ଉକ୍ରଳ ସମ୍ମିଳନୀ ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଦିବସରେ ମାଲ୍ୟାର୍ପଣ

NEWS=GOPABANDHU DAS =JAYANTI2017=p

ଭୁବନେଶ୍ୱର ସ୍ଥିତ ଗୋପବନ୍ଧୁ ଛକରେ ଥିବା ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଉକôଳ ସମ୍ମିଳନୀ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ବରପୁତ୍ରଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉକ୍ରଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରିଥିବାବେଳେ କେନ୍ଦ୍ରୀୟ ସଭାପତି ଡ଼ ଗୁରୁ ପ୍ରସାଦ ମହାନ୍ତି ଅତିଥି ଭାବେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଉପ-ସଭାପତି ଅନନ୍ତ ଜେନା, ସାଧାରଣ ସଂପାଦକ ଅଦ୍ୱୈତ କୁମାର ପାତ୍ର, ଶାଖା ଉପ-ସଭାପତି ନିରାକାର ମହାଳିକ, ପରିଷଦ ସଦସ୍ୟ ଇଂ. ଶିବ ପ୍ରସାଦ ମିଶ, ଶଶାଙ୍କ ଶେଖର ଗଡ଼ନାୟକ, ଅକ୍ଷୟ କୁମାର ଜେଠୀ, ଅଶୋକ କୁମାର ପାଲଟାସିଂହ, ନନ୍ଦ କିଶୋର ସାମଲ ଓ ଆକୁଳି ସେଠୀ ଆଦି ବହୁ ସଦସ୍ୟ ଯୋଗଦେଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉପ-ସଭାପତି ଶୀତଳ ଚନ୍ଦ୍ର ମହାନ୍ତଙ୍କ ଧନ୍ୟବାଦ ଅର୍ପଣ ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା ।

Share in top social networks!
Powered By Indic IME