ବିଜେଡିର ଜନ ସମ୍ପର୍କ ଯାତ୍ରାର ନବମ ଦିନରେ କୃଷି ସମସ୍ୟା ଉଠାଇ ବିଜେଡିକୁ ଟାର୍ଗେଟ କଲା ବିଜେପି ୭୦ ପ୍ରତିଶତ କୃଷିବହୁଳ ରାଜ୍ୟ ଅର୍ଥନୀତିରେ, କୃଷିର ଅବଦାନ ମାତ୍ର ୧୫ ପ୍ରତିଶତ ଏହା କଣ ଅପପ୍ରଚାର ? : ବିଜେପି

 ୧୮ ବର୍ଷ ଧରି ବିଜେଡିର ନିରଙ୍କୁଶ ଶାସନ, କୃଷକଙ୍କ ଦାରିଦ୍ର୍ୟର ମୁଖ୍ୟ କାରଣ
 ଚାଷୀ ଆତ୍ମହତ୍ୟା ଋଣ ଓ ଫସଲହାନୀ ଜନିତ ତଥ୍ୟକୁ ନେଇ ସରକାର ନୀରବ କାହିଁକି ?
 ମହାରାଷ୍ଟ୍ର ଓ ଆନ୍ଧ୍ରରେ ଋଣ ଓ ଫସଲହାନୀ ଜନିତ ଆତ୍ମହତ୍ୟା ପରେ ଦିଆ ଯାଉଛି କ୍ଷତିପୂରଣ । ଓଡିଶା ଚାଷୀ କାହିଁକି ଦୈତ କ୍ଷତି ସହିବ ?
 ୨୦୦୦ ମସିହାରେ ରାଜ୍ୟ ସରକାରଙ୍କର ୫ ସଚଳ ଓ ୧୨ ଅଚଳ ଶୀତଳ ଭଣ୍ଡାର ଥିବା ବେଳେ ୨୦୧୭ରେ ୫ ସଚଳ ଓ ୧୩ ଅଚଳ ଶୀତଳ ଭଣ୍ଡାର ଥିବା ମାନିଛନ୍ତି ସରକାର
 କୃଷି ଓ ଜଳ ସେଚନ ପାଇଁ ପ୍ରଚୁର କେନ୍ଦ୍ରୀୟ ଅର୍ଥ ଖର୍ଚ ନ ହୋଇ ପଡି ରହିବା ସତ୍ୟକୁ ସ୍ୱୀକାର କରନ୍ତୁ ରାଜ୍ୟ ସରକାର
 ଦୁଗ୍ଧ, ଅଣ୍ଡା, ପିଆଜ ଓ ଆଳୁ ଉପôାଦନରେ ସରକାରୀ ଉଦ୍ୟମ ଅଭାବ କାରଣରୁ ପଛରେ ପଡିଛି ଓଡିଶା
PIX_PC_Agri_10-10-2017_1 ବିଜେଡି ଜନ ସମ୍ପର୍କ ଯାତ୍ରାର ନବମ ଦିନରେ କୃଷି ଓ କୃଷକ ମାନଙ୍କ ସମସ୍ୟାକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟୀ । ଓଡିଶାର ସଦ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ ଓଡିଶାର ପାଖାପାଖି ୭୦ ପ୍ରତିଶତ ଲୋକ କୃଷି ଓ କୃଷି ସମ୍ପର୍କିତ କାମରେ ନିୟୋଜିତ ଥିବା ବେଳେ ସେମାନଙ୍କର ଅର୍ଥନୀତିରେ ଯୋଗଦାନ ମାତ୍ର ୧୫ ପ୍ରତିଶତ । ୧୮ ବର୍ଷ ଶାସନ ପରେ କୃଷକର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତର ଦାୟିତ୍ୱ ନେଉ ନାହାନ୍ତି ତାହା ଜନ ସଂପର୍କ ଯାତ୍ରାରେ ବିଜେଡି ସ୍ପଷ୍ଟ କରୁ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ରାଜ୍ୟରେ କୃଷି ଆତ୍ମହତ୍ୟାକୁ ଅସ୍ୱୀକାର କରି ବିଜେଡି ସରକାର କୃଷକ ସମାଜକୁ ତାଛଲ୍ୟ କରୁଛନ୍ତି । ଅନୁଗୁଳ ଜିଲ୍ଲା କୃଷି ଅଧିକାରୀ ସରଜମିନ ତଦନ୍ତ କରି ଋଣ ଭାର ଓ ଫସଲ ହାନୀ ଜନିତ କାରଣରୁ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ରିପୋର୍ଟ ଦେଇଥିବା ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ଉତର ମିଛ କି, ଏହାର ଉତର ଏହି ଜନ ସମ୍ପର୍କ ଯାତ୍ରାରେ ବିଜେଡି ରଖୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଆନ୍ଧ୍ର ଓ ମହାରାଷ୍ଟ୍ରରେ ଋଣ ଓ ଫସଲହାନୀ କାରଣରୁ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରି କ୍ଷତିପୂରଣ ବ୍ୟବସ୍ଥା କରିଥିବା ବେଳେ ନିଜ ଦୋଷକୁ ଘୋଡାଇବା ପାଇଁ ଚାଷୀ ପରିବାରଙ୍କୁ କାହିଁକି ସମସ୍ୟାକୁ ଠେଲି ଦେଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ୨୦୦୦ ମସିହା ବେଳକୁ ରାଜ୍ୟରେ ସମବାୟ ବିଭାଗର ପାଂଚ ଗୋଟି ସଚଳ ଓ ୧୨ ଗୋଟି ଅଚଳ ଶୀତଳ ଭଣ୍ଡାର ଥିଲା ଓ ଏବେ ପାଂଚ ଗୋଟି ସଚଳ ଓ ୧୩ ଗୋଟି ଶୀତଳ ଭଣ୍ଡାର ଅଚଳ ଥିବା ରାଜ୍ୟ ସରକାର ବିଧାନସଭାରେ ଦେଇଛନ୍ତି । ଦୀର୍ଘ ୧୮ ବର୍ଷ ଶାସନ ପରେ ମଧ୍ୟ କୃଷି ଉପôାଦନର ସଂରକ୍ଷଣ ବ୍ୟବସ୍ଥା ନ ହୋଇପାରିବାକୁ ଜନ ସମ୍ପର୍କ ଯାତ୍ରାରେ ସ୍ୱୀକାର କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି । (ପୃÂା: ୧/୨)

ବହୁଚର୍ଚିତ ଆଳୁ ମିଶନରେ ୨୦୧୭-୧୮ ସୁଦ୍ଧା ୧୧.୨୫ ଲକ୍ଷ ମେଟ୍ରିକ ଟନ ଆଳୁ ଉପôାଦନର ଲକ୍ଷ୍ୟ ଧ୍ୟାର୍ଯ୍ୟ କରା ଯାଇଥିଲା । ଗତ ବର୍ଷ ୨.୬୮ ଲକ୍ଷ ମେଟ୍ରିକ ଟନ ଆଳୁ ଉପôାଦନ ହୋଇଥିବା ବେଳେ ଶୀତଳ ଭଣ୍ଡାର ଅଭାବ କାରଣରୁ ଚାଷୀ ମାନେ ଅଭାବୀ ବିକ୍ରୀର ଶୀକାର ହୋଇଥିଲେ । କୃଷକ ଉପôାଦନକ୍ଷମ ଥିବା ବେଳେ ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ତିଆରି କରିବା ବିଫଳତା ଆଳୁ ମିଶନକୁ ବିଫଳ କରିଥିବା ବିଜେଡି ଜନ ସମ୍ପର୍କ ଯାତ୍ରାରେ ସ୍ୱୀକାର କରୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ଦୈନିକ ୧୦୩ ଲକ୍ଷ ଅଣ୍ଡାର ଆବଶ୍ୟକତା ରହିଥିବା ବେଳେ ରାଜ୍ୟରେ ମୋଟ ୬୪.୫ ଲକ୍ଷ ଅଣ୍ଡା ଉପôାଦନ ହେଉଥିବା ସରକାରୀ ତଥ୍ୟ ରହିଛି । ସେହିପରି ୩.୮୩ ଲକ୍ଷ ମେଟ୍ରିକ ଟନ ପିଆଜ ରାଜ୍ୟରେ ଆବଶ୍ୟକତା ଥିବା ବେଳେ ୦.୨୦ ଲକ୍ଷ ମେଟ୍ରିକ ଟନ ଉପôାଦନ ହେଉଛି । ରାଜ୍ୟରେ ବାର୍ଷିକ ଦୁଗ୍ଧ ଉପôାଦନ ୧୮୬୧ ହଜାର ଟନ ଯାହାକି ଜାତୀୟ ଉପôାଦନର ମାତ୍ର ଦୁଇ ପ୍ରତିଶତ । ମରୁଭୂମି ରାଜ୍ୟ ରାଜସ୍ଥାନ ଠାରୁ ଓଡିଶାରେ ଦୁଗ୍ଧତ୍ତଉପôାଦନ ହାର କମ ରହିଛି । ଦୀର୍ଘ ୧୮ ବର୍ଷ ଶାସନ ପରେ ମଧ୍ୟ ଅନ୍ୟ ରାଜ୍ୟ ଉପରେ ଏହି ସବୁ ମାମଲାରେ ନିର୍ଭର ପାଇଁ ବିଜେଡିର ଅପାରଗତା ଦାୟୀ ବୋଲି ଏହି ଜନ ସମ୍ପର୍କ ଯାତ୍ରାରେ ବିଜେଡି ସ୍ୱୀକାର କରୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା କାରଣରୁ କୃଷି କ୍ଷେତ୍ର ପାଇଁ ଆସୁଥିବା ପ୍ରଚୁର କେନ୍ଦ୍ରୀୟ ଅର୍ଥ ଖର୍ଚ ନ ହୋଇ କାହିଁକି ପଡି ରହୁଛି ତାହା ବିଜେଡି ଜନ ସମ୍ପର୍କ ଯାତ୍ରାରେ ସ୍ୱୀକାର କରୁ ବୋଲି ଶ୍ରୀ ମହାନ୍ତି ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାରେ ୨୦୧୫-୧୬ରେ ରାଜ୍ୟକୁ ୮.