ମୁମ୍ବାଇରେ କଳିଙ୍ଗ ମହୋତ୍ସବ; “ଓଡ଼ିଶାର ସମୃଦ୍ଧିରେ ପ୍ରତ୍ୟେକ ଓଡ଼ିଆଙ୍କ ଭାଗୀଦାରି ରହିଛି’ :ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା

IMG-20171007-WA0086ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ସଂଘଟିତ ବିକାଶ ପ୍ରକ୍ରିୟାରେ ପ୍ରତିଟି ଓଡ଼ିଆଙ୍କର ଭାଗୀଦାରୀ ରହିଛି । ଓଡ଼ିଶାକୁ ଅଧ#କ ବିକଶିତ ଓ ସମୃଦ୍ଧ କରିବା ଦିଗରେ ପ୍ରବାସୀ ଓଡ଼ିଆମାନେ ସବୁମନ୍ତେ ପ୍ରୟାସ କରିବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଲୋକ ଚନ୍ଦ୍ର ପଣ୍ଡା ଉଲ୍ଲେଖ କରିଛନ୍ତି । ଗତକାଲି ମୁମ୍ବାଇସ୍ଥିତ ଅଣୁଶକ୍ତିନଗରଠାରେ ଭାବା ପରମାଣୁ ଗବେଷଣା ପ୍ରତିଷ୍ଠାନରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକମାନଙ୍କ ଦ୍ୱାରା ଆୟୋଜିତ “କଳିଙ୍ଗ ମହୋତ୍ସବ’ରେ ମୁଖ୍ୟଅତିଥ# ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ମର୍ମରେ ରାଜ୍ୟର ଅଗ୍ରଗତି ପାଇଁ ସମସ୍ତଙ୍କ ଶୁଭାଭିଳାଷ କାମନା କରିଛନ୍ତି ।

ଭାବା ପରମାଣୁ ଗବେଷଣା ପ୍ରତିଷ୍ଠାନ ଆୟୋଜିତ ଏହି ସମାରୋହରେ ଯୋଗଦେଇ ପ୍ରସିଦ୍ଧ ଲେଖ#କା ପଦ୍ମଭୂଷଣ ଡ. ପ୍ରତିଭା ରାୟ କହିଲେ ଯେ ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତଙ୍କ ଅବଦାନ ଆବଶ୍ୟକ । ଓଡ଼ିଆ ଭାଷାର ଜ୍ଞାନଭଣ୍ଡାରକୁ ସମୃଦ୍ଧ କରିବା ପାଇଁ ସମସ୍ତ ଓଡ଼ିଆ ଭାଷାପ୍ରେମୀଙ୍କ ଅବଦାନ ଦରକାର ବୋଲି ସେ କହିଥ#ଲେ । ପ୍ରତ୍ୟେକ ଓଡ଼ିଆ ନିଜେ ନିଜେ ଓଡ଼ିଆ ପୁସ୍ତକ କିଣି ପଢ଼ିବା ଅଭ୍ୟାସ କରିବାକୁ ସେ ପ୍ରସ୍ତାବ ଦେଇଥ#ଲେ । ପରବର୍ତ୍ତୀ ସମୟରେ ମନ୍ତ୍ରୀ ଶ୍ରୀ ପଣ୍ଡା ଭାବା ପରମାଣୁ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନଙ୍କ ସହ ଏକ ଅନୌପଚାରିକ ବନ୍ଧୁମିଳନରେ ଯୋଗଦେଇଥ#ଲେ । ସେମାନେ ଟାଟା ମେମୋରିଆଲ ହସ୍ପିଟାଲର
ଏକ ଶାଖା ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଦାବି କରିଥ#ଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରତିନିଧ#ମାନଙ୍କ ସହିତ ଭୁବନେଶ୍ୱରରେ ବର୍ଜ୍ୟବସ୍ତୁ ଓ ଜଳ ପରିଚାଳନା ବାବଦରେ ଆଲୋଚନା କରି ତାହାର ଏକ ସୁନିର୍ବାଚିତ ସମାଧାନ ନିମନ୍ତେ ପ୍ରବାସୀ ଓଡ଼ିଆଙ୍କ ସହଯୋଗ କାମନା କରିଥ#ଲେ । ଅଣୁଶକ୍ତିନଗରର ଓଡ଼ିଆ ସଂଘ ଏହି
ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥ#ଲେ ।

ଏହି ସଭାରେ ଅଣୁଶକ୍ତିନଗର ସାଂସ୍କୃତିକ ପରିଷଦର ସଭାପତି ଡ. ଏନ୍.କେ. ସାହୁ ଓ ସଂପାଦକ ଶ୍ୟାମପ୍ରସାଦ ତି୍ରପାଠୀ ଉପସ୍ଥିତ ରହି ସଂଘର କାର୍ଯ୍ୟକ୍ରମ ଓ ଆଭିମୁଖ୍ୟ ଉପରେ ସୂଚନା ଦେଇଥ#ଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ଅନୁଷ୍ଠାନସଂପୃକ୍ତ ବରିଷ୍ଠ ବୈଜ୍ଞାନିକମାନଙ୍କ ସହିତ ଅନ୍ୟ ଏକ ଆଲୋଚନାରେ ଯୋଗଦେଇ ଅନୁଷ୍ଠାନ, ପ୍ରବାସୀ ଓଡ଼ିଆମାନଙ୍କ କାର୍ଯ୍ୟକ୍ରମ ଓ ରାଜ୍ୟର ସମୃଦ୍ଧିରେ ସେମାନଙ୍କ ଅବଦାନ ଇତ୍ୟାଦି ପ୍ରସଙ୍ଗ ଉପରେ ମତବିନିମୟ କରିଥ#ଲେ ।

Share in top social networks!