ମୁଖ୍ୟମନ୍ତ୍ରୀଙ୍କୁ ନିଜ ଶାସିତ ରାଜ୍ୟର ଭାଷା ଜଣା ନଥିବାରୁ ଏହି ପ୍ରସଙ୍ଗର ପ୍ରଶ୍ନ ଶୁଣି ଶାସକ ବିଜେଡି ନେତୃବୃନ୍ଦ ଚିହିଁକି ଉଠୁଛନ୍ତି: ବିଶ୍ୱଭୂଷଣ ହରିଚନ୍ଦନ

PC_ (2) ଓଡିଶାର ଶାସନ ତାର ମାତୃଭାଷା ଓଡିଆରେ କେବେ ଚାଲିବ ବୋଲି ପ୍ରଶ୍ନକଲେ ବିଜେଡି ସରକାର ଓ ତାଙ୍କ ଦଳ ଭିତରେ କମ୍ପନ ସୃଷ୍ଟି ହେଉଥିବା ବଡ ଆଶ୍ଚର୍ଯ୍ୟର ବିଷୟ । ଏ ପ୍ରଶ୍ନ କ’ଣ ଏତେ ଅବାନ୍ତର ? ବିଜେଡି ଦଳର ନେତାମାନେ ଏ ଭଳି ଚିହିଁକି ଉଠୁଥିବାର ଅସଲ କାରଣ ହେଲା ଯେ ତାଙ୍କ ନେତା, ଓଡିଶାର ମୁଖ୍ୟମନ୍ତ୍ରୀ ମହୋଦୟ ଓଡିଆ ଭାଷା ଜାଣି ନାହାନ୍ତି ଓ ଓଡିଆରେ କାହା ସହିତ କଥା ହୁଅନ୍ତି ନାହିଁ । ଗୋଟିଏ ରାଜ୍ୟର ଶାସକ ଶାସିତର ଭାଷା ଜାଣେ ନାହିଁ । ସମଗ୍ର ପୃଥିବୀରେ ବୋଧେ ଏ ଭଳି ଦୃଷ୍ଟାନ୍ତ ନାହିଁ । ମୁଖ୍ୟମନ୍ତ୍ରୀ କାହିଁକି ଓଡିଆ ଜାଣୁନାହାନ୍ତି ବୋଲି ପଚାରିଲେ ଦଳ ତରଫରୁ ତୁରନ୍ତ ଜବାବରେ କୁହଯାଉଛି ଯେ, ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଲୋକପ୍ରିୟ ଆଉ ବାରମ୍ବାର ନିର୍ବାଚନ ଜିଣି ସରକାର କରୁଛନ୍ତି । ଏଇଟା କ’ଣ ଉତର? ମୁଖ୍ୟମନ୍ତ୍ରୀ ଓଡିଆ ଜାଣିବା, ଓଡିଆରେ କହିବା ଓ ଓଡିଶାର ଅଧିବାସୀ ଓଡିଆ ମାନଙ୍କ ରାଜ୍ୟ ପାଇଁ ରାଜ୍ୟର ବିକାଶ ଓ ସ୍ୱାଭିମାନ ପାଇଁ ଏକ ବଡ ଆବଶ୍ୟକତା । ଆମ ଦେଶର ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କର ମାତୃଭାଷାରେ କଥା ହେଉଥିବା ବେଳେ ଓ ତାଙ୍କ ରାଜ୍ୟର ଶାସନ ତାଙ୍କ ମାତୃଭାଷାରେ ଚାଲୁଥିବା ବେଳେ, ଓଡିଶା ହେଉଛି ଏହାର ଏକ ବ୍ୟତିକ୍ରମ ଏବଂ ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ବରିÂ ବିଜେପି ନେତା ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଓଡିଶାର ଶାସନ ଓଡିଆରେ ଚାଲିଲେ ଜଣେ ସାଧାରଣ ଲୋକ ତାର ସମସ୍ୟାରୁ ତା ନିଜ ଭାଷାରେ ତାର ଶାସକ, ପ୍ରଶାସକ ଓ ଶାସନର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ କହିପାରିବ ଓ ଲେଖି ଜଣାଇ ପାରିବ । ସେ ସମସ୍ୟାର ସମାଧାନ କି ଭଳି ହେବ ସେ କଥା ଶାସକ ଓ ପ୍ରଶାସକ ତାକୁ କହିପାରିବେ । ଯେଉଁ ରାଜ୍ୟରେ ଶତକଡା ୯୫ ଭାଗ ଲୋକ ଶାସନ କ୍ଷେତ୍ରରେ ପ୍ରଚଳିତ ଇଂରାଜୀ ଭାଷା ଜାଣନ୍ତିନାହିଁ, ସେଠାରେ ସେମାନେ ବୁଝିପାରୁନଥିବା ଭାଷାର ଶାସନ ଚାଲିଲେ ସେମାନେ ନ୍ୟାୟ ପାଇପାରିବେ କି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ସେହିଭଳି କୋର୍ଟ କଚେରୀରେ ଓଡିଆ ଭାଷା ନ ଚାଲିବା ଫଳରେ ସେଠାରେ ନ୍ୟାୟ ପାଇଁ ଯାଇଥିବା ସାଧାରଣ ଲୋକଟି ତା’ର ଓକିଲ କି ଯୁକ୍ତି କରୁଛନ୍ତି ଓ କୋର୍ଟ କି