ରସ୍ତୁତି ଫଳରେ ଉଭୟ ରାଇଡର ଭଲ ପ୍ରଦର୍ଶନ କରିଛନ୍ତି । ଉଭୟ ଚଳାକଙ୍କ ବାଇକ୍ରେ କୌଣସି ଅସୁବିଧା ହୋଇ ନାହିଁ । ଫଳରେ ର୍ୟାଲି ଭଳରେ ସମ୍ପୂର୍ଣ୍ଣ ହୋଇଛି । ଆମେ ଏବେ ଡକାର ର୍ୟାଲି ପାଇଁ ପ୍ରସ୍ନତୁତି ଆରମ୍ଭ କରିଛୁ । ଓଲିବେର ସଫଳତା ପାଇଁ ଆରମ ଟିମ୍ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ରହିଛି ।”

ଏହି ର୍ୟାଲିର ସାଧାରଣ ତାଲିକାରେ ପ୍ରଥମ ସ୍ଥାନ ମାଥିଆସ୍ ୱାକନର ହାସଲ କରିଥିବାବେଳେ ସେ ୧୦ ଘଂଟା ୦୩ ମିନିଟ୍ ୪୯ ସେକେଣ୍ଡ ସମୟ ନେଇଥିଲେ । ସେହିପରି କେଭିନ୍ ବେନାଭାଇଡସ୍ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ରିକି ବାରବେକ୍ ତୃତୀୟ ସ୍ଥାନ, ଆଂଟୋନିଓ ମିଓ ଚତୁର୍ଥ ସ୍ଥାନ, ଜୁୟାନା ପେଡରିରୋ ୫ମ ସ୍ଥାନ, ଜ୍ୟାକ୍ୱିମ୍ ରୋଡ୍ରଗ୍ୱିସ ୭ମ ସ୍ଥାନ, ସି.ଏସ୍. ସନ୍ତୋଷ ୧୫ତମ ସ୍ଥାନ ହାସଲ କରିଛନ୍ତି ।

Share in top social networks!
Powered By Indic IME