ବିଜେଡିର ଜନ ସମ୍ପର୍କ ଯାତ୍ରାର ସପ୍ତମ ଦିନରେ ମହିଳା ଓ ଶିଶୁ ମାନଙ୍କ ସ୍ଥିତିକୁ ନେଇ ଘେରିଲା ବିଜେପିି ବିଜେଡି ନେତାଙ୍କ ଲାଭଖୋର ଲାଂଚୁଆ ପ୍ରବୃତି ମହିଳା ସଶକ୍ତିକରଣକୁ ଧକ୍କା : ବିଜେପି

 ଗରୀବ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଭେଜାଲ ଓ ନିମ୍ନମାନର ହେବା ହାଟରେ ପଡି ଦାଣ୍ଡରେ ଗଡୁଥିବା ବେଳେ ଏ ସମ୍ବନ୍ଧରେ ବିଜେଡି ନେତାମାନେ ପଦଯାତ୍ରା ସମୟରେ ସ୍ପଷ୍ଟୀକରଣ ଦିଅନ୍ତୁ
 ରାଜ୍ୟ ସରକାରଙ୍କ କୋହଳ ମଦ ନୀତି ଯୋଗୁଁ ମାଁ ଓ ଭଉଣୀମାନେ ଅସୁରକ୍ଷିତ ଏବଂ ବେସହାରା ହୋଇ ପଡିଛନ୍ତି
 ଅନ୍ୟ ରାଜ୍ୟରେ ଅଙ୍ଗନବାଡିକର୍ମୀଙ୍କୁ ସରକାରୀ ଚାକିରିଆର ମାନ୍ୟତା ଓ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଉଥିବା ବେଳେ ଅଙ୍ଗନବାଡିକର୍ମୀ ମାନଙ୍କୁ ପାଖାପାଖି ଖରା ବର୍ଷାରେ ପକାଇ ନିର୍ଯ୍ୟାତନା ଦେଉଛି ଓଡିଶା ସରକାର
 ଗାଁରେ କାହିଁକି ଆଙ୍ଗନବାଡି ବନ୍ଦ ଅଛି ରାଜ୍ୟର ମା ଭଉଣୀ ମାନଙ୍କୁ ବିଜେଡି ପଦଯାତ୍ରା ସମୟରେ ସ୍ପଷ୍ଟୀକରଣ ଦେଉ
 ଦିନକୁ ୨୭୩ ମହିଳା ସ୍ୱୟଂସହାୟକ ଗୋÂୀ ମୁହଁ ଫେରାଉଛନ୍ତି
 ପ୍ରତି ଏସଏଚଜି ଗ୍ରୁପରେ ୧୦ ସଦସ୍ୟ ହିସାବକୁ ନେଲେ ଦୈନିକ ୨୭୩୦ ଜଣ ମହିଳା ଛାଡୁଛନ୍ତି ନବୀନଙ୍କ ମିଶନ ଶକ୍ତି
 ରିହାତି ସୁଧରେ ଏସଏଚଜି ମାନଙ୍କୁ ଦିଆ ଯାଉଥିବା ଋଣ ଟଙ୍କା ସାହୁକାର ଭଳି ବ୍ୟବହାର ନେଇ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ସମ୍ବନ୍ଧରେ ସ୍ପଷ୍ଟୀକରଣ ରଖନ୍ତୁ ବିଜେଡି ନେତା
 ଅର୍ଥ ପ୍ରତିବନ୍ଧକ ନ ଥିବା ବେଳେ ୪୦ ହଜାର ୮୦୫ ଆଙ୍ଗନବାଡି କେନ୍ଦ୍ର ମାନଙ୍କର କାହିଁକି ହୋଇ ପାରି ନାହିଁ ନିଜସ୍ୱ ଗୃହର ବ୍ୟବସ୍ଥା, ଏହାର ଉତର ଦେଉ ବିଜେଡି
 ଗୁରୁତର ଅପପୁଷ୍ଟିର ଶୀକାର ଶିଶୁ ମାନଙ୍କର ସଂଖ୍ୟା ଅଧିକ ଥିଲେ ମଧ୍ୟ କାହିଁକି ସମସ୍ତେ ସାମିଲ ହୋଇ ନାହାନ୍ତି ପରିପୂରକ ପୁଷ୍ଟିକରଣ ଯୋଜନାରେ, ତାର ଉତର ରଖିବାକୁ ଦାବି
 ନିମ୍ନ ମାନର ଛତୁଆ ଓ ଟେକ ହୋମ ରାସନ ପଛରେ ବିଜେଡି ନେତା ଓ କର୍ମୀଙ୍କୁ ଠିକା ଦେବା ହେଉଛି କାରଣ ଅଭିଯୋଗର ସ୍ପଷ୍ଟୀକରଣ ଦେଉ ବିଜେଡି

pf 2

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାର ଅଷ୍ଟମ ଦିନରେ ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କର ଖରାପ ସ୍ଥିତି ବିଜେଡି ନେତାଙ୍କ ଲାଭଖୋର ଓ ଲାଂଚୁଆ ମନୋବୃତି ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବୋଲି ବିଜେପି ମହିଳା ମୋର୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ରାଜ୍ୟର ମହିଳା ସଶକ୍ତିକରଣ ପାଇଁ ଯୁଗାନ୍ତକାରୀ ମହିଳା ସ୍ୱୟଂ ସହାୟକ ଗୋÂୀର ସଂଖ୍ୟାରେ ଦୃତ ହ୍ରାସ ଓ ଗରୀବ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ଭେଜାଲ ଓ ନିମ୍ନ ମାନର ହେବା ହାଟରେ ପଡି ଦାଣ୍ଡରେ ଗଡୁଥିବା ବେଳେ ଏ ସମ୍ବନ୍ଧରେ ବିଜେଡି ନେତା ମାନେ ପଦଯାତ୍ରା ସମୟରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀମତୀ ପରିଡା ଦାବୀ କରିଛନ୍ତି ।
(ପୃÂା: ୧/୨)
ରାଜ୍ୟରେ ପ୍ରସୁତି ମହିଳା ମାନେ କାନ୍ଧରେ, ଭାରରେ ବେତା, ଟୋକେଇରେ ଡାକ୍ତରଖାନା ବୁହା ହେଉଛନ୍ତି । ଖୋଲା ଆକାଶ ତଳେ ମା ମାଉସୀ ମାନେ ପ୍ରସବ କରୁଥିବା ଘଟଣାରେ ସମ୍ପୂର୍ଣ ଓଡିଆ ଜାତିର ମୁହଁ ଲଜ୍ଜାରେ ପୋତି ହୋଇ ପଡୁଥିବା ବେଳେ ୧୮ ବର୍ଷ ଶାସନରେ କାହିଁକି ମହିଳାଙ୍କ ଏହି ସମ୍ମାନର ପ୍ରସଙ୍ଗକୁ ନବୀନ ବାବୁଙ୍କ ସରକାର ସମାଧାନ କରିବାରେ ବିଫଳ ହୋଇଛନ୍ତି ଏ ସମ୍ପର୍କରେ ପଦଯାତ୍ରାରେ ବିଜେଡି ସଫେଇ ରଖୁ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।
ରାଜସ୍ୱ ଆଳରେ ବିଜେଡି ସରକାର ଗାଁ ଗାଁରେ ନୂତନ ମଦ ଦୋକାନ ଖୋଲି ମଦର ବନ୍ୟା ପରିସ୍ଥିତି ସୃଷ୍ଟି କରିବା କାରଣରୁ ରାଜ୍ୟର ଯୁବପିଢି ଆଜି ପଥଭ୍ରଷ୍ଟ ହୋଇ ହିଂସାକାଣ୍ଡ ଭିଆଉଛନ୍ତି । ମଦ ପାଇଁ ଘରେ ଘରେ ହିଂସାକାଣ୍ଡ ହେବାର ଦୃଶ୍ୟ ପ୍ରତିଦିନ ଗଣମାଧ୍ୟମରେ ପ୍ରଦର୍ଶିତ ହେଉଛି । ମାତ୍ର ମଦବିକ୍ରି ରୋକ ପାଇଁ କୋହଳ ମନୋଭାବ ପୋଷଣ କରୁଥିବା ସମ୍ବେଦନହୀନ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ନଦେଇ ରାଜ୍ୟର ଅଗଣିତ ମାଁ ଏବଂ ଭଉଣୀମାନଙ୍କୁ ଅସୁରକ୍ଷିତ, ବେସାହାର କରି ଦେଉଛନ୍ତି ବୋଲି ଶ୍ରୀମତୀ ପରିଡା ଅସନ୍ତୋଷ ପ୍ରକାଶ କରି କହିଛନ୍ତି ।
ରାଜ୍ୟରେ ଗାଁ ଗଣ୍ଡାର ଗରୀବ, ମହିଳା ଶିଶୁଙ୍କ ଯତ୍ନ ନେଉଥିବା ଅଙ୍ଗନବାଡି କର୍ମୀଙ୍କୁ ଦେଶର ବିଭିନ୍ନ ରାଜ୍ୟ ସରକାର ସରକାରୀ ଚାକିରିଆର ମାନ୍ୟତା ଓ ଆନୁଷଙ୍ଗିକ ସୁବିଧା ପ୍ରଦାନ କରୁଥିବା ବେଳେ ଓଡିଶା ସରକାର ଏହି ମା ଭଉଣୀ ମାନଙ୍କୁ ମାସେ ପାଖା ପାଖି ଖରା ବର୍ଷାରେ ପକାଇ ନିର୍ଯ୍ୟାତନା ଦେଉଛି ବୋଲି ସେ ଅଭିଯେ୍ଧଜ୍ଞ କରିଛନ୍ତି । ଗାଁରେ କାହିଁକି ଆଙ୍ଗନବାଡି ବନ୍ଦ ଅଛି ରାଜ୍ୟର ମା ଭଉଣୀ ମାନଙ୍କୁ ବିଜେଡି ପଦଯାତ୍ରା ସମୟରେ ସ୍ପଷ୍ଟୀକରଣ ଦେଉ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।
ଶ୍ରୀମତୀ ପରିଡା କହିଛନ୍ତି ଯେ ୨୦୧୫ରେ ରାଜ୍ୟରେ ୫ ଲ କ୍ଷ ୬୩ ହଜାର ୩୩୮ ସ୍ୱୟଂ ସହାୟକ ଗୋÂୀ ଥିବା ବେଳେ ମାର୍ଚ, ୨୦୧୭ରେ ଏହି ସଂଖ୍ୟା ହ୍ରାସ ପାଇ ୩ ଲକ୍ଷ ୭ ହଜାର ୪୮୦ରେ ପହଂଚିଥିବା ରାଜ୍ୟ ସରକାର ସ୍ୱୀକାର କରିଛନ୍ତି । ଯଦି ଏହାକୁ ହିସାବକୁ ନିଆଯାଏ ଦିନକୁ ୨୭୩ ମହିଳା ସ୍ୱୟଂସହାୟକ ଗୋÂୀ ମୁହଁ ଫେରାଉଛନ୍ତି । ପ୍ରତି ଏସଏଚଜି ଗ୍ରୁପରେ ୧୦ ସଦସ୍ୟ ହିସାବକୁ ନେଲେ ଦୈନିକ ୨୭୩୦ ଜଣ ମହିଳା ଛାଡୁଛନ୍ତି ନବୀନଙ୍କ ମିଶନ ଶକ୍ତି । ଏହା ମିଶନ ଶକ୍ତି ରାଜ୍ୟର ମହିଳା ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବଡ ଦାବି ସମ୍ପୂର୍ଣ ଭୁଲ ବୋଲି ପ୍ରମାଣିତ କରୁଛି କି ନାହିଁ ତାର ଉତର ବିଜେଡି ନେତା ମାନେ ଜନ ସଂପର୍କ ଯାତ୍ରାରେ ଦେବାକୁ ଶ୍ରୀମତୀ ପରିଡା ଆହ୍ୱାନ ଦେଇଛନ୍ତି ।
ଶ୍ରୀମତୀ ପରିଡା କହିଛନ୍ତି ସ୍ୱୟଂ ସହାୟକ ଗୋÂୀ ମାନେ ନେଉଥିବା ରିହାତି ଯୁକ୍ତ ଋଣ କୁ ବ୍ୟବସାୟ ଓ ଉପôାଦନରେ ବିନିଯୋଗ ନ କରି ସାମାଜିକ କାମରେ ଋଣ ଭାବରେ ବ୍ୟବହାର କରୁଥିବା ଓ ଏଥି ପାଇଁ ବିଭିନ୍ନ ମହିଳା ଗୋÂୀ ଓ ଋଣ ଗ୍ରହୀତାଙ୍କ ମଧ୍ୟରେ ବାଦ ବିବାଦ ଓ ସଂଘର୍ଷ ଥାନାରେ ପହଂଚିବାର ରାଜ୍ୟର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଚାଷୀ ଆତ୍ମହତ୍ୟା