ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିÂା ହେଉ

ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଆଶାକୁ ପୂରଣ କରିବାପାଇଁ ସେଠାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିÂା ହେବା ଦାବୀ ଯଥାର୍ଥ ବୋଲି ଉକ୍ରଳ ଭାରତ ତାହକୁ ସମର୍ଥନ କରିଛି । ପାର୍ଟିର ପକ୍ଷରୁ ଏକ ପ୍ରେସ ଇସ୍ତାହାରେ କୁହାଯାଇଛି ଯେ, ସେଠାକାର ବିଶିÂ ଜନସାଧାରଣମାନେ ଏହି ଦାବି ପାଇଁ ନେତୃତ୍ୱ ନେବା ଆରମ୍ଭ କଲେଣି । ଏହି ଦାବୀ କେବଳ ପଶ୍ଚିମ ଓଡ଼ିଶାର ଓକିଲମାନଙ୍କ ନିକଟରେ ଆଉ ସୀମିତ ହୋଇ ରହିନାହିଁ । ପଶ୍ଚିମ ଓଡ଼ିଶାରୁ ଏବେ ହଜାର ହଜାର ଲୋକ କଟକ ଆସି ହାଇକୋର୍ଟ ଆଗରେ ବିକ୍ଷୋଭ କରିବେ ଓ ସେ ଅଂଚଳରେ ହାଇକୋର୍ଟ ବେଂଚ ପ୍ରତିÂା ପାଇଁ ଓଡ଼ିଶାର ମୁଖ୍ୟ ବିଚାରପତିଙ୍କୁ ସାକ୍ଷାତ କରିବେ ।
ବାସ୍ତବରେ ଦେଖାଯାଉଛି ପଶ୍ଚିମ ଓଡ଼ିଶାରେ ହଇକୋର୍ଟର ବେଂଚ ପ୍ରତିÂା ଦାବିକୁ ଉପକୂଳ ଅଂଚଳର ଲୋକମାନେ ବିରୋଧ କରୁନାହାନ୍ତି । କେବଳ କଟକର ଓକିଲମାନେ ସେମାନଙ୍କର ସ୍ୱାର୍ଥ ହାନି ହେବା ଆଶଙ୍କାରେ ଏହାର ବିରୋଧ କରୁଛନ୍ତି । ପଶ୍ଚିମ ଓଡିÿଶାରେ ହାଇକୋର୍ଟ ବେଂଚ ପ୍ରତିÂା ହେଲେ ଉପକୂଳ ଅଂଚଳରେ ଲୋକମାନଙ୍କର କୋଣସି କ୍ଷତି ହେବନାହିଁ ।
ଉକ୍ରଳ ଭାରତ ଏହାର ପ୍ରତିÂା ହେବାଠାରୁ ସମ୍ବଲପୁରରେ ହାଇକୋର୍ଟର ବେଂଚ ପ୍ରତିÂା ହେବା ଦାବିକୁ ସମର୍ଥନ କରିଆସିଛି ଓ ଦଳ ଇସ୍ତାହାରରେ ଏକଥା ସ୍ପଷ୍ଟ ଲେଖାଯାଇଛି । ବାସ୍ତବିକତା ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିÂା ହେବା ଦାବିକୁ ବିରୋଧ କରାଗଲେ ଓଡ଼ିଶା ବିିଭାଜନ ହେବା ବାସ୍ତବ ସମ୍ଭାବନା ସୃଷ୍ଟି ହେବ । ଯଦି ମହାରାଷ୍ଟ୍ର, ତାମିଲନାଡୁ, ଉତର ପ୍ରଦେଶ ଆଦି ରାଜ୍ୟମାନଙ୍କରେ ହାଇକୋର୍ଟମାନଙ୍କର ଏକାଧିକ ବେଂଚ ପ୍ରତିÂିତ ହୋଇଛି ତେବେ ଓଡ଼ିଶାରେ ହେବନାହିଁ କାହିଁକି? ଓଡ଼ିଶାରେ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଯଥାଶୀଘ୍ର ଏହି ସମ୍ବେଦନଶୀଳ ପ୍ରଶ୍ନକୁ ମହତ୍ୱ ଦେଇ ସୁପ୍ରିମକୋର୍ଟଙ୍କୁ ଦୃଢ଼ ସୁପାରିଶ କରିବାକୁ ପାର୍ଟି ନିବେଦନ କରିଚଛି । ମାତ୍ର ପଶ୍ଚିମ ଓଡ଼ିଶାରେ କେଉଁଠି ହାଇକୋର୍ଟ ବେଂଚ ପ୍ରତିÂା ହେବ ତାହା ନିର୍ଣ୍ଣୟ ହୋଇପାରୁନଥିବା ଆଳରେ ଏହାକୁ ବନ୍ଦ କରାନଯାଉ ।

Share in top social networks!
Powered By Indic IME