ସିଏନଜି ଗ୍ରାହକ ମାନଙ୍କର ପ୍ରିପେଡ ସ୍ମାର୍ଟ କାର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

22338946_1501564949927079_8329718038965246661_o କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସିଏନଜି ଗ୍ରାହକ ମାନଙ୍କର ପ୍ରିପେଡ
ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଏହି ସ୍ମାର୍ଟ କାର୍ଡ ଦ୍ୱାରା ସାଧାରଣ ଗ୍ରାହକ ମାନେ ଲାଭବାନ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଗେଲ ଓ ଆଇଜିଏଲ ପକ୍ଷରୁ ଦିଲ୍ଲୀର ଜନ ସାଧାରଣଙ୍କ ଜୀବନକୁ ସହଜ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଟେକ୍ନୋଲଜି ଦ୍ୱାରା ଦେଶକୁ ଅଗ୍ରସର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱାକାଂକ୍ଷୀ ଡିଜିଟାଲ ଇଣ୍ଡିଆ ଅଭିଯାନର ଅଂଶବିଶେଷ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗ୍ରାହକ ମାନଙ୍କ ସମୟ ଓ ସୁବିଧାରେ ସେବା ପ୍ରଦାନ କରିବାକୁ ଟେକ୍ନୋଲଜିକୁ ଅଧିକରୁ ଅଧିକ ବ୍ୟବହାର ପାଇଁ ମନ୍ତ୍ରଣାଳୟ ସବୁ ପ୍ରକାର ପ୍ରୟାସ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଆଇଜିଏଲର କିଛି ଗ୍ରାହକ ମାନଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରିଥିଲେ । ଏହି ଅବସରରେ ଦିଲ୍ଲୀର ସାଂସଦ ମନୋଜ କୁମାର ତିବାରୀ, ପ୍ରବେଶ ବର୍ମା, ଗେଲ ଇଣ୍ଡିଆର ସିଏମଡି ବି.ସି ତ୍ରିପାଠୀ, ଆଇଜିଏଲର ମ୍ୟାନେଜିଂ ଡାଇରେକ୍ଟର ଇ.ଏସ. ରଙ୍ଗନାଥନ ଓ ଅନ୍ୟ ବରିÂ ଅଧିକାରୀ ତଥା ଗ୍ରାହକ ମାନେ ଉପସ୍ଥିତ ଥିଲେ ।

Share in top social networks!