ପ୍ରଶ୍ନ ପଚାରୁଛନ୍ତି, ତାହା ଜାଣିପାରୁନାହାନ୍ତି । ଏଥିରେ ସେ ପ୍ରକୃତ ନ୍ୟାୟ ପାଇବା ଅନେକ ସମୟରେ ସମ୍ଭବ ହେଉନାହିଁ । ସହର ବଜାର ଏଭଳି କି ମଫସଲ ଅଂଚଳରେ ବିଭିନ୍ନ ଅନୁÂାନ, କମ୍ପାନୀ ଓ ଦୋକାନର ନାମ ଫଳକ ସୁ ଇଂରାଜୀରେ ଲେଖାଯାଉଛି । କେଉଁଠି କେମିତି ତା ତଳେ ଛୋଟ ଅକ୍ଷରରେ ଓଡିଆରେ ଲେଖାଯାଉଛି । ସରକାର ଚାହିଁଲେ ଗୋଟିଏ ମାସ ଭିତରେ ଏହାର ପରିବର୍ତନ ହୋଇପାରନ୍ତା । ସରକାର ଓଡିଆ ଭାଷାକୁ ପ୍ରୋସ୍ôାହିତ କରିବାକୁ ଚାହୁଁନଥିବାରୁ ଜାଣିଶୁଢଣି ଏଥିରେ ହସ୍ତକ୍ଷେପ କରୁନାହାନ୍ତି ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।
ଓଡିଆକୁ ସରକାରୀ ଭାଷା ଭାବେ ପ୍ରଚଳନ କରିବାକୁ ଦୀର୍ଘଦିନ ଧରି ବିଭିନ୍ନ ସଂଗଠନ ଓ ବ୍ୟକ୍ତିମାନଙ୍କ ଦ୍ୱାରା ଆନେ୍ଦାଳନ ଚାଲିବା ଫଳରେ ସରକାର ବାଧ୍ୟ ହୋଇ ଏହାର ପ୍ରଚଳନ ପାଇଁ ରାଜି ହେଲେ । ସରକାରଙ୍କ ଆନ୍ତରିକତା ଅଭାବ କାରଣରୁ ଶାସନ କ୍ଷେତ୍ରରେ ଏହା ଏ ପର୍ଯ୍ୟନ୍ତ ପ୍ରଚଳିତ ହୋଇନାହିଁ ବୋଲି ଶ୍ରୀ ହରିଚନ୍ଦନ ଅଣିଯୋଗ କରିଛନ୍ତି ।
ସରକାରୀ ଦପ୍ତର ଓ ଅନ୍ୟ କ୍ଷେତ୍ରରେ ଓଡିଆ ଭାଷାର ପ୍ରଚଳନ କରିବାରେ ଯେ ଖିଲାପ କରିବେ ସେ ଦଣ୍ଡିତ ହେବା ପାଇଁ ଆଇନ୍ରେ ବ୍ୟବସ୍ଥା କରିବାକୁ ଯେତେ ଦାବି ହେଲେ ବି ରାଜ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଅନ୍ୟ ରାଜ୍ୟ ଭଳି ଭାଷା ଆୟୋଗର ପ୍ରତିÂା ପାଇଁ ମଧ୍ୟ ଦାବି ହେଉଛି । କିନ୍ତ୍ୁ ସରକାର ଏଥିପାଇଁ ଆଗ୍ରହୀ ନୁହନ୍ତି । ଓଡିଆ ଭାଷା ଆଜି ସଂକଟରେ । ସରକାର ଓ ସରକାରର ମୁଖ୍ୟଙ୍କର ଏ ଭଳି ଅଭିମୁଖ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଓଡିଆ ଜାତିର ସ୍ୱାଭିମାନ ପାଇଁ, ସରକାରଙ୍କ ଶାସନ ଠାରୁ ଆରମ୍ଭ କରି ପ୍ରତି କ୍ଷେତ୍ରରେ ଓଡିଆମାନେ ନ୍ୟାୟ ପାଇବା ପାଇଁ ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ଓ ସମୃଦ୍ଧି ନିମନ୍ତେ ଓଡିଆ ଭାଷାକୁ ସବୁ କ୍ଷେତ୍ରରେ ପ୍ରାଧାନ୍ୟ ଦିଆଯିବା ଦରକାର । ବିଜେପି ଏ ଭାଷା ଆନେ୍ଦାଳନକୁ ସଂପୂର୍ଣ୍ଣ ଭାବେ ସମର୍ଥନ କରୁଛି ବୋଲି କହିବା ସହ ସରକାରଙ୍କ ସଚିବାଳୟ ଓ ସମଗ୍ର ସରକାରୀ ଦପ୍ତରରେ ଓଡିଆ ଭାଷାକୁ ତୁରନ୍ତ ପ୍ରଚଳିତ କରି ତାଙ୍କ ଓଡିଆତ୍ୱର ପରିଚୟ ଦେବାକୁ ସରକାରଙ୍କୁ ଶ୍ରୀ ହରିଚନ୍ଦନ ଆହ୍ୱାନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନଙ୍କ ସହିତ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଏବଂ ଅନ୍ୟତମ ପ୍ରବକ୍ତା ଶ୍ରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ ।

Share in top social networks!