ବିଏଡ ଶିକ୍ଷକ ସହାୟକ ସଂଘର ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Dharmendra-Ji ରାଜ୍ୟରେ ବିଏଡ ଶିକ୍ଷକ ସହାୟକ ସଂଘର ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ
ଗ୍ୟାାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଏଡ ଶିକ୍ଷକ ସହାୟକ ସଭାପତି ଅଜୟ କୁମାର ଧଳଙ୍କ ଠାରୁ ଏ ସମ୍ପର୍କରେ ପିଟିସନ ପାଇବା ପରେ ଏହି ଆଧାରରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପତ୍ର ଲେଖିବା ସହ ସେମାନଙ୍କର ଦାବିକୁ ସହୃଦୟତାର ସହ ବିଚାର କରିବାକୁ ଅନୁରୋଧ କରିଛନ୍ତି ।

ରାଜ୍ୟରେ ଶିକ୍ଷା ଅଧିକାର ଆଇନ ଲାଗୁ ହେବାର ସାତ ବର୍ଷ ବିତି ଯାଇଥିଲେ ସୁଦ୍ଧା ଓ ଖାଲି ପଦ ଥିଲେ ମଧ୍ୟ ସେମାନଙ୍କୁ ଟ୍ରେଂଡ ଗ୍ରାଜୁଏଟ ଶିକ୍ଷକ ଭାବେ ନିଆ ଯାଇ ନ ଥିବା ଏହି ପିଟିସନରେ ଉଲ୍ଲେଖ ଥିବା ଶ୍ରୀ ପ୍ରଧାନ କହିଛନ୍ତି । ସପ୍ତମ ବେତନ କମିଶନ ସୁପାରିଶ ଅନୁସାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟ୍ରେଂଡ ଗ୍ରାଜୁଏଟ ଶିକ୍ଷକ
ମାନଙ୍କୁ ଟି.ଜି ସ୍କେଲ ପ୍ରଦାନ କରିବାକୁ ଦାବି କରା ଯାଇଛି । ସେହିପରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜାନୁଆରୀ ପହିଲା ୨୦୧୪ର ପରିବର୍ତିତ ମାନଦଣ୍ଡକୁ ଉଲ୍ଲଂଘନ କରୁଥିବା କାରଣରୁ ଶିକ୍ଷା ସହାୟକ ଶିକ୍ଷକ ପାଇଁ ୬ ବର୍ଷ କଂଟ୍ରାକ୍ଚୁଆଲ ନିଯୁକ୍ତି ବ୍ୟବସ୍ଥାକୁ ସମାପ୍ତ କରିବାକୁ ମଧ୍ୟ ଏହି ପିଟିସନରେ ଦାବି କରା ଯାଇ ଥିବା ସେ ଉଲ୍ଲେଖ କରିଛନ୍ତି । ଏହା ସହିତ ଏ ବିଏଡ ଶିକ୍ଷକ ସହାୟକ ସଂଘର ଅନ୍ୟାନ୍ୟ ଦାବିକୁ ମଧ୍ୟ ସହୃଦୟତାର ସହ ବିଚାର କରିବାକୁ ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Share in top social networks!