“ମୂଲ୍ୟବୋଧର ଅବକ୍ଷୟ ଘଟି ଦେଶ ଦୁର୍ବଳ ନହେଉ’

ଡା. ଦାମୋଦର ରାଉତ
548909_416855085036374_1484601797_n
ଆମ ଗଣତନ୍ତ୍ରର ଆୟୁଷ ସାତ ଦଶନ୍ଧିର ଶେଷ ଭାଗରେ ପହଞ୍ଚିଲାଣି । ତେବେ ଦେଶ ଯେତିକି ଶକ୍ତିଶାଳୀ, ସମୃଦ୍ଧ ଏବଂ ପ୍ରସିଦ୍ଧି ଲାଭ କରିବା କଥା ତାହା ନ ହୋଇ ଜାତୀୟ ରାଜନୈତିକ ଦଳମାନଙ୍କ ଭିତରେ ଦିନକୁ ଦିନ ଏଭଳି ବିଭ୍ରାନ୍ତି ଘଟୁଛି ଯାହାଫଳରେ ବିଭିନ୍ନ କ୍ଷେତ୍ରରେ ଅନ୍ତଦ୍ୱର୍ନ୍ଦ ଆମର ଗଣତାନ୍ତ୍ରିକ ବିଧ#ବ୍ୟବସ୍ଥାକୁ ଅସ୍ଥିରତା ଭିତରକୁ ଠେଲି ଦେଉଛି । ଗୋଟିଏ ସମୟରେ ବାମପନ୍ଥୀ ଦଳଗୁଡ଼ିକର ଜାତୀୟ ରାଜନୀତିରେ ଦୃଶ୍ୟମାନ ପ୍ରଭାବ ରହିଥ#ଲା । ଏବେ ତାହା ଆଉ ନାହିାଁ ଆଜି ବିଶେଷ କରି ସିପିଆଇଏମ୍ ଏବଂ ସିପିଆଇ ଜାତୀୟସ୍ତରରେ ସେମାନଙ୍କର ଉପସ୍ଥିତି ହରାଇ ସାରିଛନ୍ତି । ଦେଶକୁ ସ୍ୱାଧୀନତା ଆଣିଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥ#ବା ସର୍ବପୁରାତନ ଭାରତୀୟ ଜାତୀୟ କଂଗ୍ରେସ ଦଳ ଜାତୀୟସ୍ତରରେ ଏବଂ ରାଜ୍ୟମାନଙ୍କରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ସ୍ୱାଧୀନତା ପ୍ରାକ୍କାଳରେ ଜାତି, ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ଦଳ ସୃଷ୍ଟି ହେଉଥ#ଲାା ସେଥ#ଯୋଗୁଁ ଭାରତବର୍ଷରେ ବିଭିନ୍ନ ଭାଷା ଓ ବିଭିନ୍ନ ଧର୍ମ ଓ ବିଭିନ୍ନ ଜାତିକୁ ନେଇ ଯେଉଁ ବିଭିନ୍ନତା ରହିଥ#ଲା ସେହି ବିଭିନ୍ନତା ଭିତରେ ଏକତା ପ୍ରତିଷ୍ଠା କରିବା ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ଜୀବନବ୍ୟାପୀ ସଂଗ୍ରାମ କରି ମୌଳବାଦୀମାନଙ୍କ ରୋଷର ଶିକାର ହୋଇ ପ୍ରାଣବଳି ଦେଇଥ#ଲେ । କିନ୍ତୁ ତାଙ୍କର ନିଷ୍ଠା ଓ ତ୍ୟାଗ ଏବଂ ଦିଗ୍ଦର୍ଶନକୁ ପାଥେୟ କରି ଆମ ଦେଶ ବିଭିନ୍ନତା ଭିତରେ ଏକତା ଭଳି