ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ-୨୦୧୭ ଉଦ୍ଘାଟିତ

ଆଗାମୀ ଦୀପାବଳୀ ଉପଲକ୍ଷେ ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ
ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ-୨୦୧୭ ଆଜି ସନ୍ଧ୍ୟାରେ ସ୍ଥାନୀୟ ଇଡ଼୍କୋ ପ୍ରଦର୍ଶନୀ
ପଡ଼ିଆ ଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ୱାରା ଉଦ୍ଘାଟିତ
ହୋଇଯାଇଛି । ଏହି ପ୍ରଦର୍ଶନୀ ଚଳିତ ଅକେଫାବର ୧୧ ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି
ପ୍ରଦର୍ଶନୀରେ ୮୦ ଗୋଟି ଷ୍ଟଲ୍ ନିର୍ମାଣ କରାଯାଇ ୧୭୫ରୁ ଉ–ର୍ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ
କରାଯାଇଛି । କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼,
ଢେ଼ଙ୍କାନାଳ, ମୟୁରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର,
କେନ୍ଦ୍ରାପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ କୋରାପୁଟ ପ୍ରଭୃତି ଜିଲ୍ଲାର କାରିଗରମାନେ ଏହି ପ୍ରଦର୍ଶନୀରେ
ଅଂଶଗ୍ରହଣ କରିଛନ୍ତି । ଚଳିତ ବର୍ଷ ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୧୧୦ ଲକ୍ଷ ଟଙ୍କାରୁ ଉ–ର୍ ଟେରାକୋଟା
ସାମଗ୍ରୀ ବିକି୍ର ହେବାର ଲକ୍ଷ୍ୟ ରଖାଯାଇଛି । ମେଳା ପ୍ରତ୍ୟହ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା
ରହିବ ।
ପ୍ରକାଶ ଥାଉକି “ଟେରାକୋଟା’ ହସ୍ତଶିଳ୍ପଟି ଓଡ଼ିଶା ସରକାରଙ୍କ ଅନୁମୋଦିତ ହସ୍ତଶିଳ୍ପ ଅଟେ ।
ପ୍ରତି ଜିଲ୍ଲାରେ ପାରମ୍ପରିକ କୁମ୍ଭକାର ଏବଂ ପ୍ରଶିକ୍ଷଣପ୍ରାପ୍ତ କାରିଗରମାନଙ୍କ ଦ୍ୱାରା ଟେରାକୋଟା ସାମଗ୍ରୀ
ଉତ୍ପାଦିତ ହେଉଛି । ଏସବୁର ବିକି୍ରବଟା ନିମନ୍ତେ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି । ବ୍ୟକ୍ତିଗତ
କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ, ଶୀର୍ଷ ଅନୁଷ୍ଠାନ ଓ ସମବାୟ ସମିତିମାନଙ୍କୁ ଦକ୍ଷତା ବୃଦ୍ଧି, ନମୁନା
ବିକାଶ, କୌଶଳ ବିକାଶ ପ୍ରଶିକ୍ଷଣ, ଉନ୍ନତମାନର ଯନ୍ତପାତି, ବ୍ୟାଙ୍କ୍ ଋଣ ସହାୟତା, ଭିତ୍ତିଭୂମିର ବିକାଶ,
ପ୍ରଦର୍ଶନୀ ମାଧ୍ୟମରେ ବଜାର ସହାୟତା ଯୋଗାଇ ଦିଆଯାଉଛି । ଏତଦ୍ବ୍ୟତୀତ ଉତ୍କଳିକା ମାଧ୍ୟମରେ
ଅନ୍ଲାଇନ୍ ବିକି୍ରବଟାର ବ୍ୟବସ୍ଥା କରାଯାଇଛି । ୨୦୧୬ ମସିହାରେ ବାର୍ଷିକ ମୃତ୍ତିକା ପ୍ରଦର୍ଶନୀରେ ପ୍ରାୟ
୯୩ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥ#ଲା ।
ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶ୍ରୀମତୀ ଶୁଭା ଶର୍ମା,
ହସ୍ତଶିଳ୍ପ ନିର୍ଦ୍ଦେଶକ ଇଂ.ଶିତିକାନ୍ତ ଷଡ଼ଙ୍ଗୀ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟରଞ୍ଜନ ସାହୁ,
ଅତିରିକ୍ତ ନିର୍ଦ୍ଦେଶକ ବି.କେ. ପଣ୍ଡା, ସ୍ୱତନ୍ତ୍ର ଅଧ#କାରୀ ସାନତନ ବେହେରା ଓ ବିଭାଗୀୟ ବରିଷ୍ଠ
ଅଧ#କାରୀମାନେ ଉପସ୍ଥିତ ଥ#ଲେ ।

Share in top social networks!