ଅଗ୍ରଣୀ ହୋଣ୍ଡା ସହିତ ୬ ବର୍ଷରେ ଓଡ଼ିଶାରେ ଦୁଇ ଚକିଆ ଚାହିଦା ଦ୍ୱିଗୁଣିତ

ଶିଳ୍ପ ତୁଳନାରେ ୩ ଗୁଣା ଦ୍ରୁତ ଅଭିବୃଦ୍ଧି, ଏହି ଦୁଇ ଚକିଆ ଚାହିଦାରେ ନେତୃତ୍ୱ ନେଉଛି ହୋଣ୍ଡା
• ଓଡ଼ିଶାରେ ଦୁଇ ଚକିଆ ଚାହିଦା ୧୩% ହାରରେ ବଢ଼ିଛି ଯାହା ଶିଳ୍ପର ୭% ଚାହିଦାର ଦୁଇ ଗୁଣ ପାଖାପାଖି
• ସର୍ବାଧିକ ବିଶ୍ୱାସ ଜୟ କରି, ହୋଣ୍ଡାର ବଜାର ଅଂଶ ୨୮%କୁ ବୃଦ୍ଧି ପାଇଛି
• ଓଡ଼ିଶାରେ ସ୍କୁଟର ଗ୍ରହଣୀୟତା ବଢ଼ିଛି
• ଭାରତ ତୁନଳାରେ ସ୍କୁଟର ଖରିଦ ୨୫% ଦ୍ରୁତ ଗତିରେ ବଢ଼ିଛି
• ହୋଣ୍ଡା ଆକ୍ଟିଭାର ନେତୃତ୍ୱ ସହିତ , ଓଡ଼ିଶାରେ ପ୍ରତି ସେକେଣ୍ଡରେ ଓଡ଼ିଶାରେ ଗ୍ରାହକମାନେ ହୋଣ୍ଡା ଖରିଦ କରୁଛନ୍ତି

Pic 1
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ବିକ୍ରିରେ ନୂଆ ରେକର୍ଡ ସୃଷ୍ଟି କରିଛି ଏବଂ ଓଡ଼ିଶାରେ ଲୋକମାନଙ୍କ ଦୁଇ ଚକିଆ ଗାଡ଼ିଚାଳନାକୁ ବଦଳାଇ ଦେଇଛି ।
ରେକର୍ଡ ବିକ୍ରି ଯୋଗୁଁ ୬ ବର୍ଷ ଭିତରେ ହୋଣ୍ଡା ସର୍ବାଧିକ ବଜାର ଅଂଶ ହାସଲ କରିଛି (ତିନି ଗୁଣା) ଏବଂ ଗ୍ରାହକ ବିଶ୍ୱାସ ହାସଲ କରିଛି
୨୦୧୭ରେ ଜବରଦସ୍ତ ପ୍ରବେଶ କରି ହୋଣ୍ଡା ଓଡ଼ିଶାରେ ୨୦୧୭-୧୮ ଏପ୍ରିଲ୍-ଜୁନ୍ରେ ୫୦,୦୦୦ ୟୁନିଟ୍ (୪୮,୪୮୨ ୟୁନିଟ୍) ସହିତ ଏହାର ସର୍ବକାଳୀନ ସର୍ବାଧିକ ବିକ୍ରି ହାସଲ କରିଛି । ବିଗତ ୬ ବର୍ଷରେ ହୋଣ୍ଡା ଦୁଇ ଚକିଆ ଯାନ ପାଇଁ ଚାହିଦା ୬.୫ ଗୁଣା ବଢ଼ିଛି ।
ନୂଆ ରେକର୍ଡ: ହୋଣ୍ଡାର ଅଭିବୃଦ୍ଧି ଓଡ଼ିଶାକୁ ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟରେ ପରିଣତ କରିଛି
୬ ବର୍ଷରେ ହୋଣ୍ଡାର ଦୁଇ ଚକିଆ ବିକ୍ରି ୩୭% ବଢ଼ିଛି ଯାହା ଓଡ଼ିଶାରେ ଦୁଇ ଚକିଆ ଶିଳ୍ପର ୧୩% ଅଭିବୃଦ୍ଧିର ତିନି ଗୁଣା ପାଖାପାଖି ।
ଚାହିଦା ଟ୍ରେଣ୍ଡ୍ରେ ବଡ଼ଧରଣର ପରିବର୍ତନ: ହୋଣ୍ଡା ଓଡ଼ିଶାରେ ସ୍କୁଟରାଇଜେସନ୍ ଟ୍ରେଣ୍ଡ୍ର ନେତୃତ୍ୱ ନେଇଛି
ଇତିାହସ ଦୃଷ୍ଟିରୁ ଆୟ ସ୍ତର ଏବଂ ବିକାଶ ସହିତ ସ୍କୁଟର ବିକ୍ରିର ଉଚ୍ଚ ସମ୍ପର୍କ ରହିଛି । ମୋଟ ବିକ୍ରିରେ ସ୍କୁଟରର ଅବଦାନ ଦେଶର ପ୍ରଗତିଶୀଳ ରାଜ୍ୟଗୁଡ଼ିକରେ ଅଧିକ ।
