ଓଡ଼ିଶା ସରକାର ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ଇ-ପେ ବ୍ୟବସ୍ଥା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ

13-10-2017=7
ଓଡ଼ିଶା ସରକାର ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ଇ-ପେ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ଏକ ବୁଝାମଣା ପତ୍ର ଆଜି ସ୍ୱାକ୍ଷରିତ ହୋଇଛିା ଟ୍ରେଜେରିଜ୍ ଓ ଇନ୍ସ୍ପେକସନ୍ ନିର୍ଦ୍ଦେଶାଳୟ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ସ୍ୱାକ୍ଷରିତ ଏହି ବୁଝାମଣା ପତ୍ର ବଳରେ ଏଣିକି ଡିଜିଟାଲ୍ ବ୍ୟାଙ୍କିଂ ବନ୍ଦୋବସ୍ତରେ ରାଜସ୍ୱ ସଂଗ୍ରହ କରାଯାଇପାରିବା ସେହି ଦୃଷ୍ଟିରୁ ଏପରି ବୁଝାମଣା ପତ୍ର ସ୍ୱାକ୍ଷର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣା ଆଜି ସଂଧ୍ୟାରେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଶ୍ରୀ ଆର୍ ବାଲକ୍ରିଷ୍ଣନ୍, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ତୁହିନ୍ କାନ୍ତ ପାଣ୍ଡେ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଚିଫ୍ ଜେନେରାଲ୍ ମ୍ୟାନେଜର ଶ୍ରୀ ବି.ଭି.ଜି. ରେzୀ ଉପସ୍ଥିତ ଥ#ଲୋ
ଇ-ପେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଦେୟ ପ୍ରଦାନର ସାମୂହିକ ବ୍ୟବସ୍ଥା ଯାହା ଦ୍ୱାରା ଅନ୍ଲାଇନ୍ରେ ଯେ କୌଣସି ଜାତୀୟକରଣ/ଘରୋଇ ବ୍ୟାଙ୍କର ଗ୍ରାହକ ତାଲିକାଭୁକ୍ତ ବ୍ୟକ୍ତିମାନେ ସରକାରୀ ଦେୟ ପଇଠ କରିପାରିବୋ ଏହି ବ୍ୟାଙ୍କିଂ ସୁବିଧାରେ ସହଯୋଗୀ ଥ#ବା ପ୍ରାୟ ୪୨ଟି ବ୍ୟାଙ୍କର ଗ୍ରାହକମାନେ ଡେବିଟ୍ କାର୍ଡ/କ୍ରେଡିଟ୍ କାର୍ଡ/ମୋବାଇଲ୍ ବ୍ୟାଙ୍କିଂ/ନେଟ୍ ବ୍ୟାଙ୍କିଂ ଜରିଆରେ ରାଜ୍ୟରେ ଥ#ବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଯେ କୌଣସି ଶାଖାରେ ଦେୟ ପ୍ରଦାନ କରିପାରିବୋ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଶିଳ୍ପ ଓ ରାଜସ୍ୱ ବିଭାଗ ସହିତ ସରକାରୀ ରାଜସ୍ୱ ସଂଗ୍ରହ ପାଇଁ ଏହି ବ୍ୟବସ୍ଥା ପ୍ରଚଳିତ ଥ#ଲାା ମାତ୍ର ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଫଳରେ ଓଡ଼ିଶା ସରକାରଙ୍କର ଯେ କୌଣସି ରାଜସ୍ୱ ସଂଗ୍ରହକାରୀ ବିଭାଗ ଏହି ଇ-ପେ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବୋ ଏହା ଫଳରେ ଡିଜିଟାଲ୍ ନେଣଦେଣ ଅଧ#କ ଉତ୍ସାହିତ ହୋଇପାରିବା ଏହି ବ୍ୟବସ୍ଥା ସରକାରଙ୍କ ଅର୍ଥ ବିଭାଗ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ସମ୍ମିଳିତ ଅନୁକୂଳ ଉଦ୍ୟମା
ଏହି ବୁଝାମଣା ପତ୍ରରେ ସରକାରଙ୍କ ପକ୍ଷରୁ ଟ୍ରେଜେରୀ ନିର୍ଦ୍ଦେଶକ ଶ୍ରୀ ଭବାନୀ ପ୍ରସାଦ ନନ୍ଦ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଡିଜିଏମ୍ ଶ୍ରୀ ଗୌତମ ରାୟ ସ୍ୱାକ୍ଷର କରିଛନ୍ତିା କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରାଙ୍କ ସମେତ ଅର୍ଥ ତଥା ଅନ୍ୟାନ୍ୟ ବିଭାଗର ବରିଷ୍ଠ ପଦାଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!
Powered By Indic IME