“ବିଶ୍ୱ ଛାତ୍ର ଏବଂ ଯୁବ ମହା ସମ୍ମିଳନୀ”ରେ ଯୋଗ ଦେବା ପାଇଁ ଭାରତୀୟ ପ୍ରତିନିଧି ଦଳରେ ଓଡିଶାର ଶ୍ରୀ ଓମ୍ ପ୍ରକାଶ ମିଶ୍ର

 ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଅଛନ୍ତି ଶ୍ରୀ ମିଶ୍ର
 ରୁଷିଆର ମସ୍କୋଠାରେ ଅନୁÂିତ ହେବ ଏହି ମହା ସମ୍ମିଳନୀ

OmPrakashMishra

ଚଳିତ ମାସ ୧୪ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ରୁଷିଆର ମସ୍କୋଠାରେ “ବିଶ୍ୱ ଛାତ୍ର ଏବଂ ଯୁବ ମହା ସମ୍ମିଳନୀ”ଅନୁÂିତ ହେବାକୁ ଯାଉଛି । ଏହି ସମ୍ମିଳନୀରେ ବିଶ୍ୱର ୧୮୦ଟି ଦେଶର ଛାତ୍ର ଏବଂ ଯୁବ ପ୍ରତିନିଧିମାନେ ଯୋଗ ଦେବେ । ବିଶେଷ ଭାବେ ଏହି ସମ୍ମିଳନୀରେ “ରାଜନୀତି-ଛାତ୍ର ଏବା ଯୁବକ” ପ୍ରସଙ୍ଗ ସଂପର୍କରେ ଆଲୋଚନା କରାଯିବ । ଏହି ବିଶ୍ୱ ମହା ସମ୍ମିଳନୀରେ ଆମ ଦେଶର ୯୦ ଜଣ ପ୍ରତିନିଧି ଯୋଗ ଦେବେ । ଆମ ରାଜ୍ୟରୁ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ଏହି ପ୍ରତିନିଧି ଦଳରେ ସ୍ଥାନ ପାଇଛନ୍ତି । ଏହି ସମ୍ମିଳନୀରେ ଯୋଗ ଦେବାକୁ ଶ୍ରୀ ମିଶ୍ର ଆଜି ସଂଧ୍ୟାରେ ଯାତ୍ରା ଆରମ୍ଭ କରୁଛନ୍ତି । ବୈାଦ୍ଧ ଜିଲ୍ଲା କଂଟାମାଳ ପଲ୍ସାଗୁଡା ବାସିନ୍ଦା ଉଚ୍ଚ ଶିକ୍ଷିତ ଶ୍ରୀ ମିଶ୍ର ଜଣେ ସୁସଂଗଠକ ଭାବେ ବେଶ ଜଣାଶୁଣା ।
ଏହି ଭଳି ଗୋଟିଏ ବିଶ୍ୱସ୍ତରୀୟ ମହା ସମ୍ମିଳନୀରେ ଏକ ମାତ୍ର ଓଡିଆ ଭାବେ ଶ୍ରୀ ମିଶ୍ର ସ୍ଥାନ ପାଇଥିବା କାରଣରୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ମନ ଭିତରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି । ଶ୍ରୀ ମିଶ୍ରଙ୍କ ଗସ୍ତର ଅନୁଭବ ଆଗାମୀ ଦିନରେ ସମସ୍ତଙ୍କୁ ପ୍ରେରଣା ଯୋଗାଇବାରେ ସହାୟକ ହେବ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି ।

Share in top social networks!
Powered By Indic IME