କେନ୍ଦ୍ର ସଂଚାର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ପତ୍ର ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Dharmendra-Ji

ଭଦ୍ରକ ଜିଲ୍ଲାର ଇରମ ଠାରେ ଇଂରେଜ ମାନଙ୍କର ଗୁଳିରେ ଶହୀଦ ମାନଙ୍କର ସ୍ମୃତି ରକ୍ଷା ପାଇଁ ଏକ ଡାକଟିକେଟ ଜାରୀ କରିବାକୁ କେନ୍ଦ୍ର
ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଂଚାର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ପତ୍ର ଲେଖିଛନ୍ତି । ଭଦ୍ରକ ଜିଲ୍ଲାର ଇରମର ଶହୀଦ ସ୍ମାରକୀ କମିଟିର ସମ୍ପାଦକ ଭଗବାନ ନାୟକଙ୍କ ଲିଖିତ ପତ୍ର ଆଧାରରେ ଶ୍ରୀ ପ୍ରଧାନ ଏହି ପତ୍ର ଲେଖିଛନ୍ତି ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ଯେ ସ୍ୱାଧୀନତା ଆନେ୍ଦାଳନ ବେଳେ ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଦିନ ଇଂରେଜ ମାନଙ୍କର ଗୁଳିରେ ୨୯ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣବଳୀ ଦେଇଥିଲେ ଓ ୫୦ରୁ ଉର୍ଧ ଆହତ ହୋଇଥିଲେ । ଏହି ସ୍ଥାନଟି ରକ୍ତ ତୀର୍ଥ ଭାବେ ପରିଚିତ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ସ୍ଥାନକୁ ଦ୍ୱିତୀୟ ଜାଲିୟାଁବାଲାବାଗ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଏହି ସ୍ଥାନର ବିକାଶ ପାଇଁ କିଛି କରାଯାଇ ନାହିଁ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ଏହି ଐତିହାସିକ ଘଟଣାକୁ ୭୫ ବର୍ଷ ପୂର୍ତି ହେଉଥିବା କାରଣରୁ ଶହୀଦ ମାନଙ୍କର ସ୍ମୃତିରେ ଡାକଟିକେଟ ଜାରୀ ହେବା ଶହୀଦ ମାନଙ୍କ ପ୍ରତି ଉଚିତ ସମ୍ମାନ ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ
ପତ୍ରରେ ଉଲ୍ଲେଖ କରିଛନ୍ତି ।

Share in top social networks!