ପଛରେ ସ୍ୱୟଂ ସହାୟକ ଗୋÂୀ ମାନେ ସେମାନଙ୍କ ଅର୍ଥକୁ ଚଢା ସୁଧରେ ଋଣ ଦେବାର ରିପୋର୍ଟ ମଧ୍ୟ ବିତର୍କିତ ହୋଇଛି । ରିହାତିଯୁକ୍ତ ଋଣ ବିଜେଡି ନେତାଙ୍କ ଦଳୀୟ ଆଧାରରେ ବଂଟନ ଓ ଲାଭଖୋର ମନୋବୃତି ଯୋଗୁ ମହିଳା ସଶକ୍ତିକରଣ ସମ୍ପୂର୍ଣ ବିଫଳ ହୋଇଛି ବୋଲି ପଦଯାତ୍ରା ସମୟରେ ବିଜେଡି ନେତା ମାନେ ସ୍ୱୀକାର କରନ୍ତୁ ବୋଲି ଶ୍ରୀମତୀ ପରିଡା ଦାବି କରିଛନ୍ତି ।
ସେହିପରି ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ମଧ୍ୟରେ ଅପପୁଷ୍ଟି ଏକ ବଡ ସମସ୍ୟା ଭାବରେ ଦେଖା ଦେଇଛି । ରାଜ୍ୟ ସରକାର ରାଜ୍ୟରେ ୪୫ ହଜାର ୫୩୬ ଗୁରୁତର ଭାବେ ଅପପୁଷ୍ଟିର ଶୀକାର ଶିଶୁ ଚିହ୍ନଟ କରିଥିବା ବେଳେ ରାଜ୍ୟ ସରକାର ଏହି ସଂଖ୍ୟାରୁ ୩୮ ହଜାର ୫୬୪ ଜଣଙ୍କୁ ପରିପୂରକ ପୁଷ୍ଟିକରଣ ଯୋଜନାରେ ସାମିଲ କରିଥିବା ବେଳେ ଅବଶିଷ୍ଟଙ୍କୁ କାହିଁକି ସୁବିଧା ଦେଇ ନାହାନ୍ତି ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ୭୨ ହଜାର ୫୮୭ ମଂଜୁରୀ ପ୍ରାପ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୪୦ ହଜାର ୮୦୫ ନିଜସ୍ୱ ଗୃହ ନାହିଁ । ଏଥି ପାଇଁ କେନ୍ଦ୍ର ସରକାରଙ୍କର ସାଧାରଣ ବ୍ୟବସ୍ଥା ସହ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅତିରିକ୍ତ ବ୍ୟବସ୍ଥା କରୁଥିଲେ ମଧ୍ୟ ଅଙ୍ଗନବାଡିର ଭିତିଭୂମି ସଜାଡିବାରେ ରାଜ୍ୟ ସରକାର କାହିଁକି ବିଫଳ ବୋଲି ଶ୍ରୀମତୀ ପରିଡା ପ୍ପଶ୍ନ କରିଛନ୍ତି ।
ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ବିଶେଷ ଭାବରେ ଟେକ ହୋମ ରାସନ ବାବଦରେ ପ୍ରଚୁର କେନ୍ଦ୍ରୀୟ ଅର୍ଥ ଉପଲବ୍ଧ ଥିବା ବେଳେ ଶାସକ ଦଳର ଦଳୀୟ କର୍ମୀ ମାନଙ୍କୁ ଏହାର ଠିକା ଦେଇ ନିମ୍ନ ମାନର ଛତୁଆ ଯୋଗାଇ ଦେବା କାରଣରୁ ଓଡିଶାର ଗରୀବ ପିଲା ମାନଙ୍କୁ ଅପପୃଷ୍ଟିର ସାମନା କରିବାରେ ବିଫଳତା କାରଣ ନା ନାହିଁ ବୋଲି ଶ୍ରୀମତୀ ପରିଡା ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି, ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME