ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବା ପଇଁ ବିଜେପି ବିରୁଦ୍ଧରେ ଅଭିଯୋଗ ଆଣି ଡା. ରାଉତ ନୁଆ ସୁଆଙ୍ଗ ଓ ଡ୍ରାମା କରୁଛନ୍ତି : ବିଜେପି

 ନିଜ ଅପାରଗତା, ସ୍ଥାଣୁତା ଲୁଚେଇବା ପାଇଁ ସର୍କସର ଜୋକର ଭଳି ମନୋରଂଜନର ଖୋରାକ୍ ଯୋଗାଇବା ପାଇଁ ଧୃତରାଷ୍ଟ୍ର ସାଜିଥିବା ଶାସକ ବିଜେଡି ମୁଖିଆ ଡ.ରାଉତଙ୍କୁ ଶିଖଣ୍ଡି ଭଳି ବ୍ୟବହାର କରୁଛନ୍ତି
 ୨୦୦୦ ମସିହାରେ ରାଜ୍ୟ ସରକାରଙ୍କର ୫ ସଚଳ ଓ ୧୨ ଅଚଳ ଶୀତଳ ଭଣ୍ଡାର ଥିବା ବେଳେ ୨୦୧୭ରେ ୫ ସଚଳ ଓ ୧୩ ଅଚଳ ଶୀତଳ ଭଣ୍ଡାର ଥିବା ଖୋଦ ଦାମ ରାଉତ ବିଧାନସଭାରେ ଦେଇଛନ୍ତି ଉତର
 ରାଜ୍ୟରେ ଜଳସେଚିତ ଜମିରୁ ମୋଟ ଧାନ ଉପ୍ତାଦନର ୩୪% ଅମଳ ହେବା ଓ ଅଣଜଳସେଚିତ ଜମିରୁ ୬୬ % ଅମଳ କୃଷି ବିଭାଗର ସଫଳତା ନା ବିନା ସରକାରି ଜଳସେଚନ ସୁବିଧାରେ କୃଷକର କଠିନ ପରିଶ୍ରମର ଫଳ ?
 ପ୍ରସୁତି ମହିଳା ମାନେ ଅଟୋରେ, ଖଟରେ, ବେତା- ଟୋକେଇରେ ବୁହା ହେଉଛନ୍ତି ଓ ଖୋଲା ଆକାଶ ତଳେ ପ୍ରସବ କରିବାକୁ ବାଧ୍ୟ ହେଉଛନ୍ତି । ପ୍ରତିଦିନ ଗଣମାଧ୍ୟମ ଏପରି ଖବର ସାମ୍ନାକୁ ଆଣୁଥିବା ବେଳେ ଆନୁÂନିକ ପ୍ରସବରେ ଓଡିଶା ଆଗରେ ଥିବା କହିଲେ ଲୋକ ହସିବେ
 ୨୦ ମାର୍ଚ୍ଚ ୨୦୧୭ରେ ବିଧାନସଭାରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ପ୍ରତି ୧୦୦୦ରେ ୯୭ ଯାହା ଜାତୀୟ ହାର ଠାରୁ ଖୁବ ଉର୍ଦ୍ଧରେ ଥିବା ସ୍ୱୀକାର କରିଛନ୍ତି ନା ନାହିଁ ସ୍ପଷ୍ଟ କରିବାକୁ ଆହ୍ୱାନ
 ନିମ୍ନ ମାନର ଛତୁଆ ଓ ଟେକ ହୋମ ରାସନ ପଛରେ ବିଜେଡି ନେତା ଓ କର୍ମୀଙ୍କୁ ଠିକା ଦେବା ହେଉଛି କାରଣ ଅଭିଯୋଗର ସମ୍ବଦ୍ଧରେ ଦାମ ବାବୁ ମତ ସ୍ପଷ୍ଟ କରନ୍ତୁ
 ରିହାତି ସୁଧରେ ଏସଏଚଜି ମାନଙ୍କୁ ଦିଆ ଯାଉଥିବା ଋଣ ଟଙ୍କା ସାହୁକାର ଭଳି ବ୍ୟବହାର ନେଇ ଅଭିଯୋଗ ସତ୍ୟ ନା ନାହିଁ ଦାମ ବାବୁ ସ୍ପଷ୍ଟ କରନ୍ତୁ