୩୫ କୋଟି ଟଙ୍କା ଜାରୀ କରାଯାଇଥିବା ବେଳେ ସେଥିରୁ କେବଳ ୩.୭୯ କୋଟି ଟଙ୍କା ଖର୍ଚ ହୋଇ ପାରିଛି । ସେହିପରି ୨୦୧୬-୧୭ରେ ରାଜ୍ୟକୁ ୧୦.୮୦ କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥ ଜାରୀ ହୋଇଥିବା ବେଳେ ସେଥିରୁ କେବଳ ୪.୮୪ କୋଟି ଟଙ୍କା ହି ଖର୍ଚ ହୋଇ ପାରିଛି । ଏହି ବାବଦରେ ୧୬.୨୧ କୋଟି ଟଙ୍କା ଖର୍ଚ ନ ହୋଇ ରାଜ୍ୟ ସରକାରଙ୍କ ପାଖରେ କାହିଁକି ପଡି ରହିଛି ତାର ଉତର ଦେବାକୁ ସେ ଆହ୍ୱାନ କରିଛନ୍ତି ।
ଓଡିଆ ଚାଷୀଙ୍କ ଦାରିଦ୍ର୍ୟ ପଛରେ ଜଳସେଚନ ନ ହେବା ହେଉଛି ପ୍ରମୁଖ କାରଣ । ୨୦୦୦ ମସିହାରେ ୨୫ ପ୍ରତିଶତ ଅଧିକ ଜମିକୁ ଜଳସେଚନ ସୁବିଧା ଦେବା, ୨୦୦୪ରେ ଆଉ ୨୫ ପ୍ରତିଶତ ଜମିକୁ, ୨୦୦୯ରେ ପ୍ରତି ବ୍ଲକର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଦେବା ଓ ୨୦୧୪ରେ ପାଂଚ ବର୍ଷ ମଧ୍ୟରେ ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଦେବାର ପ୍ରତିଶ୍ରୁତି ବନାମ ଆଜିର ଜଳସେଚନର ସ୍ଥିତି ସମ୍ପର୍କରେ ସ୍ପଷ୍ଟତା ରଖିବାକୁ ଶ୍ରୀ ମହାନ୍ତି ଆହ୍ୱାନ ଜଣାଇଛନ୍ତି ।
ବିଜୁ କୃଷକ ବିକାଶ ଯୋଜନାରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାରେ ଜଳ ସେଚନ ପାଇଁ ୫୭,୬୩୨ଟି ନଳକୂପ ଖନନ କାମ ଶେଷ ହୋଇଥିବା କଥା କହିଥିବା ବେଳେ ସେଥିରୁ ମାତ୍ର ୨୬ ହଜାର ୩୩୮ଟିରେ ବିଦ୍ୟୁତକରଣ ସମ୍ପୂର୍ଣ ହୋଇଥିଲା ବୋଲି ସ୍ୱୀକାର କରିଥିଲେ । ଏହା ଦ୍ୱାରା କିପରି ଜଳ ସେଚନ ସମ୍ଭବ ହେବ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ସବସିଡିରେ ଗଭୀର ନଳକୂପ ଖୋଳିବା ପାଇଁ ଚାଷୀମାନଙ୍କୁ ବ୍ୟବସ୍ଥା କରା ଯାଇଥିବା ବେଳେ ବିନା ପିସିରେ ଏହି ଯୋଜନାର ଲାଭ ଚାଷୀଙ୍କୁ ମିଳୁ ନାହିଁ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମିଖପାତ୍ର ଶ୍ରୀ ଦିଲୀପ ମହାନ୍ତି ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ଶ୍ରୀ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME