ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ

odisha-state-open-university-sambalpur-logo
ଶିକ୍ଷା ଗ୍ରହଣ ପାଇଁ ବୟସ କେବେ ବାଧକ ନୁହେଁ- ଏହି ଚିନ୍ତାଧାରା ହିଁ ମୁକ୍ତ ପଠନର ମୂଳସ୍ରୋତ । ଆଉ ଓଡ଼ିଶା ରାଜ୍ୟ ସରକାର ଏହି ଚିନ୍ତାଧାରାକୁ ନେଇ ବହୁବର୍ଷରୁ ଉଦ୍ୟମ କରୁଥିଲେ । ତେବେ ମୁକ୍ତ ପଠନ ନିମିତ୍ତ ୨୦୧୫ ରେ ପ୍ରତିÂା ହେଲା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକଙ୍କ ଦ୍ୱାରା ସମ୍ବଲପୁର ଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ ହେଲା ।

୨୦୧୫ର ଶେଷ ଆଡକୁ ଆରମ୍ଭ ହେଲା ବିଶ୍ୱବିଦ୍ୟାଳୟର ପ୍ରଥମ ଶିକ୍ଷାବର୍ଷ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଛୁଟିଆସିଲେ ଶିକ୍ଷାର୍ଥୀ । ପ୍ରଥମେ ଅଳ୍ପ କେତୋଟି ପାଠ୍ୟକ୍ରମରୁ ଓଡ଼ିଶାର ୨୯ଟି ଶିକ୍ଷାକେନ୍ଦ୍ରରେ ଶିକ୍ଷାଦାନ ଆରମ୍ଭ କରାଗଲା । ପ୍ରବୀଣ ଓ ଦୂର ନିରନ୍ତର ଶିକ୍ଷାରେ ଅଭିଜ୍ଞ ଡକ୍ଟର ଶ୍ରୀକାନ୍ତ ମହାପାତ୍ର ପ୍ରଥମ କୁଳପତି ଭାବରେ ଦାୟିତ୍ୱ ଗ୍ରହଣ କରି ପାଠ୍ୟକ୍ରମକୁ ଆଗେଇନେଲେ ।

ବର୍ତ୍ତମାନ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ଛଅଟି, ଡିପ୍ଲୋମାରେ ୧୧ଟି ଏବଂ ସ୍ନାତକୋତ୍ତର ଡିପ୍ଲୋମାରେ ୪ଟି ପାଠ୍ୟକ୍ରମ ଯୋଗାଇଦିଆଯାଉଛି ।
ବିଭିନ୍ନ ବୟସର ବହୁ ଶିକ୍ଷାର୍ଥୀ ଏହି ପାଠ୍ୟକ୍ରମରେ ସାମିଲ୍ ହୋଇ ନିଜର କୋ÷ଶଳ ଓ ଯୋଗ୍ୟତା ପ୍ରତିପାଦନ କରିଛନ୍ତି ।
ଶିକ୍ଷାକୁ ସୁଦୂର ବିସ୍ତାରୀ କରିବା ପାଇଁ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅନ୍ୟାନ୍ୟ କିଛି ଅନୁÂାନ ଯଥା- ଇଗନୁ, କଲ୍, ଏବଂ ଓକେସିଏଲ୍ ସହିତ ଅନୁବନ୍ଧିତ ହୋଇଛି । ଏହାଦ୍ୱାରା ପାଠ୍ୟକ୍ରମରେ ସାମିଲ୍ ନହୋଇ ମଧ୍ୟ ଜଣେ ଆଗ୍ରହୀ ଘରେ ବସି ବିନା ଦେୟରେ ସମସ୍ତ ପାଠ୍ୟକ୍ରମ ପଠନ କରିପାରିବ ।
ଚଳିତ ମାସ ୨୪ତାରିଖରେ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏହାର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁÂିତ ହେବାକୁ ଯାଉଛି ।
ଏହି ଉତ୍ସବରେ ମାନ୍ୟବର କୁଳାଧିପତି ଏସ୍. ସି. ଜମିର୍, ମୁଖ୍ୟଅତିଥି ଭାବରେ ଓଡ଼ିଶା ଦକ୍ଷତା ବିକାଶ ପା୍ରଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗଚୀ, ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ଶ୍ରୀକାନ୍ତ ମହାପାତ୍ର, କୁଳସଚିବ ଜୟନ୍ତ କରଶର୍ମା ଯୋଗଦେବେ ।
ଏହି ଅବସରରେ ବିଭିନ୍ନ ପାଠ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ୧୦ଜଣ ଶିକ୍ଷାର୍ଥୀଙ୍କୁ ସ୍ୱର୍ଣ୍ଣ ପଦକ ସହିତ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହାସହିତ ଅନ୍ୟ ସଫଳ ଶିକ୍ଷାର୍ଥୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯିବ ।

Share in top social networks!