ଅକ୍ଷୟ ମହାନ୍ତିଙ୍କୁ ଡିଜିଟାଲ୍ ମିଡିଆରେ କଣ୍ଠଶିଳ୍ପୀ ନମ୍ରତାଙ୍କ ସଙ୍ଗୀତ-ଶ୍ରଦ୍ଧାଞ୍ଜଳି

Namrata Mohanty

ଭୁବନେଶ୍ୱର: ପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିଦେ୍ର୍ଧଶକ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ ଅବସରରେ ଡିଜିଟାଲ୍ ମିଡିଆରେ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ମହାନ ସୁରକାରଙ୍କ ସଙ୍ଗୀତ ନିଦେ୍ର୍ଧଶନାରେ ତଥା କଣ୍ଠଶିଳ୍ପୀ ନମ୍ରତା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ୪ଟି ଗୀତକୁ ୱେବ୍ ଚ୍ୟାନେଲ୍ “ଓଡିଶାଲାଇଭ୍’ ପକ୍ଷରୁ ଏହି ଅବସରରେ ଡିଜିଟାଲ୍ ମିଡିଆରେ ପ୍ରସାରଣ କରାଯାଇଛି ।

ଅକ୍ଷୟ ମହାନ୍ତିଙ୍କ ଅତି ପରିଚିତ ଗୀତ “ସ୍ମୃତି ତମେ ପାଉଁଶ ତଳର ନିଆଁ’ ଗୀତଟିକୁ ନମ୍ରତା ତାଙ୍କ ଆବେଗଭରା ସ୍ୱରରେ ଗାଇ ଅକ୍ଷୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ତା’ ସହିତ ଏହି ଅବସରରେ ସେ ଆଉ ତିନୋଟି ଗୀତ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯେଉଁଗୁଡ଼ିକ ଅତୀତରେ ଆକାଶବାଣୀ ମାଧ୍ୟମରେ ଶ୍ରୋତାଙ୍କ ପାଖକୁ ପହଂଚିଥିଲା ।

“”ଏହିସବୁ ଗୀତ ଅକ୍ଷୟ ମହାନ୍ତିଙ୍କ କମ୍ପୋଜିସନ୍ । ମୁଁ ମଧ୍ୟ ବହୁ ଦିନ ପୂର୍ବରୁ ଏହି ଗୀତଗୁଡ଼ିକ ଅଲ୍ ଇଣ୍ଡିଆ ରେଡିଓରେ ଗାଇଥିଲି । ମୁଁ •ହୁଁଥିଲି ସେଗୁଡ଼ିକ କିଭଳି ଆଜି ଲୋକମାନଙ୍କ ପାଖରେ ପହଂଚୁ । ସେଥିପାଇଁ ମୁଁ ଏହି ଗୀତଗୁଡ଼ିକୁ ନୂଆ ରୂପରେ ତିଆରି କଲି । ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନରେ ଏହାକୁ ରିଲଜ୍ କରିଥିବାରୁ ମୋତେ ଖୁସି ଲାଗୁଛି”, କହିଛନ୍ତି ନମ୍ରତା ।

ସେ ଆହୁରି କହିଛନ୍ତି,””ଏହିସବୁ ସଫ୍ଟ ଟାଇପର ଗୀତ । ମୋର ବିଶ୍ୱାସ ଏହା ଶ୍ରୋତାମାନଙ୍କର ନିଶ୍ଚୟ ପସନ୍ଦ ହେବ । ଓଡ଼ିଶାଲାଇଭ୍ ପକ୍ଷରୁ ଏଗୁଡ଼ିକୁ ଇଂଟରନେଟ୍ ମାଧ୍ୟମରେ ଉପସ୍ଥାପନ କରାଯାଇଥିବାରୁ ଏହା ପୃଥିବୀର କୋଣ ଅନୁକୋଣରେ ଥିବା ଓଡ଼ିଆ ସଂଗୀତପ୍ରେମୀ ବିଶେଷକରି ଅକ୍ଷୟ ମହାନ୍ତିଙ୍କ ଫ୍ୟାନ୍ମାନଙ୍କୁ ନିଶ୍ଚୟ ଆକର୍ଷିତ କରିବ । ଏଥିପାଇଁ ମୁଁ ଓଡ଼ିଶାଲାଇଭ୍କୁ ବିଶେଷ ଧନ୍ୟବାଦ ଦେବାକୁ •ହେଁ” ।

