ଆରଏସ୍ଏସ୍ ଭୁବନେଶ୍ୱର ମହାନଗର ତରଫରୁ ବାଲଶିବିର

Bal sivir-1ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ଜାତୀୟତାର ଭାବ ନିର୍ମାଣ କରିବା ସହିତ ଭାରତୀୟ ସଂସ୍କୃତି, ପରମ୍ପରା, ଇତିହାସ ଓ ଭୌଗଳିକ ସ୍ଥିତି ବିଷୟରେ ପରିଚୟ କରାଇବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ତରଫରୁ ବାଲ ଶିବିର ଅନୁÂିତ ହୋଇ ଯାଇଛି । ଏହି ଶିବିରରେ ଚତୁର୍ଥ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୬୬ ଜଣ ବିଦ୍ୟାଥିୀମାନେ ଯୋଗଦେଇଥିଲେ । ସ୍ଥାନୀୟ ନୟାପଲ୍ଲୀ ଭଗବଦ୍ ଗୀତା ବିଦ୍ୟାମନ୍ଦିରରେ ଅନୁÂିତ ଏହି ଶିବିରର ଶାରୀରିକ କାର୍ଯ୍ୟକ୍ରମରେ କବାଡି, ଖୋ-ଖୋ, ମୂର୍ତ୍ତି, ସମାତା ଆଦି ପ୍ରତିଯୋଗିତା ହୋଇଥିବା ବେଳେ ବୌଦ୍ଧିକରେ ଦେଶାତ୍ମ ବୋଧକ ସଂଗୀତ, ମହାପୁରୁଷ ଲିଖନ, ପ୍ରାର୍ଥନା, ସୁଭାଷିତ, ଅମୃତ ବଚନ, କାହାଣୀ ଆଦି ବିଷୟରେ ପ୍ରତିଯୋଗିତାମାନ ଅନୁÂିତ ହୋଇଥିଲା । ସମାଜସେବୀ ଶୁଶାନ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଓ ଭାଗ କୁଟୁମ୍ଭ ପ୍ରବୋଧନ ପ୍ରମୁଖ ନୀଳମଣୀ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ସଂଘର ଅଖିଳ ଭାରତୀୟ ବୌଦ୍ଧିକ ଟୋଲିର ସଦସ୍ୟ ଶ୍ରୀ ଅସିତ୍ ବରେଣ୍ୟ ମହାପାତ୍ର ମୁଖ୍ୟ ଅତିଥି ଓ କ୍ଷେତ୍ର କାର୍ଯ୍ୟବାହ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବର୍ଗ କାର୍ଯ୍ୟବାହ ରୂପେ ଭବେଶ ଜେନା ଓ ସର୍ବବ୍ୟବସ୍ଥା ପ୍ରମୁଖ ରୂପେ ସମରେନ୍ଦ୍ର ଜେନା ଦାୟିତ୍ୱ ତୁଲାଇ ଥିଲେ ।

Share in top social networks!