ମହାନଦୀ ବଂଚାଅ ଆନେ୍ଦାଳନ ମହାନଦୀ ଟ୍ରିବୁନାଲ୍ ଗଠନ ପାଇଁ ନୀତିଗତ ନିଷ୍ପତିକୁ ସ୍ୱାଗତ କରୁଛି

ଗତ ଅକ୍ଟୋବର ୯ ତାରିଖରେ କେନ୍ଦ୍ର ସରକାର ମହାନଦୀ ଟ୍ରିବୁନାଲ୍ ଗଠନ ପାଇଁ ନୀତିଗତ ନିଷ୍ପତି ନେଇଛନ୍ତି ଏବଂ ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା
ପାଇଁ ନଭେମ୍ବର ୨୯ ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି । ମହାନଦୀ ବଂଚାଅ ଆନେ୍ଦାଳନ ଏହାକୁ ସ୍ୱାଗତ କରୁଛି । ମହାନଦୀର ପର୍ଯ୍ୟାବରଣ, ତାର
ପ୍ରାକୃତିକ ପ୍ରବାହ, ଜୈବ ବିବିଧତା, ଜନଗଣଙ୍କର ଜୀବିକା କ୍ଷେତ୍ରରେ ସଂପ୍ରତି ଦେଖା ଦେଇଥିବା କୁପ୍ରଭାବ ସଂପର୍କିତ ପ୍ରସଙ୍ଗ ଗୁଡିକୁ ଗଠିତ ହେବାକୁ
ଯାଉଥିବା ଟ୍ରିବୁନାଲରେ ବିଧିବଦ୍ଧ ଭାବରେ ଉପସ୍ଥାପିତ କରିବା ପାଇଁ ଆମେ ଦୃଢ ପଦକ୍ଷେପ ଦେବୁ ।
କେନ୍ଦ୍ରସରକାର ଟ୍ରିବୁନାଲ ଗଠନର ନିଷ୍ପତିକୁ ସ୍ୱାଗତ କଲାବେଳେ ମହାନଦୀ ଉପରେ ନିର୍ମିତ ହୋଇଥିବା ପ୍ରକଳ୍ପ ଗୁଡିକୁ ସ୍ଥଗିତ ରଖିବ ପାଇଁ ନିଦେ୍ର୍ଧଶ
ନଦେବା ଦୁଃଖଦାୟକ ଘଟଣା । ମହାନଦୀ ଟ୍ରିବୁନାଲ ଗଠିତ ହୋଇ ତାର ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଛତିଶଗଡରେ ନିର୍ମିତ ପ୍ରକଳ୍ପ ଗୁଡିକ
କାର୍ଯ୍ୟକ୍ଷମ ନକରିବା ପାଇଁ ଆମେ କେନ୍ଦ୍ରସରକାରଙ୍କର ନିକଟରେ ଦାବି କରୁଛୁ । ଏନ୍.ଜି.ଟି ର ନିଦେ୍ର୍ଧଶ ଅନୁସାରେ ୩୧ ଟି ଅସମ୍ପୁର୍ଣ୍ଣ ପ୍ରକଳ୍ପର କାର୍ଯ୍ୟ
ଛତିଶଗଡ ସରକାର ବଂଦ ନରଖିବା ମଧ୍ୟ ଦୁର୍ଭାଗ୍ୟ ଜନକ । ଏନ୍.ଜି.ଟି ନିଦେ୍ର୍ଧଶକକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଆମେ ଦାବି କରୁଛୁ ।
ମହାନଦୀ ଟ୍ରିବୁନାଲ୍କୁ ସ୍ୱାଗତ କଲାବେଳେ ଆମେ ସ୍ପଷ୍ଟ ଭାବରେ କହିବାକୁ ଚାହୁଁ ଯେ ଏହା ମହାନଦୀ ସଂକ୍ରାନ୍ତରେ ଉପୁଜିଥିବା ସବୁ ସମସ୍ୟା ଗୁଡିକର
ସମାଧାନ ଦିଗରେ ସଂପୂର୍ଣ୍ଣଭାବରେ ସକ୍ଷମ ହେବ ନାହିଁ । ଭାରତ ବର୍ଷରେ ଅତୀତରେ ଗଠିତ ହୋଇଥିବା ନଦୀ ଟ୍ରିବୁନାଲ ଗୁଡିକର ଉତିହାସକୁ
ଦେଖିଲେ ଯେ କେହି ଏହି କଥାରେ ଏକମତ ହେବେ । ଟ୍ରିବୁନାଲ୍ ଗୁଡିକ ରାଜ୍ୟ ରାଜ୍ୟ ଭିତରେ ଜଳ ବାଣ୍ଟିବାକୁ ଯୋତିକି ଗୁରୁତ୍ୱ ଦେଇଥାଏ, ନଦୀର
ପର୍ଯ୍ୟାବରଣ ବା ତାର ପ୍ରାକୃତିକ ପ୍ରବାହ, ଜୈବ ବିବିଧତା ଇତ୍ୟାଦି ପ୍ରସଙ୍ଗ ଗୁଡିକୁ ସେତେ ଗୁରୁତ୍ୱ ନେଇ ନଥାଏ । ସେହି ଦୃଷ୍ଟିରୁ ମହାନଦୀ ବଂଚାଅ
