ଜନ ସଂପର୍କ ପଦଯାତ୍ରାର ପଂଚମ ଦିନରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ବିଜେଡିକୁ ଟାର୍ଗେଟ କଲା ବିଜେପିି ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ

• ଗତ ୧୮ ବର୍ଷର ଲଗାତାର ଶାସନ ପରେ ମଧ୍ୟ ରାଜ୍ୟରେ ୧୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ କାହିଁକି ନାହିଁ?
• ରାଜ୍ୟରେ ପ୍ରସୁତି ମହିଳା ମାନେ ଅଟୋରେ, ଖଟରେ, ବେତା- ଟୋକେଇରେ ବୁହା ହେଉଛନ୍ତି ଓ ଖୋଲା ଆକାଶ ତଳେ ପ୍ରସବ କରିବାକୁ ବାଧ୍ୟ ହେଉଛନ୍ତି
• ନିରାମୟ ଯୋଜନା ଡାକ୍ତରଖାନା ମାନଙ୍କରେ ୫ ଶହରୁ ଉର୍ଧ ପ୍ରକାରର ଔଷଧ ମଧ୍ୟରୁ ହାତ ଗଣତି କେତୋଟି ଔଷଧ ମିଳୁଛି
• ରାଜ୍ୟରେ ୫୨୯୮ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ
• ରାଜ୍ୟରେ ମାତ୍ର ୧୨ ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟରେ ଆଇସିୟୁ ଚିକିସ୍ତ୍ରା ସୁବିଧା ଥିବା ବେଳେ ବାକି ୧୮ ଜିଲ୍ଲାରେ କେବେ ଏହି ସୁବିଧା ମିଳିବ ?
• ଜାପାନିଜ ଏନସେଫାଲାଇଟିସ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ଆଜି ଦିନରେ ମୋଟ ୧୦୯ ମଜୁଂରୀ ପ୍ରାପ୍ତ ଡାକ୍ତର ପଦବୀରୁ ୫୮ଟି ପଦବୀ ଖାଲି
• ଋାଜ୍ୟରେ ୮୭% ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତ. ୫୭% ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି
• ଋାଜ୍ୟର ୨୫% ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି
• ୪୬୮୨ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୧୦୧୬ଟି ପଦବୀ ଖାଲି
• ଆୟୁଷ ଡାକ୍ତର ମାନେ ଗ୍ରାମ୍ୟ ଅଂଚଳରେ ସ୍ୱାସ୍ଥ୍ୟ ସେବାର ମଙ୍ଗଧରିଥିବା ବେଳେ ସେମାନଙ୍କୁ ଏଲୋପ୍ୟାଥିକ ଡାକ୍ତରଙ୍କ ପରି ଦରମା ଓ ଅନ୍ୟାନ୍ୟ ସୁବିଧା କାହିଁକି ଦିଆ ଯାଉ ନାହିଁ ?
• ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାର ପ୍ରାଥମିକ ଦାୟିତ୍ୱ ଆଶାକର୍ମୀ ମାନଙ୍କ ଉପରେ ଥିବା ବେଳେ ସେମାନଙ୍କୁ ମାନଦେୟ ବଢାଇବା ସହ ଉନ୍ନତ ମାନର ଆନୁଷଙ୍ଗିକ ସୁବିଧା ଯୋଗାଉ ନ ଥିବାର କାରଣ ସ୍ପଷ୍ଟ କରିବାକୁ ଦାବି

pc f1