PC_Dr

ବୟସ୍କ ମନ୍ତ୍ରୀ ଡା. ଦାମୋଦର ରାଉତ ବିଜେପିକୁ ପ୍ରଶ୍ନ କରିବା ମାମଲାରେ କଡା ଜବାବ ରଖିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡା. ଲେଖାଶ୍ରୀ ସାମନ୍ତସିଂହାର । ଡାକ୍ତର ରାଉତ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଭାବରେ ଓଡିଆ ଲୋକଙ୍କ ପାଖରେ ଉତରଦାୟୀ । ମାତ୍ର ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତାକୁ ଲୁଚାଇବା ପଇଁ ବିଜେପି ବିରୁଦ୍ଧରେ ଅଭିଯୋଗ ଆଣି ଡା. ରାଉତ ନୁଆ ସୁଆଙ୍ଗ ଓ ଡ୍ରାମା କରୁଛନ୍ତି ବୋଲି ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଓଡିଆ ଲୋକ ଚାରିଥର ନିର୍ବାଚନରେ ଜିତାଇ ଓଡିଶାକୁ ଉତମ ଶାସନ ସହ ବିକାଶ କରାଇବାର ଦାୟୀତ୍ୱ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କୁ ଦେଇଛନ୍ତି । ମାତ୍ର ବୟସ୍କ ମନ୍ତ୍ରୀ ଡା. ରାଉତ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସର୍ମ୍ପକ ସରକାରୀ ବିଭାଗରୁ ନବୀନ ସରକାରଙ୍କ ସଫଳତା ନୁହେଁ ରାଜନୈତିକ ବୟାନବାଜି କରିଛନ୍ତି ବୋଲି ସେ କହିଛନ୍ତି । ସେ କହିଛନ୍ତି ରାଜନୈତିକ ଦଳ ଭାବେ ବିଜେଡି ଓ ଜଣେ ବିଜେଡି ନେତା ଭାବେ ଦାମ ବାବୁ ରାଜନୈତିକ ପ୍ରଶ୍ନ ଉଠାଇବାର ସମ୍ପୁର୍ଣ୍ଣ ଅଧିକାର ଅଛି । ରାଜନୈତିକ ବୟାନବାଜିରେ ଆପତି ନାହିଁ ମାତ୍ର ଦାମ ବାବୁ ସରକାରି ଦାୟିତ୍ୱକୁ ଭୁଲିଯାଉଛନ୍ତି ବୋଲି ଲେଖାଶ୍ରୀ କିଛି ପ୍ରଶ୍ନ ମାଧ୍ୟମରେ ତାଙ୍କୁ ତାଙ୍କ ଦାୟିତ୍ୱ ମନେପକାଇଦେଇଛନ୍ତି ।
(ପୃÂା: ୧/୨)
ଶାସକ ବିଜୁ ଜନତା ଦଳର ମୁଖିଆ ଅନ୍ଧ ଧୃତରାଷ୍ଟ୍ର ଜଣେ ନୂଆ ଶିଖଣ୍ଡି ପାଇଛନ୍ତି । ନିଜ ଅପାରଗତା, ସ୍ଥାଣୁତା ଲୁଚେଇବା ପାଇଁ ସର୍କସର ଜୋକର ଭଳି ମନୋରଂଜନର ଖୋରାକ୍ ଯୋଗାଇବା ପାଇଁ ଆଜି ଏହି ଧୃତରାଷ୍ଟ୍ର ଜଣକ ଶିଖଣ୍ଡିଙ୍କୁ ବ୍ୟବହାର କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ତାତ୍ସଲ୍ୟ କରି କହିଛନ୍ତି ।
