ସାଧାରଣ ଓଡିଆ ଶିକାର ହେଉଥିବା ଦୁର୍ନୀତିକୁ ପ୍ରସଙ୍ଗ କରି ବିଜେପିର ଆନେ୍ଦାଳନ ୧୨ରୁ ୧୮ ଯାଏ

• ରାଜ୍ୟର ୧୦୦୧ ମଣ୍ଡଳରେ ଏହି ଆନେ୍ଦାଳନ କରାଯିବ ଓ ୩୬ ହଜାର ବୁଥର ୯୨ ହଜାର ୱାର୍ଡର କାର୍ଯ୍ୟକର୍ତା ଏହି ଆନେ୍ଦାଳନରେ ସାମିଲ ହେବେ
• ପିସି, ଲାଂଚ ଓ ହାତଗୁଞ୍ଜା ନେଇ ନବୀନ ସରକାରଙ୍କର ପ୍ରଶାସନିକ ନୀତି ଗରୀବ ଓଡିଆଙ୍କ ହକ୍ ନେଉଛି ଛଡାଇ
• ନରେନ୍ଦ୍ର ମୋଦିଙ୍କ ଗରୀବ କଲ୍ୟାଣ ଯୋଜନାରେ ବାଧକ ସାଜିଛି ନବୀନ ସରକାର
• ୧୮ ବର୍ଷର ନବୀନ ପଟ୍ଟନାୟକଙ୍କ ନିରଙ୍କୁଶ ଶାସନ ପରେ ବି ଓଡିଆଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟ ଜଳ ପରି ମୌଳିକ ଆବଶ୍ୟକତା ଓ କୃଷି ପାଇଁ ଜଳସେଚନର ଆବଶ୍ୟକତା ପୂରଣ ହୋଇ ପାରି ନାହିଁ
• ଆନେ୍ଦାଳନ ପାଇଁ ଲିଫ୍ଲେଟ ଓ ବ୍ୟାନରର ଉନ୍ମୋଚିତ
20171011_114819 ଅକ୍ଟୋବର ୧୨ରୁ ୧୮ ତାରିଖ ମଧ୍ୟରେ ରାଜ୍ୟର ସାଧାରଣ ଓଡିଆ ଶିକାର ହେଉଥିବା ଦୁର୍ନୀତିକୁ ପ୍ରସଙ୍ଗ କରି ମଣ୍ଡଳ ସ୍ତରରେ ଆନେ୍ଦାଳନ କରି ଓଡିଆଙ୍କ ହକର ଲଢେଇ ଲଢିବ ଭାରତୀୟ ଜନତା ପାର୍ଟି । ରାଜ୍ୟର ୧୦୦୧ ମଣ୍ଡଳରେ ଏହି ଆନେ୍ଦାଳନ କରାଯିବ ଓ ୩୬ ହଜାର ବୁଥର ୯୨ ହଜାର ୱାର୍ଡର କାର୍ଯ୍ୟକର୍ତା ଏହି ଆନେ୍ଦାଳନରେ ସାମିଲ ହେବେ । ଏହି ଆନେ୍ଦାଳନ ପାଇଁ ଲିଫ୍ଲେଟ ଓ ବ୍ୟାନରର ଉନ୍ମୋଚନ କରିବା ଅବସରରେ ବିଜେପିର ବରିÂ ନେତା ମାନେ ଏହି ସୂଚନା ଦେଇଛନ୍ତି । ନବୀନ ଶାସନରେ ପିସି, ଲାଂଚ ଓ ହାତଗୁଞ୍ଜା କବଳରୁ ମୁକ୍ତି ଓ ଓଡିଆଙ୍କ ହକ୍ ପାଇଁ ଏହି ଆନେ୍ଦାଳନ ବୋଲି ବିଜେପି ନେତା ମାନେ କହିଛନ୍ତି ।
ବିଜେପି ନେତା ମାନେ କହିଛନ୍ତି ଯେ ୧୮ ବର୍ଷର ନବୀନ ପଟ୍ଟନାୟକଙ୍କ ନିରଙ୍କୁଶ ଶାସନ ପରେ ବି ମୌଳିକ ସୁବିଧା ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାନୀୟ ଜଳ, କୃଷି ପାଇଁ ଜଳସେଚନର ଆବଶ୍ୟକତା ପୂରଣ ହୋଇ ପାରି ନାହିଁ ସାଧାରଣ ଓଡିଆଙ୍କର । ଶାସକ ବିଜେଡି ସରକାରୀ ଯୋଜନାକୁ ଦଳୀୟ ଆଧାରରେ ବାଂଟି ଦେଉଛି । କଟକ ମେୟରଙ୍କ ପରି ଧନୀ ବିଜେଡି ନେତା ଓ କର୍ମୀଙ୍କୁ ଗରୀବ ଓଡିଆଙ୍କ ହକ୍ର ଭାଗ ଦିଆ ଯାଉଥିବା ଏହାର ପ୍ରମାଣ ବୋଲି ସେମାନେ କହିଛନ୍ତି ।
ପକ୍କା ଘର ଓ ପାଇଖାନା ନିର୍ମାଣର ଅର୍ଥ ପ୍ରଦାନରେ ଅଯଥା ବିଳମ୍ବ କରି ଲାଂଚ ଦେବାକୁ ଗାଁ-ଗଣ୍ଡାରେ ଗରୀବମାନଙ୍କୁ ବାଧ୍ୟ କରାଯାଉଛି ବୋଲି ସେମାନେ କହିଛନ୍ତି । ସେହିପରି ବାର୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତା, ଜନ୍ମମୃତ୍ୟୁ ପ୍ରମାଣ ପତ୍ର, ଜାତି ପ୍ରମାଣପତ୍ର, ଜମି ଜମା ସମ୍ବନ୍ଧୀୟ ପ୍ରମାଣପତ୍ର ଦେବା ପାଇଁ ବାରମ୍ବାର ବ୍ଲକ- ତହସିଲକୁ ଦଉଡାଇ ଲାଂଚ ପାଇଁ ବାଧ୍ୟ କରା ଯାଉ ଥିବା ପ୍ରସଙ୍ଗ ଏହି ଆନେ୍ଦାଳନରେ ଉଠାଯିବ ବୋଲି ସେମାନେ କହିଛନ୍ତି । ଗାଁ ସ୍କୁଲରେ ଶିକ୍ଷକ ନ ଥିବାରୁ ଗରୀବ ପିଲାଙ୍କ ଭବିଷ୍ୟତ ଖରାପ ହେବା, ସରକାରୀ ଡାକ୍ତରଖାନା ଡାକ୍ତରଶୂନ୍ୟ ଥିବା କାରଣରୁ ବ୍ୟୟବହୁଳ ବେସରକାରୀ ଚିକିତ୍ସା ଗରୀବ ଓଡିଆଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଥିବା ଓ ନିରାମୟ ଯୋଜନାରେ ୫ ଶହରୁ ଉର୍ଧ ମାଗଣାରେ ମିଳିବାକୁ ଥିବା ଔଷଧ ମଧ୍ୟରୁ ହାତ ଗଣତି କେତୋଟି ଔଷଧ ମିଳିବା

Share in top social networks!