ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚ କାର୍ଯ୍ୟକାରିଣୀ ବୈଠକ

sc morcha
ବିଜେପି ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚାର ତୃତୀୟ କାର୍ଯକାରିଣୀ ବୈଠକ ଗତ କାଲି ରାଜ୍ୟ କାର୍ଯ୍ୟାଳୟ ଠାରେ ମୋର୍ଚ୍ଚାର ରାଜ୍ୟ ସଭାପତି ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇ ଯାଇଛି । ଏହି ବୈଠକକୁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କୋର କମିଟି ସଦସ୍ୟ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ମହାବୀର ପ୍ରସାଦ ଉଦ୍ଘାଟନ କରିଥିବା ବେଳେ ଓଡିଶା ରାଜ୍ୟ ବିଜେପିର ସଂଗଠନ ମହାମନ୍ତ୍ରୀ ଶ୍ରୀ ଶାରଦା ପ୍ରସାଦ ଶତପଥି ସମାରୋପ ଉତ୍ସବରେ ଉଦ୍ବୋଧନ ରଖିଥିଲେ । ଏହି କାର୍ଯ୍ୟ କାରିଣୀ ବୈଠକରେ ସଭାପତି ଶ୍ରୀ ଦାସଙ୍କ ସହିତ ଶ୍ରୀ ପାଶ୍ୱାନ, ଶ୍ରୀ ଶତପଥି , ରାଜ୍ୟ ସଂପାଦକ ଦିଲ୍ଲୀପ ମଲିକ, ପୂର୍ବତନ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ତଥା ବିଧାୟକ ଶ୍ରୀ ବାଇଧର ମଲ୍ଲିକ, ବିଜେପି ବାର୍ତ୍ତାର ମୁଖ୍ୟ ସଂପାଦକ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁଶାନ୍ତ ମଲ୍ଲିକ, ଶ୍ରୀ ଧରଣୀଧର ବେହେରା, ରାଷ୍ଟ୍ରୀୟ ଅନୁସୂଚିତ ଜାତି ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଶ୍ୱଜିତ୍ ତନ୍ତ୍ରୀ ଓ ଶ୍ରୀ ବସନ୍ତ ନାୟକ ମଞ୍ଚାସୀନ ଥିଲେ । ଶ୍ରୀ ସୁଶାନ୍ତ ମଲ୍ଲିକ ମଞ୍ଚ ସଞ୍ଚାଳନ କରିଥିବା ବେଳେ ରାଜ୍ୟ ଉପସଭାପତି ଶ୍ରୀ ଲିଙ୍ଗରାଜ ମହାନନ୍ଦ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରିଥିଲେ ଓ ରାଜ୍ୟ କୋଷାଧ୍ୟକ ଶ୍ରୀ ବୃନ୍ଦାବନ ଦାସ ଏହାକୁ ସମର୍ଥନ ଜଣାଇଥିଲେ ।
ଶ୍ରୀ ପାଶ୍ୱାନ ତାଙ୍କ ବକ୍ତବ୍ୟରେ ରାଜ୍ୟର ସବୁ ଜନଜାତିର ଭୋଟର ଭାଇ ଭଉଣୀମାନେ ଯେପରି ସଂଗଠିତ ହୋଇ ବିଜେପିକୁ ସମର୍ଥନ ଜଣାଇଥିଲେ । ସେଥିପାଇଁ ଆହ୍ୱାନ ଦେଇଥିବା ବେଳେ ଶ୍ରୀ ଦିଲୀପ ମଲ୍ଲିକ ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିଥିଲେ । ରାଜ୍ୟ ସଂଗଠନ ମହାମନ୍ତ୍ରୀ ମାର୍ଗଦର୍ଶନ ସହିତ ପ୍ରତ୍ୟେକ ମଣ୍ଡଳରେ କାର୍ଯ୍ୟକାରିଣୀ ବୈଠକ ନିୟମିତ କରିବାକୁ ନିଦେ୍ର୍ଧଶ ଦେଇଥିଲେ । ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦଢ କରିବାକୁ ଆହ୍ୱାନ ଦେଇଥିଲେ । ରାଜନୈତିକ ଚିଠା ପ୍ରସ୍ତାବରେ ରାଜ୍ୟରେ ଏବେ ମଧ୍ୟ ଅନୁସୂଚିତ ଜାତିର ଲୋକମାନେ ବାଛନ୍ଦର ଶିକାର ହେବା ସହିତ ପ୍ରକୃତ ନ୍ୟାୟ ପାଇବାରୁ ବଞ୍ଚôତ ହେଉଛନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କର ଆର୍ଥିକ ବିକାଶ ପାଇଁ କିଛି କରୁନାହାଁନ୍ତି ବୋଲି ଅଭିଯୋଗ ଆଣି କଡା ଭାଷାରେ ରାଜ୍ୟ ସରକାରଙ୍କ ଅପାରଗତା ଓ ଦଳିତ ବିରୋଧୀ ମନୋଭାବର ଦୃଢ ନିନ୍ଦା କରାଯାଇଥିଲା । ଅଧ୍ୟାପକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମିଶନ ୧୨୦ + କୁ ସମର୍ଥନ କରିବା ପାଇଁ ସମସ୍ତେ ଦୃଢ ସଂକଳ୍ପ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ଉପସଭାପତି ତଥା ପୂର୍ବତନ ବିଧାୟକ ଭାଗୀରଥି ସେଠି ଧନ୍ୟବାଦ ଦେବାପରେ ସଭାସାଙ୍ଗ ହୋଇଥିଲା ।

Share in top social networks!
Powered By Indic IME