ବିଧାନସଭାରେ ସମବାୟ ମନ୍ତ୍ରୀଭାବରେ ଦାମ ବାବୁଙ୍କ ଉତରକୁ ଉଦ୍ଧୃତ କରିଛନ୍ତି ଲେଖାଶ୍ରୀ । ୨୦୦୦ ମସିହାରେ ରାଜ୍ୟ ସରକାରଙ୍କର ୫ ସଚଳ ଓ ୧୨ ଅଚଳ ଶୀତଳ ଭଣ୍ଡାର ଥିବା ବେଳେ ୨୦୧୭ରେ ୫ ସଚଳ ଓ ୧୩ ଅଚଳ ଶୀତଳ ଭଣ୍ଡାର ଥିବା ସେ କହିବା ତାଙ୍କ ନବୀନ ସରକାରଙ୍କର ପାରିବା ପଣିଆ ବୋଲି କି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବିଫଳତାର ଉତର ରଖିବା ପାଇଁ ଆହ୍ୱାନ ଜଣାଇଛନ୍ତି ଶ୍ରୀମତୀ ସାମନ୍ତସିଂହାର । ମାର୍ଚ୍ଚ ମାସରେ ରାଜ୍ୟରେ ଜଳସେଚିତ ଜମିରୁ ମୋଟ ଧାନ ଉପ୍ତାଦନର ୩୪% ଅମଳ ହେବା ଓ ଅଣଜଳସେଚିତ ଜମିରୁ ୬୬ % ଅମଳ କୃଷି ବିଭାଗର ସଫଳତା ନା ସରକାରି ବିନା ଜଳସେଚନ ସୁବିଧାରେ କୃଷକର କଠିନ ପରିଶ୍ରମର ଫଳ ବୋଲି ଜବାବ ରଖିବାକୁ ସେ ଆହ୍ୱାନ ଜଣାଇଛନ୍ତି । ୨୦୦୦ରେ ୨୫ ପ୍ରତିଶତ, ୨୦୦୪ରେ ଆଉ ୨୫ ପ୍ରତିଶତ, ୨୦୦୯ରେ ପ୍ରତି ବ୍ଲକରେ ୩୫ ପ୍ରତିଶତ ଓ ୨୦୧୪ରେ ଦଶ ଲକ୍ଷ ହେକ୍ଟରକୁ ଜଳ ସେଚନ ପ୍ରତିଶ୍ରୁତି ପାଣିରେ ଗାର ହୋଇଛି । ଓଡିଶାର ୭୦ ପ୍ରତିଶତ ଲୋକ ଚାଷ ଓ ଆନୁଷଙ୍ଗିକ କ୍ଷେତ୍ରରେ ନିର୍ଭର କରୁଥିବା ବେଳେ ଏହି କ୍ଷେତ୍ରର ଅର୍ଥନୀତିକୁ ଯୋଗଦାନ ମାତ୍ର ୧୫ ପ୍ରତିଶତ । ଚାଷୀ ଆତ୍ମହତ୍ୟା ଋଣ ଓ ଫସଲହାନୀ ଜନିତ ତଥ୍ୟକୁ ସରକାର ସ୍ୱୀକାର କରନ୍ତୁ । ମହାରାଷ୍ଟ୍ର ଓ ଆନ୍ଧ୍ରରେ ଋଣ ଓ ଫସଲହାନୀ ଜନିତ ଆତ୍ମହତ୍ୟା ପରେ ଦିଆ ଯାଉଛି କ୍ଷତିପୂରଣ, ଓଡିଶା କାହିଁକି ଚାଷୀ ଆତ୍ମହତ୍ୟା ସ୍ୱୀକାର କରୁ ନାହିଁ ? କୃଷି ଓ ଜଳ ସେଚନ ପାଇଁ ପ୍ରଚୁର କେନ୍ଦ୍ରୀୟ ଅର୍ଥ ଖର୍ଚ ନ ହୋଇ ପଡି ରହିବା ସତ୍ୟକୁ ସ୍ୱୀକାର କରନ୍ତୁ ରାଜ୍ୟ ସରକାର ।
ଦୁଗ୍ଧ, ଅଣ୍ଡା, ପିଆଜ ଓ ଆଳୁ ଉପôାଦନରେ ସରକାରୀ ଉଦ୍ୟମ ଅଭାବରୁ ପଛରେ ପଡିବା ରାଜ୍ୟ ସରକାର ସ୍ୱୀକାର କରନ୍ତୁ ବୋଲି ଶ୍ରୀମତୀ ସାମନ୍ତସିଂହାର ଆହ୍ୱାନ ଜଣାଇଛନ୍ତି ।
ରାଜ୍ୟରେ ଆନୁÂନିକ ପ୍ରସବ ନେଇ ନିଜ ପିଠି ନିଜେ ଥାପୁଡେଇଥିବା ନେଇ କଟୁ ସମାଲୋଚନା କରିଛନ୍ତି ଲେଖାଶ୍ରୀ । ପ୍ରସୁତି ମହିଳା ମାନେ ଅଟୋରେ, ଖଟରେ, ବେତା- ଟୋକେଇରେ ବୁହା ହେଉଛନ୍ତି ଓ ଖୋଲା ଆକାଶ ତଳେ ପ୍ରସବ କରିବାକୁ ବାଧ୍ୟ ହେଉଛନ୍ତି । ପ୍ରତିଦିନ ଗଣମାଧ୍ୟମ ଏପରି ଖବର ସାମ୍ନାକୁ ଆଣୁଥିବା ବେଳେ ଆନୁÂନିକ ପ୍ରସବରେ ଓଡିଶା ଆଗରେ ଥିବା କହିଲେ ଲୋକ ହସିବେ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।
ଶିଶୁ ମୃତ୍ୟୁ ହାର ରୋକିବାରେ ଓଡିଶା ଦେଶରେ ରେକର୍ଡ କରିଥିବା ଦାମ ବାବୁଙ୍କ ସରକାର ୨୦ ମାର୍ଚ୍ଚ ୨୦୧୭ରେ ବିଧାନସଭାରେ ବଲାଙ୍ଗିର ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ପ୍ରତି ୧୦୦୦ରେ ୯୭ ଯାହା ଜାତୀୟ ହାର ଠାରୁ ଖୁବ ଉର୍ଦ୍ଧରେ ଥିବା ସ୍ୱୀକାର କରିଛନ୍ତି ନା ନାହିଁ ସ୍ପଷ୍ଟ କରିବାକୁ ଶ୍ରୀମତୀ ସାମନ୍ତସିଂହାର ଆହ୍ୱାନ ଜଣାଇଛନ୍ତି ।
ନିମ୍ନ ମାନର ଛତୁଆ ଓ ଟେକ ହୋମ ରାସନ ପଛରେ ବିଜେଡି ନେତା ଓ କର୍ମୀଙ୍କୁ ଠିକା ଦେବା ହେଉଛି କାରଣ ଅଭିଯୋଗର ସମ୍ବଦ୍ଧରେ ଦାମ ବାବୁ ମତ ସ୍ପଷ୍ଟ କରନ୍ତୁ । ଗୁରୁତର ଅପପୁଷ୍ଟିର ଶୀକାର ଶିଶୁ ମାନଙ୍କୁ କାହିଁକି ପରିପୂରକ ପୁଷ୍ଟିକରଣ ଯୋଜନାରେ ସାମିଲ କରା ଯାଇ ନାହିଁ ଏହାର ସ୍ପଷ୍ଟିକରଣ ରଖିବାକୁ ସେ ଦାବି କରିଛନ୍ତି ।
ରିହାତି ସୁଧରେ ଏସଏଚଜି ମାନଙ୍କୁ ଦିଆ ଯାଉଥିବା ଋଣ ଟଙ୍କା ସାହୁକାର ଭଳି ବ୍ୟବହାର ନେଇ ଅଭିଯୋଗ ସତ୍ୟ ନା ନାହିଁ ଦାମ ବାବୁ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାପତି ପିଙ୍କି ପ୍ରଧାନ ଉପସ୍ଥିତ ଥିଲେ ।

Share in top social networks!