ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର

ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର-୯ ‘ସେବା ଦିବସ’ ଉପଲକ୍ଷେ, ଆରଏସ୍ଏସ୍ର ସେବା ବିଭାଗ ଉକ୍ରଳ ବିପନ୍ନ ସହାୟତା ସମିତ(ଟଈଝଝ) ଆନୁକୂଲ୍ୟରେ ସମିତିର ମଞ୍ଚେଶ୍ୱରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ “ସେବା” ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁÂିତ ହୋଇଯାଇଛି । ଏହି ଶିବିରରେ ମୋଟ ୭୦ ୟୁନିଟରୁ ଉଦ୍ଧ୍ୱର୍ ରକ୍ତ ସଂଗୃହ କରାଯାଇଛି ବୋଲି ସମିତିର ମିଡଆ ସଂଯୋଜକ ଶ୍ରୀ ଗୋଲଖ ଚନ୍ଦ୍ର ଦାସ ପ୍ରକାଶ କରିଛନ୍ତି । ସମ ହସ୍ପିଟାଲର ହେମାଟଲୋଜୀ ପ୍ରଫେସର ଡା. ପ୍ରବୋଧ କୁମାର ଦାଶ ମୁଖ୍ୟ ଅତଥି ଭାବେ ଏବଂ ସମ୍ମାନିତ ଅତିଥି ଭାବରେ କ୍ୟାପିଟାଲ ବ୍ଲଡବ୍ୟାଙ୍କ ଅଫିସର ଡା. ଦେବାଶିଷ ମିଶ୍ର, ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଡା. ପ୍ରବୋଧ କୁମାର ଦାଶ ତାଙ୍କ ବକ୍ତବ୍ୟରେ ରକ୍ତଦାନ ଓ ତାହାର ଉପଯୋଗୀତା ବିଷୟରେ ଆଲୋକପାତ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଡା. ଦେବାଶିଷ ମିଶ୍ର ରକ୍ତଦାତାଙ୍କର କିଭଳି ସ୍ୱାସ୍ଥ୍ୟର ଉନ୍ନତି ହୁଏ ଏବଂ ସେହି ରକ୍ତ କିପରି ଅନ୍ୟ ଜୀବନକୁ ବଞ୍ଚାଇ ପାରେ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଶିବିରରେ ମୁଖ୍ୟବକ୍ତା ଭାବେ ଶ୍ରୀମାନ ସୀମାଞ୍ଚଳ ଖଟୁଆ ସେବା ଦିବସର ମହତ୍ୱ ଏବଂ ପ୍ରତିବ୍ୟକ୍ତି ସମାଜର ସେବା କଲେ ନିଶ୍ଚିତ ଭାବରେ ତାହା ସମାଜ ଉପରେ ତାର ପ୍ରଭାବ ପଡିବ ବୋଲି ମତବ୍ୟକ୍ତ କରିଥିଲେ । ଏ ଥିରେ ସମିତିର ସଭାପତି ଶ୍ରୀଯୁକ୍ତ ଅଭୟ କୁମାର ସାମନ୍ତରାୟ ସମିତି ଦ୍ୱାରା ଚାଲୁଥିବା ବିଭିନ୍ନ ପ୍ରକାର ସେବାକାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚସୀନ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ଶିବିରର ସଂଯୋଜନା କରିଥିଲେ ସୁଶ୍ରୁ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରର ପ୍ରାନ୍ତ ସଂଯୋଜନ ଶ୍ରୀ ରୁଦ୍ରନାରାୟଣ ମହାପାତ୍ର ।
ଏହି କାର୍ଯ୍ୟକ୍ରମରେ ସମିତିର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ମନସୁଖଲାଲ ସେଠିୟା, କୈଳାସ ଚନ୍ଦ୍ର ସେନାପତି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶାର ପୂର୍ବ ପ୍ରାନ୍ତର ସହ କାର୍ଯ୍ୟବାହ ଶ୍ରୀ ସୁଦର୍ଶନ ଦାସ, ପ୍ରାନ୍ତ ପ୍ରଚାରକ ଶ୍ରୀ ବିପିନ ପ୍ରସାଦ ନନ୍ଦ, ସହ ପ୍ରାନ୍ତ ପ୍ରଚାରକ ଶ୍ରୀ ସୃଷ୍ଟିଧର ବିଶ୍ୱାଳ, ସମେତ ଭୁବନେଶ୍ୱର ମହାନଗରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଶ୍ରୀ ଅଜୟ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Share in top social networks!