ଏକ ଆଦର୍ଶ ସୃଷ୍ଟି କରି ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇ ଆସିଥ#ଲାା ସେହି ଧର୍ମ ନିରପେକ୍ଷବାଦ ରାଜନୀତିକୁ ନେଇ ଜାତୀୟ କଂଗ୍ରେସ ଦଳ ସ୍ୱାଧୀନତା ପରବର୍ତ୍ତୀ କାଳରେ ସମଗ୍ର ଦେଶରେ ଶାସନ କରି ସଫଳତା ଅର୍ଜନ କରିବା ସହିତ ପ୍ରାୟ ସବୁ ରାଜ୍ୟରେ କଂଗ୍ରେସ ସରକାର ଶାସନ କ୍ଷମତା ଗ୍ରହଣ କରିବା ସମ୍ଭବପର ହୋଇଥ#ଲାା ମାତ୍ର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ନେତୃତ୍ୱ ପରେ ତାହା ଧୀରେ ଧୀରେ ଅସ୍ତମିତ ହେବାରେ ଲାଗିଲା । ରାଜ୍ୟଗୁଡ଼ିକୁ ନେଇ ଆମ ଦେଶ ଗଠନ ହୋଇଛି । ସବୁ ରାଜ୍ୟର ସମବିକାଶ ଜରିଆରେ ଦେଶକୁ ଶକ୍ତିଶାଳୀ କରି ଗଢ଼ିତୋଳିବାରେ ଦେଶର ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଭାବନା ଏବଂ ଅନ୍ତର୍ଦୃଷ୍ଟିକୁ ପାଥେୟ କରି ପଣ୍ଡିତ ନେହେରୁ ଏବଂ ଲାଲବାହାଦୁର ଶାସ୍ତ୍ରୀ ନିଷ୍ଠାର ସହିତ କାର୍ଯ୍ୟ କରି ଭାରତୀୟ ଜନଗଣକୁ ଏକାଠି ରହିବାରେ ସକରାତ୍ମକ ମାନସିକତା ସୃଷ୍ଟି କରିଥ#ଲୋ ସେମାନଙ୍କ ଦେହାନ୍ତ ପରେ ଯେଉଁମାନେ ନେତୃତ୍ୱ ନେଲେ ସେମାନଙ୍କର ଦଳୀୟ ଓ ଆଞ୍ଚଳିକ ଭାବନା, କ୍ଷମତାଲିପ୍ସା ଏବଂ ଅହଂକାର ଯୋଗୁଁ ରାଜ୍ୟମାନଙ୍କରେ ଅସନ୍ତୋଷ କୁହୁଳି ଆଞ୍ଚଳିକ ଦଳମାନଙ୍କର ସୃଷ୍ଟି ହେଲା । ରାଜ୍ୟମାନଙ୍କରେ ସ୍ୱାଭାବିକ ନେତୃତ୍ୱକୁ (କ୍ତଚ୍ଚଟ୍ଟଫrଚ୍ଚଝ କeଚ୍ଚଛerଟhiଞ୍ଛ) ସ୍ୱୀକୃତି ଦିଆ ନଯାଇ କେନ୍ଦ୍ରରୁ ରାଜ୍ୟ ଉପରେ ନେତୃତ୍ୱ ଲଦି ଦିଆଗଲା । ରାଜ୍ୟମାନଙ୍କର ବିଭିନ୍ନ ଦାବି ପ୍ରତି କେନ୍ଦ୍ର ସରକାର ଇଛାକୃତ ଅବହେଳା ପ୍ରଦର୍ଶନ କଲୋ ଫଳରେ ସଂପ୍ରତି ଦେଶର ଅନେକ ରାଜ୍ୟରେ ଭିନ୍ନ ଭିନ୍ନ ଦଳର ଶାସନ ଚାଲିଛି । ଆମର ବହୁଦଳୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଷ୍ଟ୍ରବାଦ ପରିବର୍ତ୍ତେ ଆଞ୍ଚଳିକବାଦ ଏବଂ ତା’ର ସୁଯୋଗ ନେଇ ବିଚ୍ଛିନ୍ନତାବାଦୀ ବ୍ୟକ୍ତିମାନେ ମୁଣ୍ଡଟେକି ଗଣତନ୍ତ୍ରରେ ଅସ୍ଥିରତା ସୃଷ୍ଟି କରିବାରେ ଲାଗିଛନ୍ତି । ଧୀରେ ଧୀରେ ଅସହିଷ୍ଣୁତାବାଦ ଅସ୍ଥିରତାର ଏକ କାରଣ ହୋଇ ଉଠିଛି । ବର୍ତ୍ତମାନ କେନ୍ଦ୍ରରେ ଶାସନଦଣ୍ଡ ଧରିଥ#ବା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ପ୍ରଗଳ୍ଭତା, ଦଳୀୟ ପ୍ରୀତି ଏବଂ ଆଞ୍ଚଳିକ ପ୍ରୀତି ଆମର ସାମ୍ବିଧାନିକ ବିଧ#ବ୍ୟବସ୍ଥା ଓ ପରମ୍ପରା ପ୍ରତି ଆଦୌ ଖାପ ଖାଉନାହିଁ । ଜଣାପଡ଼ୁଛି ସତେ ଯେପରି ପ୍ରଧାନମନ୍ତ୍ରୀଙ୍କର ଇଚ୍ଛା ଦେଶରେ ସବୁ ରାଜ୍ୟରେ ବିଜେପିର ଶାସନ ପ୍ରତିଷ୍ଠା ହେଉ । ଏହା ଫଳରେ ଦେଶରେ ସାଧାରଣ ଭାବରେ ଅସ୍ଥିରତା ଦେଖା ଦେଉଛି । ଏହାର ସୁଯୋଗ ନେଇ ଅନେକ ରାଜ୍ୟରେ ଉଗ୍ରବାଦ ଶାଖାପ୍ରଶାଖା ମେଲିବାରେ ଲାଗିଛି । ରାଜ୍ୟମାନଙ୍କରେ ଅଭିଷ୍ଠ ଅଭିବୃଦ୍ଧି ହାସଲ କରିବାରେ ଅନ୍ତରାୟ ସୃଷ୍ଟି ହେଉଛି । ଅଣ ବିଜେପି ଦଳର ଶାସନ ଚାଲିଥ#ବା ରାଜ୍ୟରେ ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧିକୁ ଇଚ୍ଛାକୃତ ଭାବେ ବ୍ୟାହତ କରାଯାଉଛି । ଅବଶ୍ୟ ବେଶ୍ କିଛି ବର୍ଷ ହେଲା ଆମ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ହେବାରେ ଲାଗିଥ#ଲା । ଏବେ ତାହା କ୍ଷିପ୍ରତର ହେବାରେ ଲାଗିଛି । ସେବା ଓ ତ୍ୟାଗ ବଦଳରେ କ୍ଷମତା ଓ ସମ୍ପତ୍ତି ଆହରଣର ଅଭିପ୍ସା ପ୍ରାବଲ୍ୟ ଲାଭ କରିବାରେ ଲାଗିଛି । ଦେଶରେ ଧନବଳ, ବାହୁବଳ ରାଜନୀତିକୁ ପ୍ରଭାବିତ କରୁଥ#ବା ବେଳେ ଦଳ ଦଳ ଭିତରେ, ବ୍ୟକ୍ତି ବ୍ୟକ୍ତି ଭିତରେ, ସମ୍ପ୍ରଦାୟ ସମ୍ପ୍ରଦାୟ ଭିତରେ ଅସ୍ୱାଭାବିକ ଅସହିଷ୍ଣୁତା ମୁଣ୍ଡ ଟେକିବାରେ ଲାଗିଛି ।
