ରାହୁଲ ଗାନ୍ଧୀଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି କରିବା ନେଇ ପ୍ରସ୍ତାବ ସର୍ବସମ୍ମତ ଭାବେ ପାରିତ ।

ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିର୍ବାଚିତ ପ୍ରଦେଶ କଂଗ୍ରେସ ସଭ୍ୟ ମାନଙ୍କର ଏକ ବୈଠକ ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ସଭାପତିତ୍ୱରେ ଅନୁÂିତ ହୋଇଯାଇଛି । ଏହି ବୈଠକରେ ରାହୁଲ ଗାନ୍ଧୀଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି କରିବା ନେଇ ଏକ ପ୍ରସ୍ତାବ ସର୍ବସମ୍ମତ ଭାବରେ ପାରିତ ହୋଇଥିଲା । ଶ୍ରୀ ପ୍ରସାଦ ହରିଚନ୍ଦନ ଏହି ପ୍ରସ୍ତାବ ଆଗତ କରିଥିଲାବେଳେ ବିରୋଧି ଦଳ ନେତା ଶ୍ରୀ ନରସିଂହ ମିଶ୍ର ଏହାକୁ ସମର୍ଥନ କରିଥିଲେ । ଉପସ୍ଥିତ ସମସ୍ତ ସଭ୍ୟ ଏହି ପ୍ରସ୍ତାବକୁ ହାତଟେକି ସମର୍ଥନ କରିଥିଲେ । ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ ଶ୍ରୀ ବିକେ ହରିପ୍ରସାଦ, ପ୍ରଦେଶ ନିର୍ବାଚନ ଅଧିକାରୀ ଶ୍ରୀ ସୋମେନ ମିିତ୍ର, ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ଜୟଶଙ୍କର ପାଠକ ଏବଂ ଶ୍ରୀ ରାମଜୀ ଆନେପ୍ପୁ ଯୋଗଦେଇଥିଲେ । ଏହି ବୈଠକ ଶେଷ ହେବାପରେ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ହଜାରରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଓ ନେତା ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ପୁଅ ଜୟ ସାହାଙ୍କ କମ୍ପାନୀ ଦୁର୍ନୀତିକୁ ବିରୋଧ କରି ଏକ ଶୋଭାଯାତ୍ରାରେ ମାଷ୍ଟର କ୍ୟାଟିଂନ ଛକ ପର୍ଯ୍ୟନ୍ତ ଯାଇଥିଲେ । ସେମାନେ ନରେନ୍ଦ୍ର ମୋଦି ଏବଂ ଅମିତ୍ ଶାହାଙ୍କ ବିରୁଦ୍ଧରେ ବ୍ୟାନର ଓ ପ୍ଲାକାଡର଼୍ ଧରି ସ୍ଳୋଗାନ ଦେଇଥିଲେ । ଉପସ୍ଥିତ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଫାସିଷ୍ଟ ସରକାର •ଲିଛି । ନରେନ୍ଦ୍ର ମୋଦି ଓ ଅମିତ ଶାହା ମିଶି ଦେଶରେ ଆତଙ୍କରାଜ ଚଳାଇଛନ୍ତି ଓ ଦେଶକୁ ଲୁଟ୍ କରି•ଲିଛନ୍ତି । ଅମିତ୍ ଶାହା ସିବିଆଇ, ପ୍ରବର୍ତନ ନିଦେ୍ଧର୍ଶାଳୟ ଏବଂ ଆୟକର ବିଭାଗକୁ ନିଜ ପୁଅର ଦୁର୍ନୀତି ଘୋଡ଼ାଇବାକୁ ଯାଇ ଆଖି ଦେଖାଇ ଚୁପ୍ କରିଦେଇଛନ୍ତି । ପ୍ରଦେଶ କଂଗ୍ରେସ ଏହି ଦୁର୍ନୀତି ବିଷୟରେ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନେ୍ଦାଳନ କରିବ ବୋଲି ଶ୍ରୀ ହରିଚନ୍ଦନ ଚେତବନୀ ଦେଇଥିଲେ ।
କଂଗ୍ରେସ କର୍ମୀମାନେ ଅମିତ୍ ଶାହା ଏବଂ ନରେନ୍ଦ୍ର ମୋଦିଙ୍କର କୁଶପୁତଳିକା ଦାହ କରିଥିଲେ ଏବଂ ପୋଲିସ୍ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ପୋଲିସ୍ ବଳପୂର୍ବକ ଭାବେ ପିସିିସି ସଭାପତି ସହ ଅନ୍ୟମାନଙ୍କୁ ଗିରଫ କରିଥିଲା ଏବଂ ପରେ ସେମାନେ ଖଲାସ ହୋଇଥିଲେ ।

Share in top social networks!