ଉପଭୋଗ କରନ୍ତୁ ଅସୀମିତ କଲ୍ ଏବଂ ୧ ଜିବି ଡାଟା, କେବଳ ଭୋଡାଫୋନ୍ “ଦିୱାଲି ଧମାକା’ ପ୍ୟାକ୍ ସହିତ ଓଡ଼ିଶାବାସୀଙ୍କ ପାଇଁ ସ୍ୱତନ୍ତ୍ର ଅଫର

ଏହା ହେଉଛି ଭାରତର ସବୁଠୁ ବଡ଼ ଆଲୋକ ପର୍ବର ସମୟ ଏବଂ ଭୋଡାଫୋନ୍ ଇଣ୍ଡିଆ ପକ୍ଷରୁ ସ୍ୱତନ୍ତ୍ର ଭାବେ ଓଡ଼ିଶାବାସୀଙ୍କ ପାଇଁ ସ୍ୱତନ୍ତ୍ର ଦିୱାଲି ଧମାକା ଅଫର ଘୋଷଣା କରାଯାଇଛି । ପୁରୁଣା ଭୋଡାଫୋନ୍ ଗ୍ରାହକମାନେ ମାତ୍ର ୧୭୮ ଟଙ୍କାରେ ୨୮ ଦିନ ପାଇଁ ଅସୀମିତ କଥାବାର୍ତା ହୋଇପାରିବେ ଏବଂ ୧ ଜିବି ଡାଟା ଉପଭୋଗ କରିପାରିବେ । ଭୋଡାଫୋନ୍ର ନୂଆ ପ୍ରିପେଡ୍ ଗ୍ରାହକମାନେ ଏହି ସୁବିଧା ୧୭୬ ଟଙ୍କାରେ ହାସଲ କରିପାରିବେ । ଭୋଡାଫୋନ୍ ୧୭୮ ଏବଂ ଭୋଡାଫୋନ୍ ୧୭୬ ପ୍ଲାନ୍ ଓଡ଼ିଶାର ସମସ୍ତ ବାସିନ୍ଦାଙ୍କ ପାଇଁ ଉପଲବ୍ଧ ହେବ, ସେମାନେ ଯେ କୌଣସି ହ୍ୟାଣ୍ଡସେଟ୍ ବ୍ୟବହାର କରୁଥାଆନ୍ତୁ ନା କାହିଁକି ।

ଭୋଡାଫୋନ୍ ଦିୱାଲି ଧମାକାର ଉଭୟ ପ୍ୟାକ୍କୁ ବ୍ୟବହାରକାରୀଙ୍କ ନିମନ୍ତେ ଏଭଳି ଢ଼ାଂଚାରେ ପ୍ରସ୍ତୁତ କରାଯାଇଛି ଯଦ୍ୱାରା ସେମାନେ ଭାରତର ଯେ କୌଣସି ସ୍ଥାନରେ ବାସ କରୁଥିବା ନିଜର ପ୍ରିୟଙ୍କ ସହିତ ଲମ୍ବା ସମୟ କଥାବାର୍ତା ହୋଇପାରିବେ ଏବଂ ମୋବାଇଲ୍ ଇଂଟରନେଟ୍ର ଏକ ସମ୍ପୂର୍ଣ୍ଣ ନୂଆ ଦୁନିଆ ଆବିସ୍କାର କରିପାରିବେ । ଭୋଡାଫୋନ୍ ୧୭୮ ଏବଂ ଭୋଡାଫୋନ୍ ୧୭୬ ପ୍ଲାନ୍ ରାଜ୍ୟର ସମସ୍ତ ଅଗ୍ରଣୀ ଭୋଡାଫୋନ୍ ଷ୍ଟୋର୍, ମିନି ଷ୍ଟୋର୍ ଏବଂ ମଲ୍ଟି ବ୍ରାଣ୍ଡ୍ ଆଉଟ୍ଲେଟ୍ଗୁଡ଼ିକରେ ଉପଲବ୍ଧ ହେଉଛି ।

ଭୋଡାଫୋନ୍ ପରିବାରର ଏକ ଅଂଶ ଭାବେ ଭୋଡାଫୋନକୁ ଉପଭୋଗ କରିବା ପାଇଁ ଓଡ଼ିଶାବାସୀଙ୍କୁ ଆମନ୍ତ୍ରଣ କରି ମୟୁରଧ୍ୱଜ୍ସିଂ ଜାଡେଜା, ବ୍ୟବସାୟ ମୁଖ୍ୟ-ଓଡ଼ିଶା, ଭୋଡାଫୋନ୍ ଇଣ୍ଡିଆ କହିଛନ୍ତି ଯେ, “ଭୋଡାଫୋନ୍ ସବୁ ବେଳେ ଅଭିନବ ଉପôାଦ ଏବଂ ସେବା ଆଣିବାରେ ଅଗ୍ରଣୀ ସ୍ଥାନରେ ରହିଛି ଯାହା ଗ୍ରାହକମାନଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିଥାଏ । ଦୀପାବଳି ହେଉଛି ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସହିତ ଯୋଡ଼ି ହେବା ଏବଂ ଖୁସିର ମୂହୁର୍ତ ବିତାଇବାର ସମୟ । ଆକର୍ଷଣୀୟ ମୂଲ୍ୟଯୁକ୍ତ ଭୋଡାଫୋନ୍ ଦିୱାଲି ଧମାକା ପ୍ୟାକ୍ ସହିତ ଆମର ଗ୍ରାହକମାନେ ଉଭୟ ଲୋାଲ୍ ଏବଂ ଏସ୍ଟିଡି କଲ୍ କରି ଚିନ୍ତାମୁକ୍ତ ବାର୍ତାଳାପ କରିପାରିବେ, ଭିଡିଓ ଡାଉନ୍ଲୋଡ୍, ମୁ୍ୟଜିକ୍ ଷ୍ଟି୍ରମିଂ କରିପାରିବେ, ଲାଇଭ୍ ଟିଭି ଦେଖିପାରିବେ, ଚାଟ୍ ଏବଂ ଆହୁରି ବହୁତ କିଛି କରିପାରିବେ । ଏ ସବୁ ସୁବିଧାକୁ ଆମର ଗ୍ରାହକମାନେ ସମସ୍ତ ସ୍ମାର୍ଟଫୋନ୍ ହ୍ୟାଣ୍ଡସେଟ୍ରେ ବ୍ୟବହାର କରିପାରିବେ । ଓଡ଼ିଶାବାସୀଙ୍କୁ ଖୁସିର ଦୀପାବଳିର ଶୁଭ ଅଭିନନ୍ଦନ । ଏବେ ହୃଦୟର ସହିତ ସର୍ଫ କରନ୍ତୁ ଏବଂ କଥାବାର୍ତା ହୁଅନ୍ତୁ, ଭୋଡାଫୋନ୍ ଦିୱାଲି ଧମାକା ପ୍ୟାକ୍ ସହିତ ୧୭୮/୧୭୬ ଟଙ୍କାରେ ।’’

Share in top social networks!