ଅପର ପକ୍ଷରେ ଦୁଇ ପ୍ରମୁଖ ଜାତୀୟ ଦଳ ଭିତରେ ଭାରତୀୟ ଜାତୀୟ କଂଗ୍ରେସ ଦଳର କେନ୍ଦ୍ରୀୟ ସ୍ତରରେ ଏବଂ ରାଜ୍ୟସ୍ତରରେ ନେତୃତ୍ୱ ପ୍ରଭାବ ବିସ୍ତାରରେ ସ୍ଥାଣୁତା ଦେଖା ଦେବା ଫଳରେ ଦେଶକୁ ସର୍ବାଧ#କ କାଳ ଶାସନ ଦେଇଥ#ବା ଏହି ଦଳ ଦୁର୍ବଳ ହେବାରେ ଲାଗିଛି । ଅନ୍ୟ ପ୍ରମୁଖ ଜାତୀୟ ଦଳ ହେଲା ଭାରତୀୟ ଜନତା ପାର୍ଟି । ଏହାର ନେତୃତ୍ୱର ଉଚ୍ଚାରଣ ଓ ଆଚରଣ ତଳସ୍ତରର ଦଳୀୟ କର୍ମୀମାନଙ୍କୁ ଏଭଳି ଅଯଥା ଉତ୍ସାହିତ କରୁଛି ଯେ ନେତୃତ୍ୱର ସ୍ୱୀକୃତି ନଥ#ଲେ ମଧ୍ୟ ତଳସ୍ତରରେ କେମିତି ଏକ ରାଜନୈତିକ ଉଚ୍ଛୃଙ୍ଖଳତା ସୃଷ୍ଟି କରୁଛି ।
ଦେଶରେ ଏଭଳି ଏକ ଅସ୍ୱାଭାବିକ ଅସ୍ଥିର ରାଜନୈତିକ ସ୍ଥିତିରେ ସୁଧାର ନ ଆଣିଲେ ବିଶ୍ୱର ବୃହତ୍ତମ ଗଣତନ୍ତ୍ର କେଉଁ ଦିଗରେ ଗତି କରିବ ତାହା କହିବା ସମ୍ଭବ ନୁହେଁ । ଅବଶ୍ୟ ଆମ ଦେଶ ଭଳି ଏକ ବିରାଟ ଦେଶରେ କ୍ଷମତା ଓ ସମ୍ପତ୍ତି ଲୋଭ ନଥ#ବା ଚିନ୍ତାଶୀଳ ଲୋକଙ୍କର ଅଭାବ ନାହିଁ । ସେମାନେ ଦଳୀୟ ରାଜନୀତିକୁ ପ୍ରବେଶ କରିବାକୁ ହୁଏତ ଚାହାଁନ୍ତି ନାହିଁ । ତେଣୁ ଚିନ୍ତାଶୀଳ ବୁଦ୍ଧିଜୀବୀମାନେ ଏବେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିବାର ସମୟ ଉପସ୍ଥିତ । ସେମାନେ ଯଦି ଗଠନମୂଳକ ଚିନ୍ତା ପ୍ରକଟ କରନ୍ତେ ତେବେ ତାହା ଭାରତୀୟ ଜନସମୂହକୁ ନିଶ୍ଚୟ ପ୍ରଭାବିତ କରନ୍ତା ଏବଂ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଆମ ଦେଶ ଦୁର୍ବଳ ହୁଅନ୍ତା ନାହିଁ ଏବଂ ଆମର ଆଥ#ର୍କ ପ୍ରଗତିର ଧାରା ବ୍ୟାହତ ନହୋଇ ଦେଶକୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରି ପାରନ୍ତା । କାହାକୁ ପ୍ରଶଂସା କରିବା ବା ନିନ୍ଦା କରିବା ଏ ପ୍ରବନ୍ଧର ଉଦ୍ଦେଶ୍ୟ ନୁହେଁ । ନିଜସ୍ୱ ଅନୁଭବର ଅନୁଭୂତିରୁ ହିଁ ଏ ପ୍ରବନ୍ଧର ସୃଷ୍ଟି ।

Share in top social networks!