ରେଡ଼କ୍ରସ୍, ଓଡିଶା ରାଜ୍ୟ ଶାଖା ସହାୟତାରେ ନିଖୋଜ ଶ୍ରୀମତୀ କଲ୍ୟାଣି ଛୁରିଆ

DSCN5874 ୨୦୧୪ ମସିହାଠାରୁ ୩୫ ବର୍ଷୀୟା ଶୀ୍ରମତୀ କଲ୍ୟାଣି ଛୁରିଆ ଗ୍ରାମ ରସନ, ମାନେଶ୍ୱର, ଜିଲ୍ଲା- ସମ୍ବଲପୁରରୁ ମାନସିକ ଭାରସାମ୍ୟ ହରାଇ ନିଖୋଜ ହୋଇ ଯାଇଥିଲେ ।

ପରବର୍ତ୍ତୀ ସମୟରେ ବିଶାଖାପାଟଣା ସି୍ଥତ ମାନସିକ ଚିକିସôାଳୟ ମନସ୍ତତ୍ତ୍ୱବିତ୍ ଡା.ଶ÷ଲଜା, ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର ଅବୈତନିକ ଯୁଗ୍ମ ସଚିବ ଡଃ ମେଜର କଳ୍ପନା ଦାସ୍ଙ୍କ ସହ ଯୋଗାଯୋଗ ସ୍ଥାପନ କରି କଲ୍ୟାଣି ଛୁରିଆଙ୍କୁ କିପରି ତାଙ୍କ ପରିବାର ନିକଟରେ ପହଞ୍ଚି ପାରିବ, ସେଥି ନିମନ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।

ଏହା ପରେ ରେଡ଼କ୍ରସ୍ ଓଡିଶା ରାଜ୍ୟ ଶାଖାର ଫ୍ୟାମିଲ ନିୟୁଜ ସର୍ଭିସ (ୠବଜ୍ଞସକ୍ଷଚ୍ଚ ଘରଙ୍ଗଗ୍ଦ ଝରrଙ୍ଖସମର) କାର୍ଯ୍ୟକ୍ରମ ମାଧ୍ୟମରେ ଡା.ଶ÷ଲଜା ଙ୍କ ସହିତ ସର୍ମ୍ପକ ସ୍ଥାପନ କରାଯାଇ ଶ୍ରୀମତୀ କଲ୍ୟାଣିଙ୍କୁ ତା. ୧୦.୧୦.୨୦୧୭ ରିଖରେ ବିଶାଖାପାଟଣାରୁ ରେଡ଼କ୍ରସ୍ର ଶୀ୍ର ରଞନ କୁମାର ମହାନ୍ତି ଓ ପ୍ରତାପ ଚନ୍ଦ୍ର ମିଶ୍ର ଯୁବ ରେଡ଼କ୍ରସ୍ ପରାମର୍ଶଦାତାଙ୍କ ସହାୟତାରେ ଭୁବନେଶ୍ୱର ରେଡ଼କ୍ରସ୍ କାର୍ଯ୍ୟଳୟକୁ ଅଣାଯାଇ ତାଙ୍କ ଶ୍ୱଶୁର ଶୀ୍ର କୃଷ୍ଣଚନ୍ଦ୍ର ଛୁରିଆ ଓ ଶୀ୍ର ସଂଞ୍ଜୟ କୁମାର ଛୁରିଆଙ୍କ ଉପସ୍ଥିତିରେ ସମ୍ବଲପୁର ଜିଲ୍ଲା ରେଡ଼କ୍ରସ୍ ଶାଖା ସହାୟତାରେ ପରିବାର ସହ ଏକାଠି କରାଯାଇଛି ।

ଏହି ପରିପ୍ରେକ୍ଷୀରେ ହଜିଯାଇଥିବା ନିଜର ସ୍ୱଜନଙ୍କ ପାଇଁ ରେଡ଼କ୍ରସ୍ ଫ୍ୟାମିଲ ନିୟୁଜ ସର୍ଭିସର ସହାୟତା ନେବା ନିମନ୍ତେ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ର ଅବୈତନିକ ସଚିବ ଡା.ଜ୍ଞାନବ୍ରତ ମହାନ୍ତି ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!