ମନରେଗା କର୍ମଚାରୀଙ୍କ ଦାବୀ ସହୃଦୟତାର ସହ ବିଚାର କରୁ ରାଜ୍ୟ ସରକାର: ବିଜେପି

PIX_MGNREGA (2) ଓଡିଶା (ଗଏଘଜଋଏଇ) ନରେଗା କର୍ମଚାରୀ ମହାସଂଘ ତରଫରୁ ରାଜ୍ୟରେ କାର୍ଯ୍ୟରତ ସମସ୍ତ ନରେଗା ସଂଯୋଜକ, ଅତିରିକ୍ତ କାର୍ଯ୍ୟକ୍ରମ ଅଧରକାରୀ, ସମସ୍ତ (ଏଚଞଇ) ଗ୍ରାମ ପଂଚାୟତ ବୈଷୟିକ ସହାୟକ, ଗ୍ରାମ ରୋଜଗାର ସେବକ, ଅତିରିକ୍ତ କଂପୁ୍ୟଟର ପ୍ରୋଗ୍ରାମର କର୍ମଚାରୀମାନେ ଚଳିତ ମାସ ୨ ତାରିଖରୁ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ୧୪ ଦଫା ଦାବୀ ଅବଗତ କରାଇଥିଲେ ମଧ୍ୟ ଦୀର୍ଘ ୧୧ ବର୍ଷ ଧରି ବିଭିନ୍ନ ପଦପଦବୀରେ କାର୍ଯ୍ୟରତ ଏହି କର୍ମଚାରୀମାନଙ୍କର ନ୍ୟାର୍ଯ୍ୟ ଦାବୀ ପୁରଣ ପ୍ରତି ସରକାର ଆଖି ବୁଜି ଦେଇଛନ୍ତି । ଏହା ଦ୍ୱାରା ଆନେ୍ଦାଳନକାରୀ ଏହି କର୍ମଚାରୀମାନେ ୧୦ ତାରିଖରୁ ଭୂବନେଶ୍ୱର ପିଏମଜି ଛକରେ ଧାରଣା ଦେବାକୁ ବାଧ୍ୟ ହୋଇଛନ୍ତି । ଯାହା ଫଳରେ ରାଜ୍ୟର ଗ୍ରାମାଂଚଳର ବିକାଶ ପ୍ରକ୍ରିୟା ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହିତ ୨୦ରୁ ଅଧିକ ଜିଲ୍ଲାରେ ଦୀର୍ଘ ୧୦ରୁ ୧୫ ଦିନ ହେବ କୈାଣସି ଗୋଟିଏ ଗଙ୍କଗ୍ଦଗ୍ଧରr ଜକ୍ଟକ୍ଷକ୍ଷ ହୋଇପାରିନାହିଁ କି ଜଣେ ବି ଜବକାର୍ଡଧାରୀ ଶ୍ରମିକଙ୍କୁ କାର୍ଯ୍ୟରେ ବିନିଯୋଗ କରାଯାଇ ପାରୁନାହିଁ ।
ତେଣୁ ସେମାନଙ୍କ ପ୍ରମୁଖ ଦାବୀ ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଧଶ ମୁତାବକ ସମାନ କାମକୁ ସମାନ ଦରମା ଓ ୬ ବର୍ଷ ଶେଷ କରିଥିବା ସମସ୍ତ ନରେଗା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଓ ସମାନ ନିଯୁକ୍ତି ପଦ୍ଧତି ଓ ସମାନ ଶିକ୍ଷାଗତ ଯୋଗ୍ୟତା ଥାଇ ଓଡିଶାର ବିଭିନ୍ନ ଅନୁସଂଗିକ ବିଭାଗରେ କାର୍ଯ୍ୟରତ ସମସ୍ତ ଡିପ୍ଲୋମା ଇଂଜିନିୟରମାନେ ୬ ବର୍ଷ ଠିକା କାର୍ଯ୍ୟକାଳ ପରେ ନିୟମିତ ହେଉଥିଲେ ମଧ୍ୟ ପଂଚାୟତରାଜ ବିଭାଗରେ କାର୍ଯ୍ୟରତ ଏଚଞଇ ମାନଙ୍କୁ ନିୟମିତ କରିବା ପାଇଁ ରାଜ୍ୟ ସରକାର କୈଣସି ସଠିକ ପଦକ୍ଷେପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଦିଗରେ ରାଜ୍ୟ ସରକାର ତୁରନ୍ତ ସକାରାତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ଗ୍ରାମାଂଚଳ ବିକାଶ ପ୍ରକ୍ରିୟାରେ ସୃଷ୍ଟି ହୋଇଥିବା ସ୍ଥାଣୁତାକୁ ତୁରନ୍ତ ଦୂର କରିବାକୁ ରାଜ୍ୟ ବିଜେପି ନେତାମାନେ ଦାବୀ କରିଛନ୍ତି । ଆନେ୍ଦାଲନରତ କର୍ମଚାରୀମାନଙ୍କୁ ବିଜେପିର ପ୍ରତିନିଧିଦଳ ପୂର୍ବତନ ମନ୍ତ୍ରୀ ସମୀର ଦେ, ସମୀର ମହାନ୍ତି, ସଜ୍ଜନ ଶର୍ମା ପ୍ରଭୃତି ନେତୃବ୍ୃନ୍ଦ ଭେଟି ଆଲୋଚନା କରିଥିଲେ ।

Share in top social networks!