ତାଳଚେରରେ ଏସମା କାହା ପାଇଁ ବୋଲି ବିଜେପିର ପ୍ରଶ୍ନ

pc f1 ତାଳଚେର କୋଇଲା ଖଣି ଅଂଚଳରେ ରାଜ୍ୟ ସରକାର କାହା ପାଇଁ ଏସମା ଲଗାଇଛନ୍ତି ତାହା ସ୍ପଷ୍ଟ କରିବାକୁ ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଦାବି କରିଛନ୍ତି ।
କୋଇଲା ଖଣି ଖନନ କାର୍ଯ୍ୟକୁ ବେଆଇନ ଭାବେ ବନ୍ଦ କରୁଥିବା ଅଣ ଶ୍ରମିକ ମାନଙ୍କ ବିରୁଦ୍ଧରେ କେବଳ ଏହି ଏସମା ଲାଗୁ ନା ଜମି ହରା ଗରୀବ ପ୍ରଜାଙ୍କ ଗଣତାନ୍ତ୍ରିକ ଅଧିକାରର କଂଠରୋଧ କରିବା ପାଇଁ ଏସମାକୁ ବ୍ୟବହାର କରିବାକୁ ଚାହୁଛନ୍ତି, ଏହାର ସ୍ପଷ୍ଟତା ରାଜ୍ୟ ସରକାର ଦିଅନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ କୋଇଲା ଖନନ କାର୍ଯ୍ୟରେ ବ୍ୟାପକ ସମସ୍ୟା ସୃଷ୍ଟି ହେଉଥିବା କାରଣରୁ ରାଜ୍ୟ ତହବିଲକୁ ବ୍ୟାପକ କ୍ଷତି ହେଉଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ମାତ୍ର ରାଜ୍ୟ ସରକାର ଜମିହରା ପ୍ରଜାର ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେବା ପାଇଁ ଏସମାର ଦୁରୁପଯୋଗ କଲାଭଳି ପରିସ୍ଥିତି ଉପôନ୍ନ ହୋଇଛି ।
ଜମି ହରା ପ୍ରଜା ନୁହେଁ ଶ୍ରମିକ ମାନଙ୍କର ସ୍ୱାର୍ଥ ସହ ସମ୍ପର୍କ ନ ଥିବା ବଟି ଆଦାୟ କରୁଥିବା ଅସାମାଜିକ ତତ୍ୱ ବିରୁଦ୍ଧରେ ଏସମା ଲଗାଇ ଗରୀବଙ୍କ ଅଧିକାରରୁ କ୍ଷୁର୍ଣ ନ କରିବା ପାଇଁ ଶ୍ରୀ ସାମଲ କରିଛନ୍ତି ।

Share in top social networks!