ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିଜୁ ଜନତା ଦଳର ଛାମୁଆ କର୍ମୀ ସହିତ ଆଲୋଚନା

DSC_0170
ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ୍‍, ବରପାଲି, ବିଜେପୁର ବ୍ଲକର ଶତାଧିକ ବିଜୁ ଜନତା ଦଳର ଛାମୁଆ କର୍ମୀ ଓ ନେତା ଦଳର ପୂର୍ବତନ ଜିଲ୍ଲା ସଭାପତି ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତିଙ୍କ ସହିତ ଦଳୀୟ କାର୍ଯ୍ୟାଳୟ ଠାରେ
ଆଲୋଚନା କରି ବିଜେଡି ପ୍ରାର୍ଥୀନୀ ରୀତା ସାହୁଙ୍କୁ ଆଗାମୀ ଉପ-ନିର୍ବାଚନରେ ବିଜୟ ସୁନିଶ୍ଚିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମସ୍ତ କର୍ମୀ ସମର୍ଥନ ଦେଇଥିଲେ । ଶ୍ରୀ ମିଶ୍ର ଦୃଢେ଼ାକ୍ତି ପ୍ରକାଶ କରିଥିଲେ ଯେ ଏ ଲଢେ଼ଇ ବିଜୁ ଜନତା ଦଳର ସ୍ୱାଭିମାନ ପାଇଁ ଏବଂ ସବୁ ପ୍ରକାର ଶକ୍ତି ଓ ପ୍ରାଣ ଦେଇ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିଜେ ଉଦ୍ୟମ କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ସମସ୍ତ କର୍ମୀ ଓ ନେତାଙ୍କୁ ସ୍ୱାଗତ କରିବା ସହିତ କହିଥିଲେ ଯେ, ଆପଣମାନେ ହେଉଛନ୍ତି ବିଜୁ ଜନତା ଦଳର ଶକ୍ତି ।

ଆପଣମାନଙ୍କୁ ନେଇ ବିଜୁ ଜନତା ଦଳ ଆଗକୁ ଯାଇଛି । ଓଡ଼ିଶାର ଲୋକମାନଙ୍କର ସେବା କରିବା ପାଇଁ ବିଜୁ ଜନତା ଦଳ ଯେଉଁ କାର୍ଯ୍ୟ କରିଆସୁଛି, ସେଥିରେ ଆପଣଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଆପଣମାନଙ୍କର ପରିଶ୍ରମ, ନିÂା ଓ ଆନ୍ତରିକତା ଫଳରେ ବିଜୁ ଜନତା ଦଳ ଆଜି ସାରା ଓଡ଼ିଶାରେ ସବୁ ଲୋକଙ୍କର ବିଶ୍ୱାସଭାଜନ ହୋଇପାରିଛି । ଏହି ଧାରାକୁ ଆମକୁ ଆଗକୁ ନେବାକୁ ପଡିବ । ଓଡ଼ିଶା ତଥା ବିଜେପୁରବାସୀଙ୍କର ସେବା କରିବା ଆମର ଦାୟିତ୍ୱ । ବର୍ତ୍ତମାନ ବିଜେପୁର
ଉପନିର୍ବାଚନ ହେବାକୁ ଯାଉଛି । ଏହି ଉପନିର୍ବାଚନରେ ବିଜେଡିର ବିଜୟ ଆପଣମାନଙ୍କ କଷ୍ଟ ଓ ପରିଶ୍ରମରେ ସମ୍ଭବ ହେବ । ବର୍ତ୍ତମାନ ସମୟରେ ଆପଣମାନେ ସଂଗଠନକୁ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେବା ଉଚିତ୍‍ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ ।
ବିଜେପୁରର ନେତୃମଣ୍ଡଳୀ ସଭାପତିଙ୍କ ନିଷ୍ପତ୍ତି ଅନୁଯାୟୀ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇ ଆଗାମୀ ଦିନରେ ଦୃଢ଼ ସଂକଳ୍ପବଦ୍ଧ ହୋଇ କାମ କରିବେ ବୋଲି ଜୟକୃଷ୍ଣ ଦଣ୍ଡସେନା, ନରସିଂହ ପୂଜାରୀ, କିଶୋର ଦେବତା କହିଥିଲେ । ଏହି ଆଲୋଚନା ବୈଠକରେ ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଳିକ, ମନ୍ତ୍ରୀ ପ୍ରତାପ ଜେନା, ଦଳର ସାଧାରଣ ସଂପାଦକ ତଥା ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା, ରାଜ୍ୟ ସଂପାଦକ ବିଜୟ ନାୟକ, ସୌଭାଗ୍ୟ
ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା ନାରଦ ବରିହା, ମାଳତୀ ସାହୁ, ପୂର୍ବତନ ବ୍ଲକ ସଭାପତି ଧୀରଜ ପ୍ରଧାନ, କମଳା ପ୍ରଧାନ, ବିଜେପୁର ବ୍ଲକ ସଭାପତି ରାଧେଶ୍ୱାମ ମହାପାତ୍ର, ଲଳିତ ପାଢ଼ୀ, ରାଜ୍ୟ ଯୁବ ସଂପାଦକ ପ୍ରଦୀପ ବିଶୋୟୀ ପ୍ରମୁଖ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।