ଯାତାୟାତ ପାଇଁ ସ୍କୁଟରର ଗ୍ରହଣୀୟତା ବଢ଼ିବା ଓଡ଼ିଶା ରାଜ୍ୟର ବିକାଶର ସଙ୍କେତ ଯେଉଁଠାରେ ଗାଡ଼ିଚାଳକମାନେ କେବଳ ପ୍ରତ୍ୟକ୍ଷ କାମ ତୁଳନାରେ ସହଜତାକୁ ଚୟନ କରୁଛନ୍ତି । ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଭାରତର ୧୧ତମ ବଡ଼ ମୋଟରସାଇକଲ୍ ବଜାର ଓଡ଼ିଶାରେ ଗ୍ରାହକମାନେ ସ୍କୁଟର ଖରିଦ କରୁଛନ୍ତି ।
ଓଡ଼ିଶାରେ ହୋଣ୍ଡା କିଭଳି ସ୍କୁଟରାଇଜେସନ୍ (ସ୍କୁଟର ଗ୍ରହଣୀୟତା)କୁ ଆଗକୁ ବଢ଼ାଉଛି ସେ ବିଷୟରେ ବର୍ଣ୍ଣନା କରି ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ବରିÂ ଉପସଭାପତି-ବିକ୍ରି ଏବଂ ମାର୍କେଟିଂ, ହୋଣ୍ଡା ମୋଟର ସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ କହିଛନ୍ତି ଯେ, “ଓଡ଼ିଶାରେ ହୋଣ୍ଡାର ପ୍ରଗତି ବ୍ରାଣ୍ଡ୍ ଉପରେ ଗ୍ରାହକମାନଙ୍କ ବିଶ୍ୱାସ ଏବଂ ଦ୍ରୁତ ନେଟୱର୍କ ସମ୍ପ୍ରସାରଣକୁ ଦର୍ଶାଊଛି । ଚାହିଦାକୁ ପୂରଣ କରିବା ପାଇଁ ଆମେ ଆମର ଉପôାଦନ କ୍ଷମତାକୁ ବଢ଼ାଇଛୁ, ନୂତନ ମଡେଲ୍ ଉନ୍ମୋଚନ କରିବା ସହିତ ଆମର ନେଟୱର୍କକୁ ଗଭୀର ଜନବସତି ପର୍ଯ୍ୟନ୍ତ ବଢ଼ାଇଛୁ । ଓଡ଼ିଶାରେ ସ୍କୁଟରର ଚାହିଦା ୨୫% ବଢ଼ିଛି ଯାହା ମୋଟର ସାଇକଲ୍ ଶିଳ୍ପର ଅଭିବୃଦ୍ଧିର ପାଖାପାଖି ତିନି ଗୁଣ ଏବଂ ଓଡ଼ିଶାରେ ସ୍କୁଟରାଇଜେସନ୍ରେ ହୋଣ୍ଡା ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଆମେ ଉଲ୍ଲସିତ ଯେ ପ୍ରତି ସେକେଣ୍ଡରେ ସ୍କୁଟର ଗ୍ରାହକମାନେ ସେମାନଙ୍କ ନିତିଦିନିଆ ଯାତାୟାତ ପାଇଁ ହୋଣ୍ଡା ସ୍କୁଟର ଖରିଦ କରୁଛନ୍ତି । ଆମର ବିଶ୍ୱାସ ରହିଛି ଯେ ହୋଣ୍ଡା ୨ ହ୍ୱିଲର୍ସ ଓଡ଼ିଶାରେ ନୂଆ ଉତ୍ସବ ବିକ୍ରି ରେକର୍ଡ ସହିତ ବିକ୍ରି ଧାରାକୁ ଜାରି ରଖିବ ।’’
୨୦୧୭-୧୮ ପାଇଁ ହୋଣ୍ଡାର ପ୍ଲାନ୍
• ନୂଆ ମଡେଲ୍ ଉନ୍ମୋଚନ: ନିକଟରେ ଦୁଇଟି ନୂଆ ମଡେଲ୍ ଉନ୍ମୋଚନ- ସବୁଠୁ ସଦ୍ୟତମ ୧୧୦ ସିସି ସ୍କୁଟର କ୍ଲିକ୍ ଏବଂ ଆଫ୍ରିକା ଟ୍ୱିନ୍ (ହୋଣ୍ଡାର ୧୦୦୦ ସିସି ମେକ୍ ଇନ୍ ଇଣ୍ଡିଆ ଆଡଭେଂଚର ଟୁରର୍) ସହିତ ହୋଣ୍ଡା ଓଡ଼ିଶାର ଗ୍ରାହକଙ୍କୁ ଆଶ୍ଚର୍ଯ୍ୟ କରିବା ଜାରି ରଖିବ । ଚଳିତ ବର୍ଷ ଆଗାମୀ ମାସଗୁଡ଼ିକରେ ହୋଣ୍ଡା ଆଉ ୨ଟି ନୂଆ ମଡେଲ୍ ଉନ୍ମୋଚନ କରିବ ।
• ନେଟୱର୍କ ସମ୍ପ୍ରସାରଣ: ଅଗ୍ରଣୀ ଭାବେ ଏହାର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏବଂ ଓଡ଼ିଶାର ଗ୍ରାହକମାନଙ୍କର ଆହୁରି ନିକଟତର ହେବା ପାଇଁ ହୋଣ୍ଡା ମାତ୍ର ଏକ ବର୍ଷ ଭିତରେ ଆଉ ୨୦ ନୂଆ ଟଚ୍ ପଏଂଟ୍ ଯୋଗ କରି ଏହାର ନେଟୱର୍କକୁ ସମ୍ପ୍ରସାରଣ କରିବ ଏବଂ ୭୦% ନେଟୱର୍କକୁ ଗ୍ରାମୀଣ କୈନ୍ଦ୍ରୀକ ରଖିବ ।
ହୋଣ୍ଡା ପକ୍ଷରୁ ଏହି ଉତ୍ସବ ସିଜନ୍ରେ ୭,୫୦୦ ଟଙ୍କା ପର୍ଯ୍ୟନ୍ତର ବଡ଼ ସଂଚୟ ଘୋଷଣା
ଓଡ଼ିଶାରେ ଏହାର ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଉତ୍ସବ ସିଜନ୍କୁ ଅଧିକ ଉଲ୍ଲାସପୂର୍ଣ୍ଣ କରିବା ପାଇଁ ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ୩ଟି ସ୍ୱତନ୍ତ୍ର ଫେଷ୍ଟିଭାଲ୍ ସ୍କିମ୍ ଏବଂ ଅଫର ଘୋଷଣା କରାଯାଇଛି ଯାହା ୨୦୧୭ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ । ସେଗୁଡ଼ିକ ହେଉଛି:
• କମ ସୁଧ ହାର, ଶୂନ ପ୍ରୋସେସିଂ ଫି ଏବଂ ଶୂନ କାଗଜପତ୍ର ଚାର୍ଜ ସହିତ ଖୁଚୁରା ଫାଇନାନ୍ସରେ ଯେ କୌଣସି ହୋଣ୍ଡା ଦୁଇ-ଚକିଆ ମଡେଲ୍ ଖରିଦ ଉପରେ ୭୫୦୦ ଟଙ୍କାର ଆକର୍ଷଣୀୟ ସୁବିଧା ମିଳୁଛି ।
• ଯେ କୌଣସି ହୋଣ୍ଡା ମୋଟରସାଇକଲ୍ ଏବଂ ନାଭି ଉପରେ ସରକାରୀ ଏବଂ ପିଏସ୍ୟୁ କର୍ମଚାରୀମାନଙ୍କୁ ୨୦୦୦ ଟଙ୍କାର ପ୍ରତ୍ୟକ୍ଷ ନଗଦ ଅର୍ଥରାଶି ସୁବିଧା
• ଅଧିକନ୍ତୁ, ହୋଣ୍ଡା ପକ୍ଷରୁ ସାରା ଓଡ଼ିଶାରେ ଥିବା ପ୍ରି-ଓନ୍ଡ ବେଷ୍ଟ ଡିଲ୍ ଆଉଟ୍ଲେଟ୍ରେ ଯେ କୌଣସି ପୁରୁଣା ଦୁଇ ଚକିଆ ମଡେଲ୍ ଏକ୍ସଚେଂଜ୍ ସହିତ ହୋଣ୍ଡା ଦୁଇ ଚକିଆ ମଡେଲ୍ ଖରିଦ ଉପରେ ୧୦୦୦ ଟଙ୍କାର ଏକ୍ସଚେଂଜ୍ ସୁବିଧା ପ୍ରଦାନ କରାଯାଉଛି । ହୋଣ୍ଡା ହେଊଛି ଭାରତର ଏକମାତ୍ର ଦୁଇ ଚକିଆ ନିର୍ମାତା ଯାହା ଏହାର ବେଷ୍ଟ-ଡିଲ୍ ଆଉଟ୍ଲେଟ୍ରେ ସମ୍ପୂର୍ଣ୍ଣ ଭାବେ ପୁନର୍ଗଠିତ ପ୍ରି-ଓନ୍ଡ ଦୁଇ ଚକିଆ ମଡେଲ୍୍ଗୁଡ଼ିକୁ ବିକ୍ରି କରୁଛି ।

Share in top social networks!