ଦ୍ୱିତୀୟ ତ୍ରୟମାସରେ ହିରୋ ମୋଟୋ କର୍ପ କାରବାର ୨ ନିୟୁତ ଛୁଇଁଲା

1935885_868165543280930_5930501945363470507_n

ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ଚଳିତ ଆର୍ଥିକ ବର୍ଷର ଜୁଲାଇ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଶେଷ ହୋଇଥିବା ଦ୍ୱିତୀୟ ତ୍ରୟମାସରେ ବିକ୍ରିରେ ୧୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିଥିବାବେଳେ ଏହି ସମୟରେ କମ୍ପାନୀ ୨୦,୨୨,୮୦୫ ୟୁନିଟ୍ ଦୁଇଚକିଆ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି ।

ସେପ୍ଟେମ୍ବର ମାସରେ କମ୍ପାନୀ ୭ଲକ୍ଷ ୟୁନିଟ୍ ୨ ଚକିଆ ଯାନ ବିକ୍ରି କରିଛି । ଏହାର ସ୍ପେ୍ଲଣ୍ଡର୍, ଗ୍ଲାମର, ପ୍ୟାସନ୍, ଏଚଏଫ୍ ଡିଲକ୍ସ୍ ମୋଟର ସାଇକେଲ ଗ୍ରାହକଙ୍କୁ ଆକର୍ଷିତ କରି ପାରିଛି । ୬ ମାସ ମଧ୍ୟରେ କମ୍ପାନୀ ୪ ନିୟୁତରୁ ଅଧିକ ୨ ଚକିଆ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି ।

ଏହି ଅବସରରେ ହିରୋ ମୋଟୋକର୍ପର ମାର୍କେଟିଙ୍ଗ୍ ଓ କଷ୍ଟମର କେୟାର ସେଲସ୍ ମୁଖ୍ୟ ଅଶୋକ ଭାସିନ୍ କହିଲେ, “ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ କମ୍ପାନୀର କାରବାର ଆଶାଜନକ ରହିଛି । ଏହି ସମୟରେ କମ୍ପାନୀ ୨ ନିୟୁତରୁ ଅଧିକ ୨ ଚକିଆ ଯାନ ବିକି୍ରି କରି ରେକର୍ଡ କରିଛି । ଚଳିତ ଆର୍ଥିକ ବର୍ଷରେ କମ୍ପାନୀର ବିକ୍ରିରେ ଏଥିରେ ଆଖିଦୃଶିଆ ବୃଦ୍ଧି ସମ୍ଭବ ହୋଇପାରିଛି । ଏହ÷ା କର୍ମଚାରୀଙ୍କ ମିଳିତ କାର୍ଯ୍ୟ ଦ୍ୱାରା ସମ୍ଭବ ହୋଇପାରିଛି । ଏହା ହରୋ ବ୍ରାଣ୍ଡ ପ୍ରତି ଗ୍ରାହକଙ୍କ ବିଶ୍ୱାସନୀୟତାକୁ ପ୍ରତିପାଦିତ କରୁଛି ।

ଏପ୍ରିଲ୍ରୁ ଅକ୍ଟୋବର ମଧ୍ୟରେ କମ୍ପାନୀ ୪ ନିୟୁତ ୟୁନିଟ୍ ୨ ଚକିଆ ବିକ୍ରି କରିବାକୁ ସକ୍ଷମ ହୋଇଛି । ଆଗକୁ ଦିୱାଲୀ ଆସୁଛି । ଏହି ସମୟରେ ଘରୋଇ କ୍ଷେତ୍ରରେ ଆମର ବିକ୍ରି ଆଶା ଜନକ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । କୁମୁଲିଟିଭ୍ ବିକ୍ରିରେ କମ୍ପାନୀ ଇତିମଧ୍ୟରେ ୭୫ ନିୟୁତ ୟୁନିଟ୍ ଲକ୍ଷ୍ୟ ହାସଲ କରିପାରିଛି । ଏହା ଫିଫା- ୟୁ-୧୭ ବିଶ୍ୱକପ୍ର ପ୍ରୋତ୍ସାହକ ରହିଛି । ଟ୍ରଫି ଟୁର ମାଧ୍ୟମରେ ଆମେ ଅଧିକ ଗ୍ରାହକଙ୍କ ନିକଟତର ହୋଇପାରିବୁ ।”

ସୂଚନାଯୋଗ୍ୟ ଫିଫା-ୟୁ-୧୭ ବିଶ୍ୱ କପ୍ ଅକ୍ଟୋବର ୨୮ରେ ଆରମ୍ଭ ହେବ । ଏଥିରେ ବିଶ୍ୱର ୨୪ଟି ଦେଶ ଅଂଶ ଗ୍ରହଣ କରିବେ । ଏହାର ମ୍ୟାଚ୍ଗୁଡିକ ଦିଲ୍ଲୀ, କୋଲକତା, ମୁମ୍ବାଇ, ଗୋଆ, କୋଚି, ଗୌହ୍ୱାଟି ପ୍ରଭୃତି ୬ଟି ସହରରେ ହେବ ।

Share in top social networks!
Powered By Indic IME