ବିଜୁ ଜନତା ଦଳର ଜନ ସଂପର୍କ ପଦଯାତ୍ରାର ପଂଚମ ଦିନରେ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ନେଇ ବିଜେଡିକୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟୀ । ଗତ ୧୮ ବର୍ଷର ଲଗାତାର ଶାସନ ପରେ ମଧ୍ୟ ରାଜ୍ୟରେ ୧୧୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ କାହିଁକି ନାହିଁ ? ୧୭୮ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଇପ ପାଣି ସଂଯୋଗ କାହିଁକି ନାହିଁ ? ଭାତ ହାଣ୍ଡିରୁ ଗୋଟିଏ ଚିପିବା ପରି ରାଜ୍ୟର ସ୍ୱାସ୍ଥ୍ୟ ସେବାର ଦୟନୀୟ ସ୍ଥିତିକୁ ସ୍ପଷ୍ଟ କରୁଛି ବୋଲି ବିଜେପି କହିଛି । ରାଜ୍ୟର ଏପରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ବିଜେଡି ତାର ଜନ ସଂପର୍କ ଯାତ୍ରାରେ ଲୋକ ମାନଙ୍କୁ ଦେଉ ବୋଲି ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଜ୍ଜନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
ଆଇପିଚଏସ ନିୟମ ଅନୁସାରେ ପ୍ରତି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବିଦୁ୍ୟତ ସଂଯୋଗ ଓ ୨୪ ଘଂଟା ପାଣିର ସୁବିଧା ନିହାତି ଆବଶ୍ୟକ ଥିବା ବେଳେ ଏତେ ସଂଖ୍ୟାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ଓ ପାଣି ସଂଯୋଗ ହୋଇପାରି ନ ଥିବା ନବୀନ ପଟ୍ଟନାୟକ ସରକାରଙ୍କର ସ୍ଥାଣୁତା ଓ ଅପାରଗତାର ପ୍ରମାଣ ନୁହେଁ କି ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ପ୍ରସୁତି ମହିଳା ମାନେ ଅଟୋରେ, ଖଟରେ, ବେତା- ଟୋକେଇରେ ବୁହା ହେଉଛନ୍ତି ଓ ଖୋଲା ଆକାଶ ତଳେ ପ୍ରସବ କରିବାକୁ ବାଧ୍ୟ ହେଉଛନ୍ତି । ଗଣମାଧ୍ୟମରେ ଏପରି ଅଭାବନୀୟ ଘଟଣା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସ୍ଥିତିକୁ ସ୍ପଷ୍ଟ କରୁଥିବା ବେଳେ ଜନ ସଂପର୍କ ଯାତ୍ରା ସମୟରେ ଲୋକ ଭୋଗୁ ଥିବା କଷ୍ଟର କଣ ଜବାବ ଅଛି ଏହା ସ୍ପଷ୍ଟ କରିବାକୁ ଶ୍ରୀ ଶର୍ମା ଦାବି କରିଛନ୍ତି । ସମସ୍ତଙ୍କୁ ମାଗଣା ଔଷଧ ଯୋଗାଇବା ପାଇଁ ନିରାମୟ ଯୋଜନା ଡାକ୍ତରଖାନା ମାନଙ୍କରେ ୫ ଶହରୁ ଉର୍ଧ ପ୍ରକାରର ଔଷଧ ମଧ୍ୟରୁ ହାତ ଗଣତି କେତୋଟି ଔଷଧ ମିଳୁଥିବା କାରଣରୁ ସାଧାରଣ ଗରୀବ ରୋଗୀ ସରକାରୀ ଯୋଜନାର ସୁଫଳରୁ ବଂଚିତ ହେଉଛନ୍ତି । ଯୋଜନାର ବିଫଳତା ନେଇ ଲୋକ ମାନେ ପଚାରୁଥିବା ପ୍ରଶ୍ନର ଉତର ଜନସମ୍ପର୍କ ଯାତ୍ରାରେ ଦେବା ପାଇଁ ସେ ଦାବି କରିଛନ୍ତି ।
ରାଜ୍ୟରେ ୫୨୯୮ଟି ଉପକେନ୍ଦ୍ରରୁ ୧୨୩୯ଟି ଉପକେନ୍ଦ୍ରର ନିଜସ୍ୱ ଘର ନଥିବା ସରକାର ବିଧାନ ସଭାରେ ସ୍ୱୀକାର କରିଛନ୍ତି । ସେହିପରି ରାଜ୍ୟରେ ମାତ୍ର ୧୨ ଜିଲ୍ଲା ମୁଖ୍ୟ ଚିକିସ୍ତ୍ରାଳୟରେ ଆଇସିୟୁ ଚିକିସ୍ତ୍ରା ସୁବିଧା ଥିବା ବେଳେ ବାକି ୧୮ ଜିଲ୍ଲାରେ କେବେ ଏହି ସୁବିଧା ମିଳିବ ଏହାର ଉତର ବିଜେଡି ଜନ ସଂପର୍କ ଯାତ୍ରାରେ ରାଜ୍ୟର ଜନ ସାଧାରଣକୁ ଦେଉ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଜାପାନିଜ ଏନସେଫାଲାଇଟିସ ରୋଗରେ ଜର୍ଜରିତ ମାଲକାନଗିରିରେ ଆଜିବି ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିପାରିଲାନହିଁ । ଜିଲ୍ଲାରେ ମୋଟ ୧୦୯ ମଜୁଂରୀ ପ୍ରାପ୍ତ ଡାକ୍ତର ପଦବୀରୁ ୫୮ଟି ପଦବୀ ଖାଲି ପଡିଥିବା ଏହାର ପ୍ରମାଣ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଓଡ଼ିଶାରେ ପ୍ରତି ଏକ ଲକ୍ଷ ଲୋକରେ ୯.୬୬ ଡାକ୍ତର ଅଛନ୍ତି । ଯାହାକି ଜାତୀୟ ହାରଠାରୁ ଢେ଼ର କମ୍ । ରାଜ୍ୟରେ ପ୍ରତି ୧୦୦୦୦ ଲୋକଙ୍କ ପାଇଁ ୪ରୁ କମ୍ ବେଡ଼୍ ଅଛି ଯାହାକି ଅତି କମ୍ରେ ୧୦ ହେବା କଥା ବୋଲି ସେ କହିଛନ୍ତି । ଦୀର୍ଘ ୧୮ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ସ୍ଥିତି ଏପରି କାହିଁକି ରହିଛି ତାହାର ଉତର ବିଜେଡି ଜନ ସମ୍ପର୍କ ଯାତ୍ରାରେ ଦେଉ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ଭାରତୀୟ ଜନସ୍ୱାସ୍ଥ୍ୟ ସେବା ମାନଙ୍କ ଅନୁସାରେ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଅତି କମ୍ରେ ଜଣେ ଡାକ୍ତର, ଚାରିଜଣ ବିଶେଷଜ୍ଞ, ଗୋଟିଏ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଆବଶ୍ୟକ । ମାତ୍ର ଓଡ଼ିଶାର ଚିତ୍ର ଅତି ନୈରାଶ୍ୟଜନକ ବୋଲି ସେ କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ଏବେ ଓଡ଼ିଶାରେ ୮୭% ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି । ୫୭% ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି । ୨୫% ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲି ଅଛି । ଏତେ ସଂଖ୍ୟକ ପଦବୀ ଖାଲି ଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ତାହା ସହଜରେ ଅନୁମେୟ ବୋଲି ସେ କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ରାଜ୍ୟରେ ବର୍ତମାନ ୪୬୮୨ଟି ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୩୮୨୬ଟି ପଦବୀରେ ଡାକ୍ତର ଅଛନ୍ତି । ୧୦୧୬ଟି ପଦବୀ ଖାଲି ଅଛି । ଏହାତ ସରକାରୀ ହିସାବ, କିନ୍ତୁ ନିଯୁକ୍ତି ପାଇଥିବା କେତେ ଡାକ୍ତର ଯେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି ତାର ହିସାବ ସରକାରଙ୍କ ପାଖେ ନାହିଁ, ତାହା କେବଳ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ଦେଖିଲେ ସହଜରେ ଜାଣି ହେଉଛି ବୋଲି ସେ କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ଆଇପିଚଏସ ନିୟମ ଅନୁସାରେ ରାଜ୍ୟରେ ଲୋକ ସଂଖ୍ୟା ଦୃଷ୍ଟିରୁ ୬୩୧୫ ଜଣ ଡାକ୍ତରଙ୍କ ଆବଶ୍ୟକ ଅଛି, କିନ୍ତୁ ସରକାରୀ ମଂଜୁରୀପ୍ରାପ୍ତ ଡାକ୍ତର ପଦବୀ ୪୬୮୨ଟି, ସେଥିରୁ ପୂରଣ ହୋଇଛି ମାତ୍ର ୩୮୨୬ ଟି । ଆଇପିଚଏସ ନିୟମ ଅନୁସାରେ ରାଜ୍ୟରେ ୨୪୮୯ ଡାକ୍ତରଙ୍କ ଅଭାବ ରାଜ୍ୟରେ ଅଛି ।
