କୋରାପୁଟର ଧର୍ଷିତା ଦଳିତ ନାବାଳିକା ଛାତ୍ରୀକୁ ନ୍ୟାୟଦାବୀରେ କନ୍ଧମାଳରେ ପ୍ରତିବାଦ ବିକ୍ଷୋଭ

20171016_120550 କୋରାପୁଟ୍ ଜିଲ୍ଲାର କୁନ୍ଦୁଲି ଅଞ୍ଚଳରେ ସୁରକ୍ଷାବଳ (ପୋଲିସ୍) ଦ୍ୱାରା ଗଣ ବଳାକôାରର ଶିକାର ହୋଇଥିବା ମୂଷାଗୁଡ଼ା ଗ୍ରାମର ଦଳିତ ନାବାଳିକା ଛାତ୍ରୀକୁ ନ୍ୟାୟ ଦାବୀରେ ଆଜି କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରତିବାଦ ସଭା ଓ ଶୋଭାଯାତ୍ରା ଆୟୋଜିତ ହୋଇଯାଇଥିବା ବେଳେ ଆସନ୍ତା କାଲି ଦାରିଙ୍ଗବାଡ଼ି ବ୍ଲକ ମହକୁମାରେ ମଧ୍ୟ ପ୍ରତିବାଦର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଛି ।
ନାରୀ ସୁରକ୍ଷା ଓ ସଂଗ୍ରାମ ପରିଷଦ, କନ୍ଧମାଳ, ଶାନ୍ତିପାଇଁ ଅଭିଯାନ ଓ ବନବାସୀ ସୁରକ୍ଷା ପରିଷଦ, କନ୍ଧମାଳର ମିଳିତ ଆହ୍ୱାନରେ ଆଜି ଶହ ଶହ ମହିଳା, ଯୁବକ/ଯୁବତୀ ଓ ସ୍ଥାନୀୟ ଜନସାଧାରଣ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ବ୍ରାହ୍ମଣୀଗାଁ ହାଟପଦାଠାରୁ ଶୋଭାଯାତ୍ରା ବାହାରି ନାବାଳିକା ଛାତ୍ରୀ ଦୁଷ୍କର୍ମକାରୀ ପୋଲିସ୍କୂ ଗିରଫକର, ଧର୍ଷିତା ନାବାଳିକାକୁ ନ୍ୟାୟ ଦିଅ, ଆଦିିବାସୀ ଓ ଦଳିତଙ୍କୁ ବଜାରର ସଉଦା ଭାବିବା ଚିନ୍ତାଧାରା ବନ୍ଦକର, ଆଦିିବାସୀ ଅଞ୍ଚଳରୁ ଅର୍ଧ ସାମରିକ ବାହିନୀ ହଟାଇନିଅ ଓ କନ୍ଧମାଳ ସମେତ ସାରା ଓଡିଶାରେ ଦେଶୀ ବିଦେଶୀ ମଦ ବେପାର ବନ୍ଦକର ଇତ୍ୟାଦି ସ୍ଲୋଗାନ୍ ଦେଇ ସେମାନେ ବ୍ରାହ୍ମଣୀଗାଁ ବଜାର ଓ ଗାଁ ପରିକ୍ରମା କରିଥିଲେ । ବ୍ରାହ୍ମଣୀଗାଁ ଥାନା ନିକଟରେ ଆୟୋଜିତ ପ୍ରତିବାଦ ସଭାରେ ନାରୀନେତ୍ରୀ ମାନୁ ମଳିକ, ସୁକୁମାରୀ ପ୍ରଧାନ, ଲତିକା ମାଝୀ, ଶ୍ରୀଦେବୀ ମଳିକ, ଏଲିଜାବେଥ୍ ମୁଠାମାଝୀ, ଶାନ୍ତି ବଳ୍ୟାରସିଂ, ସରୋଜିନୀ ମଳିକ ପ୍ରମୁଖ ଉଦ୍ବୋଧନ ଦେଇ ଆଦିବାସୀ, ଦଳିତ ଓ ଗରିବ ଲୋକଙ୍କ ମାଁ, ଭଉଣୀ ଓ ଝୀଅ ବୋହୁମାନଙ୍କ ଉପରେ ∙ଲିଥିବା ଯୈାନ ଶୋଷଣ ଓ ନିର୍ଯ୍ୟାତନା ବିରୋଧରେ ପ୍ରତିବାଦ ପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଇନ୍ସାଫ୍ର ରାଜ୍ୟ ଆବାହକ ତଥା ବନବାସୀ ସୁରକ୍ଷା ପରିଷଦ୍ର ଉପଦେଷ୍ଟା ଶ୍ରୀ ନରେନ୍ଦ୍ର ମହାନ୍ତି, ଶ୍ରୀ ବିଜୟ ସ୍ୱାଇଁ, ଆଦିବାସୀ ଅଧିକାର ଆନେ୍ଦାଳନର ଶ୍ରୀ ବଳଭଦ୍ର ମଳିକ ପ୍ରମୁଖ ଉଦ୍ବୋଧନ ଦେଇ ସମସ୍ତ ଶୋଷଣ, ନିର୍ଯ୍ୟାତନା ବିରୋଧରେ ଏକଜୁଟ୍ ହେବା ସାଥେ ସାଥେ ଜୀବନ ଜୀବିକାର ସୁରକ୍ଷା ପାଇଁ ଜାତି,ଧର୍ମ,ବର୍ଣ୍ଣ,ନିର୍ବିଶେଷରେ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ଯୁବନେତା ଶ୍ରୀ ଶିଶୁ ମଳିକ, କୈଳାସ ସୁନ୍ଦ୍ରାମାଝୀ,ରଶ୍ମିରଞ୍ଜନ ମଳିକ, ଶରତ ଚନ୍ଦ୍ର ମଳିକ, ଦିଲ୍ଲିପ୍ ମାଝି ପ୍ରମୁଖ ପ୍ରତିବାଦ ଶୋଭାଯାତ୍ରା ଓ ସଭା ଆୟୋଜନରେ ସଂଯୋଜନା କରିଥିଲେ । ଗତ ରାତି୍ରରେ ବି.ଏସ୍.ଏଫ୍ ଓ ପୋଲିସ୍ ବାହିନୀ ମିଳିତ ଭାବେ ମୂଷାଗୁଡ଼ା ଗ୍ରାମରେ ଚଢାଉକରି ସର୍ବଶ୍ରୀ ସୋନୁ ଖେମୁଣ୍ଡୁ, ଅର୍ଜୁନ୍ ପାଡାଲ, ପ୍ରତାପ କୋଟି ଓ ତପନ୍ ଖୋରା ନାମକ ∙ରିଜଣ ଯୁବକଙ୍କୁ ଭୟଭିତ କରି ଜବରଦସ୍ତ ଉଠାଇ ନେଇଥିବାରୁ ବନବାସୀ ସୁରକ୍ଷା ପରିଷଦ୍ ଘଟଣାର ଦୃଢ ନିନ୍ଦାକରିିବା ସାଥେ ସାଥେ ପୋଲିସ୍ର ଦୁଷ୍କର୍ମକୁ ଅନ୍ୟ ଉପରେ ଲଦିବାର ଚକ୍ରାନ୍ତକୁ ବିରୋଧ କରିଛି ।

Share in top social networks!