ସେବା, ସଂଗ୍ରାମ, ବିକାଶ ଓ କଲ୍ୟାଣ ଏହି ଚାରି ସ୍ତମ୍ଭ ସହିତ ଓଡ଼ିଶା ପ୍ରତି ଆମର ପ୍ରତିଶ୍ରୁତିବଦ୍ଧତା ହେଉଛି ଆମ ଦଳର ବୈଶିଷ୍ଟ୍ୟ: ନବୀନ ପଟ୍ଟନାୟକ

DSC_0283ଆଜି ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ୍‍-୬ର ରାଧାକୃଷ୍ଣ ବସ୍ତି ଠାରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁÂିତ ହୋଇଯାଇଛି । ଏହି ଜନସଂପର୍କ ପଦଯାତ୍ରାକୁ ସମ୍ବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜି ଅକ୍ଟୋବର ୧୧ ତାରିଖ । ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଦିବସ । ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି
ଅର୍ପଣ କରୁଛି ।

ଏହା ଭିତରେ ଆମର ଜନସଂପର୍କ ପଦଯାତ୍ରା ୧୦ଦିନ ସଂପୂର୍ଣ୍ଣ କରିଛି । ଆମର କର୍ମୀ ଭାଇଭଉଣୀମାନେ ସାରା ରାଜ୍ୟରେ ଏଥିପାଇଁ କାମ କରୁଛନ୍ତି । ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ଆମର କର୍ମୀ ହେଉଛନ୍ତି ବିଜୁ ଜନତା ଦଳର ଶକ୍ତି । ସେମାନଙ୍କ ପରିଶ୍ରମ ଓ ନିÂା ଯୋଗୁ ଆମ ଦଳ ପ୍ରତି ଲୋକଙ୍କ ଶ୍ରଦ୍ଧା, ସମର୍ଥନ ଓ ଆଶୀର୍ବାଦ ଜାରି ରହିଛି । ବିଜୁବାବୁଙ୍କ ଆଦର୍ଶରେ ଗଠିତ ବିଜୁ ଜନତା ଦଳ ଏକ ସାଧାରଣ ରାଜନୈତିକ ଦଳ ନୁହେଁ । ଏହା ହେଉଛି ଚାରି କୋଟି
ଓଡ଼ିଆଙ୍କ ଆଶା ଓ ଆକାଂକ୍ଷାର ପ୍ରତିନିଧିତ୍ୱ ସଂଗଠନ । ଓଡ଼ିଆଙ୍କ ସମ୍ମାନ ଓ ଓଡ଼ିଶାର ବିକାଶ ପାଇଁ ଆମେ କାମ କରୁଛୁ । ସେବା, ସଂଗ୍ରାମ, ବିକାଶ ଓ କଲ୍ୟାଣ ଏହି ଚାରି ସ୍ତମ୍ଭ ସହିତ ଓଡ଼ିଶା ପ୍ରତି ଆମର ପ୍ରତିବଦ୍ଧତା ହେଉଛି ଆମ ଦଳର ବୈଶିଷ୍ଟ୍ୟ ।

ଆମର କଲ୍ୟାଣମୂଳକ କାର୍ଯ୍ୟ ସାରା ଦେଶ ପାଇଁ ଆଦର୍ଶ ହୋଇପାରିଛି । ଆପଣମାନେ ଜାଣନ୍ତି, ଆମେ ବସ୍ତିରେ ରହୁଥିବା ଲୋକଙ୍କୁ ଜମି ଓ ସଂପତ୍ତି ଅଧିକାର ଦେବା ପାଇଁ ନିଷ୍ପତ୍ତି ନେଇଛୁ । ଗାନ୍ଧି ଜୟନ୍ତୀ ଦିନ ଭୁବନେଶ୍ୱରରେ ବସ୍ତିରେ ରହୁଥିବା ପରିବାରମାନଙ୍କୁ କୋଠା ଘର ଦିଆଗଲା । ସେଦିନ ଥିଲା ମୋ ପାଇଁ ବହୁତ ଆନନ୍ଦର ଦିନ । ସାଧାରଣ ଲୋକର ସୁଖଦୁଃଖ ପାଇଁ ଆମ ସରକାରର ପ୍ରତିଶ୍ରୁତିବଦ୍ଧତାର ଏକ ବହୁତ ବଡ଼ ଉଦାହରଣ । ଆଜି ଦେଶର ସବୁ କ୍ଷେତ୍ରରେ ଏକ ଅନିଶ୍ଚିତ ବାତାବରଣ ସୃଷ୍ଟି ହୋଇଛି । ଜାତୀୟ ରାଜନୈତିକ ଦଳମାନଙ୍କ ନୀତି ଏଥିପାଇଁ ଦାୟୀ । ଦେଶର ବୃହତ୍ତର ସ୍ୱାର୍ଥ ପାଇଁ ଏହା ଭଲ ନୁହେଁ । ଜୟପ୍ରକାଶ ଯେଉଁ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଲଢ଼ୁଥିଲେ, ବର୍ତ୍ତମାନ ସମସ୍ତେ ସେଥିପାଇଁ କାମ କରିବାର ସମୟ ଆସିଛି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ।

ଆଜିର ଏହି ରାଜ୍ୟସ୍ତରୀୟ ଜନସଂପର୍କ ପଦଯାତ୍ରା ଅବସରରେ ବିଧାୟକ ବିଜୟ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଦଳର ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର କେ. ଶାନ୍ତି, ଜିଲ୍ଳା ବିଜେଡି ସଭାପତି ବାବୁଲି ମିଶ୍ର, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଜିଲ୍ଲା ଯୁବ ସଭାପତି ଅମରଜିତ୍‍ ସେନାପତି, ମହିଳା ସଭାନେତ୍ରୀ ଭାରତୀ ସିଂହ, ଛାତ୍ର ଜିଲ୍ଲା ସଭାପତି କଳ୍ପତରୁ ଓଝା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଜନସଂପର୍କ ପଦଯାତ୍ରାରେ ୧୦ ହଜାରରୁ ଊଦ୍ଧ୍ୱର୍ ଦଳୀୟ କର୍ମୀ, ମହିଳା, ଶୁଭେଚ୍ଛୁ, ବୁଦ୍ଧିଜୀବୀ, ବରିÂ ନାଗରିକ ଉପସ୍ଥିତ ଥିଲେ ।

Share in top social networks!