ଏହି ଅବସରରେ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତି କହିଛନ୍ତି, “”ଅକ୍ଷୟଙ୍କ ପାଖରେ ବସି ନମ୍ରତା ସେତେବେଳେ ଏହି ଗୀତଗୁଡ଼ିକର ସ୍ୱର କରିଥିଲେ । ୨୦ ବର୍ଷ ପୂର୍ବରୁ ମୁଁ ଗୀତଗୁଡ଼ିକ ଶୁଣିଥିଲି । ତେବେ ବର୍ତମାନ ଯେତେବେଳେ ମୁଁ ନମ୍ରତାଙ୍କ କଣ୍ଠରେ ସେହି ଗୀତଗୁଡ଼ିକ ପୁଣି ଶୁଣୁଛି, ମୋତେ ଆହୁରି ଭଲ ଲାଗୁଛି” ।

ଏହି ଡିଜିଟାଲ ରିଲିଜ ଅବସରରେ ଓଡିଶାଲାଇଭର ପ୍ରତିÂାତା ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି, “”ଅକ୍ଷୟ ମହାନ୍ତି ଓଡ଼ିଆ ସଙ୍ଗୀତ ଦୁନିଆରେ ଜଣେ ଅତି ଆବେଗମୟ ନାଁ । ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଆମ ସମୟର ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀଙ୍କ ସ୍ୱର ମାଧ୍ୟମରେ ତାଙ୍କ ଭଳି ଜଣେ ବିରାଟ ବ୍ୟକ୍ତିତ୍ୱଙ୍କ ସଙ୍ଗୀତକୁ ଡିଜିଟାଲ୍ ମିଡିଆ ମାଧ୍ୟମରେ ପ୍ରସାରିତ କରି ଆମେ ଖୁସି । ମୋର ବିଶ୍ୱାସ ଏହି ଗୀତଗୁଡ଼ିକ ଇଂଟରନେଟ୍ ଏବଂ ମୋବାଇଲ୍ ମିଡିଆ ମାଧ୍ୟମରେ ଏକ ବ୍ୟାପକ ଶ୍ରୋତା ମହଲରେ ପହଂଚିପାରିବ ।

ଏହି ଅଡିଓ ଟ୍ରାକଗୁଡ଼ିକ (“ସ୍ମୃତି ତୁମେ’, “କୁନ୍ମୁୁନ୍ କେବେ ଥିଲି’, “ଦିନଟେ ନୀରବ ରହିଲି ବୋଲି’, “ଜାଣିଛି ତମକୁ ମୁଁ’) ଏବେ ଓଡ଼ିଶାଲାଇଭର ୱେବ୍ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଙ୍ଗଙ୍ଗଙ୍ଗ.ଚ୍ଚକ୍ଟଙ୍କଗ୍ଧଙ୍କଭର.ମକ୍ଟଜ୍ଞ/କ୍ଟୟସଗ୍ଦଷବକ୍ଷସଙ୍ଖର ଓ ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବ.କ୍ଷସଙ୍ଖର ମାଧ୍ୟମରେ ଉପଲବ୍ଧ ରହିଛି । “ଓଡିଶାଲାଇଭ୍’ ଏକ ପ୍ରିମିୟମ୍ ମିଡିଆ କମ୍ପାନି ଭାବେ ବହୁ ଲୋକପ୍ରିୟ ସର୍ଜନାର ଗ୍ଲୋବାଲ ଡିଜିଟାଲ ଉନ୍ମୋଚନ କରିଆସୁଛି ।

Share in top social networks!