ରାଜ୍ୟରେ ଏଲୋପ୍ୟାଥିକ ଡାକ୍ତର ମାନଙ୍କର ଘୋର ଅଭାବ କାରଣରୁ ଗ୍ରାମାଂଚଳର ସ୍ୱାସ୍ଥ୍ୟ ସେବା ପରିଚାଳନାରେ ଆୟୁଷ ଡାକ୍ତର ମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଛି । ତେବେ ସେମାନେ ତାଙ୍କର ନ୍ୟାଯ୍ୟ ଦାବି ପୂରଣ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନେ୍ଦାଳନ କରୁଥିବା ବେଳେ ତାଙ୍କ ଦାବି ପୂରଣ କରିବା ପରିବର୍ତେ ତାଙ୍କୁ ସରକାର କାହିଁକି ଜେଲରେ ପୂରାଇଥିଲେ ବୋଲି ଶ୍ରୀ ଶର୍ମା ପ୍ରଶ୍ନ କରିଛନ୍ତି ।
ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବାର ପ୍ରାଥମିକ ଦାୟିତ୍ୱ ଆଶାକର୍ମୀ ମାନଙ୍କ ଉପରେ ଥିବା ବେଳେ ସେମାନଙ୍କୁ ମାନଦେୟ ବଢାଇବା ସହ ଉନ୍ନତ ମାନର ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ସରକାର ବିଚାର କରୁଛନ୍ତି କି ନାହିଁ ଜନ ସଂପର୍କ ଯାତ୍ରାରେ ତାହା ସ୍ପଷ୍ଟ କରିବାକୁ ଶ୍ରୀ ଶର୍ମା କହିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ ଭାରତୀୟ ଜନ ସ୍ୱାସ୍ଥ୍ୟ ସେବା ମାନଙ୍କ (ଆଇପିଏଚଏସ) ଅନୁସାରେ ଓଡ଼ିଶାରେ ଆହୁରି ୧୬୭୧ଟି ଉପକେନ୍ଦ୍ର, ୧୭୦ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୨୦ଟି ମଲ୍ଟିସ୍ପେସାଲିଷ୍ଟ ଡାକ୍ତରଖାନା ର ଆବଶ୍ୟକତା ଅଛି । ସେ କହିଛନ୍ତି ଯେ ରାଜ୍ୟରେ ଥିବା ୩ଟି ପ୍ରମୁଖ ଏଲୋପ୍ୟାଥିକ ସରକାରୀ ମେଡିକାଲ କଲେଜ (କଟକ, ବ୍ରହ୍ମପୁର ଏବଂ ବୁର୍ଲା ) ରେ ବର୍ତମାନ ୨୧୦ଟି ଶିକ୍ଷକ ପଦବୀ ଖାଲି ପଡିଛି । ସମୁଦାୟ ୫୧୨ଟି ଶିକ୍ଷକ ପଦବୀରୁ ୩୦୨ଟି ପଦବୀ ପୁରଣ ହୋଇଛି ।
ଶ୍ରୀ ଶର୍ମା କହିଛନ୍ତି ଯେ କଟକ ଶିଶୁ ଭବନର ଅବସ୍ଥା ପୁରା ସାଂଘାତିକ । ୩୪ଟି ଡାକ୍ତର ପଦବୀ ଏବଂ ୬୫ଟି ଅଣ ଡାକ୍ତର ପଦବୀ ସେଠାରେ ଖାଲି ପଡିଛି । ଏହାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ଶର୍ମା ଦାବି କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିଜପି ମୁଖପାତ୍ର ଶ୍ରୀ ଦିଲିପ ମହାନ୍ତି ଓ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଠାକୁର ରଂଜିତଦାସ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME