ରାଜମାତା ବିଜୟାରାଜ ସିନ୍ଧିଆଙ୍କ ଜନ୍ମ ଦିବସକୁ ଶକ୍ତି ଦିବସ ଭାବେ ପାଳନ କଲା ବିଜେପି ମହିଳା ମୋର୍ଚ୍ଚା

Mahila Morcha (1)
ରାଜ୍ୟ କାର୍ଯାଳୟରେ ଅବସ୍ଥିତ କୁଶାଭାଉ ଠାକରେ ଭବନରେ ରାଜମାତା ବିଜୟାରାଜ ସିନ୍ଧିଆଙ୍କ ୯୮ତମ ଜନ୍ମ ଦିବସକୁ ବିଜେପି ମହିଳା ମୋର୍ଚ୍ଚା ଶକ୍ତି ଦିବସ ଭାବେ ପାଳନ କରିଛି । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁÂିତ ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରି ରାଜମାତା ବିଜୟାରାଜ ସିନ୍ଧିଆଙ୍କ ଜୀବନଶୈଳୀ, ପାରିବାରି ଜୀବନ, ରାଜନୈତିକ ଯାତ୍ରା, ସମାଜସେବା ସହିତ ମହିଳା ସଶକ୍ତିକରଣର ଦୃଢତା ଉପରେ ଗଭୀର ଆଲୋକପାତ କରିଥିଲେ ।
ଅନ୍ୟତମ ବକ୍ତା ରାଜ୍ୟ ସଂପାଦିକା ଶ୍ରୀମତୀ ସୀମନ୍ତିନୀ ଜେନା ରାଜପଥରୁ ଲୋକପଥ, ଯାହାକି ରାଜମାତା ସିନ୍ଧିଆଙ୍କ ଜିବନୀ ଭାବେ ପରିଚିତ ତାହା ସମସ୍ତ ମହିଳା କାର୍ଯ୍ୟକର୍ତାଙ୍କ ପାଇଁ ଆବଶ୍ୟକତା ବୋଲି ଦୃଷ୍ଟିପାତ କରାଇଥିଲେ ।
ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ପିଙ୍କି ପ୍ରଧାନ ରାଜମାତା ସିନ୍ଧିଆଙ୍କ ସଂଘର୍ଷ ଓ ଦୃଢତାକୁ ନେଇ ଏକ ସଂଗୀତ ପରିବେଷଣ କରିଥିଲେ ।
ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପଢିଆରୀ, ବିଜେପି ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ପ୍ରଭାତୀ ଶତପଥୀଙ୍କ ସମେତ ସମସ୍ତ ଉପସ୍ଥିତ ପଦାଧିକାରୀ ରାଜମାତା ସିନ୍ଧିଆଙ୍କ ସ୍ମୃତିଚାରଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିଜୟଲକ୍ଷ୍ମୀ ମହାପାତ୍ର, ନିରୁପମା ଜେନା, ଦିପ୍ତୀରେଖା ନାୟକ, ରଶ୍ମୀରେଖା ଦାଶ, ଅମିତା ଦାଶ, ପୁଷ୍ପିତା ମହାପାତ୍ର ପ୍ରମୁଖଙ୍କ ସମେତ ସମସ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟାମାନେ ଯୋଗ ଦେଇଥିଲେ ।

Share in top social networks!