ଆନେ୍ଦାଳନ, ଏହି ପ୍ରସ୍ତାବିତ ଟ୍ରିବୁନାଲ ଦ୍ୱାରା ମହାନଦୀର ସଂପ୍ରତି ଦେଖା ଦେଇଥିବା ପର୍ଯ୍ୟାବରଣ ସଂପର୍କିତ ସମସ୍ୟାର ସମାଧାନ ହେବ ବୋଲି
ବିଶ୍ୱାସ ରଖେ ନାହିଁ । ମହାନଦୀକୁ ବଂଚାଇ ରଖିବାକୁ ହେଲେ ଏକ ସମ୍ମନ୍ୱିତ ତଥା ସାମଗ୍ରିକ ନଦୀ ଅବବାହିକା ପରିଚାଳନାର ଆବଶ୍ୟକତା ରହିଛି
ଯେଉଁଥିରେ ମହାନଦୀର ଅବବାହିକାରେ ଥିବା ଜନ ସାଧାରଣ, ଲୋକ ସଂଗଠନ, ପଞ୍ଚାୟତିରାଜ ଅନୁÂାନ, ବୈଷୟିକ ତଥା ଗବେଷଣା ସଂସ୍ଥା
ଇତ୍ୟାଦିର ସହଯୋଗିତା ଓ ସହଭାଗିତା ରହିବା ଜରୁରୀ । ମହାନଦୀ ବେସିନ୍ରେ ଏଭଳି ଏକ କ୍ରିୟାଶୀଳ, ଦକ୍ଷ ମହାନଦୀ ବେସିନ୍ ମ୍ୟାନେଜ୍ମେଣ୍ଟ
ସଂଗଠନ ଗଢିତୋଳିବା ପାଇଁ ଆମେ ଆମର ପ୍ରୟାସ ଜାରି ରଖିବୁ । ଲୋକଙ୍କ ଭିତରେ ବ୍ୟାପକ ସଚେତନାତା ସୃଷ୍ଟି କରିବା ସହିତ ନଦୀ
ଅବବାହିକାରେ ଜଳ ସଂରକ୍ଷଣ, ଜଙ୍ଗଲ ସୃଷ୍ଟି, ନଦୀକୁ ପ୍ରଦୂଷଣ ଏବଂ ଅତିକ୍ରମଣ ମୁକ୍ତ ରଖିବା ଇତ୍ୟାଦି କାର୍ଯ୍ୟକ୍ରମ ଗୁଡିକୁ ପ୍ରାଧାନ୍ୟ ଦେଇ ଆମେ କାର୍ଯ୍ୟ
କରିବୁ । ଏଥିପାଇଁ ଜଳ ସେବକ, ଜଳ ଦ୍ୱତ, ଜଳ ପ୍ରେମୀ, ଜଳ ନାୟକ ଇତ୍ୟାଦି ଗାଁ, ବ୍ଲକ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ସୃଷ୍ଟି କରିବୁ ।
ମହାନଦୀ ବଂଚାଅ ଆନେ୍ଦାଳନର ନିମ୍ନ ଲିଖିତ ପରବର୍ତ୍ତି କାର୍ଯ୍ୟକ୍ରମ ମାନ ଆୟୋଜିତ ହେବ :-
୧. ନଭେମ୍ବର୧୧ ତାରିଖରେ ଛତିଶଗଡରେ ଜନ ସମ୍ମିଳନୀ । ପ୍ରକାଶ ଥାଉକି ଆସନ୍ତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ସଂକଳ୍ପ
ସତ୍ୟାଗ୍ରହକୁ ଘୁଞ୍ଚାଇ ଦିଆଯାଇଛି ଏବଂ ୧୧ ତାରିଖରେ ଅନୁÂିତ ହେବାକୁ ଥିବା ଜନ ସମ୍ମିଳନୀରେ ଏ ବିଷୟରେ ନିଦ୍ଧିଷ୍ଟ ନିଷ୍ପତି ନିଆଯିବ ।
୨. ନଭେମ୍ବର ୧୩ ରୁ ୧୫ ପର୍ଯ୍ୟନ୍ତ ରଘୁନାଥପୁରରୁ ପାରାଦିପ ପର୍ଯ୍ୟନ୍ତ ୬୦ କି.ମି. ଧରି ସଂକଳ୍ପ ପଦଯାତ୍ର ।
୩. ନଭେମ୍ବର ୧୬ ତାରିଖରେ ଚିଲିକାରେ ଡଙ୍ଗା ଶୋଭାଯାତ୍ରା
୪. ଦିଲ୍ଲୀରେ ଡିସେମ୍ବର ଶେଷ ସପ୍ତାହରେ ଏକ ଜାତୀୟ ଜନ ସମ୍ମିଳନୀ ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଇଂ. ଲଳିତ ମୋହନ ପଟ୍ଟନାୟକ, ଉପଦେଷ୍ଟା, ଶ୍ରି ବାସୁଦେବ ଭଟ୍ଟ, ଯୁଗ୍ମ ଆବାହକ, ଶ୍ରୀ ବିଜୟ ପ୍ରଧାନ,
ସଂଯୋଜକ, ଶ୍ରୀ ସୁଦର୍ଶନ ଦାସ, ଆବାହକଙ୍କ ସମେତ ମହାନଦୀ ବଂଚାଅ ଆନେ୍ଦାଳନର ସର୍ବଶ୍ରୀ ଶ୍ରୀ ଅଶୋକ ପାଇକ୍ରାୟ, ପ୍ରସନ୍ନ ବିଶୋଇ,
ତୁଷାରକାନ୍ତ, ନିରୋଦ ଖୁଣ୍ଟିଆ, ଅଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!