ଗଣତନ୍ତ୍ର, ସମ୍ବିଧାନ, ବ୍ୟକ୍ତି ସ୍ୱାଧୀନତା ତଥା ଭିନ୍ନ ମତ ଉପରେ ଆକ୍ରମଣ ଓ ହତ୍ୟା ରାଜନୀତି ବିରୋଧରେ କନ୍ଧମାଳରେ ପ୍ରତିବାଦ

5
ଫୁଲବାଣୀ : ସାମ୍ବାଦିକ ଓ ସାମାଜିକ କର୍ମୀ ଗୌରୀ ଲଙ୍କେଶ, କର୍ଣ୍ଣାଟକର ଏମ୍.ଏମ୍ କଲ୍ବୁର୍ଗୀ, ମହାରାଷ୍ଟ୍ରର ହେତୁବାଦୀ ଗୋବିନ୍ଦ ପାନ୍ସାରେ ଓ ନରେନ୍ଦ୍ର ଢ଼ାବୋଲ୍କର୍ ସମେତ ଅନ୍ୟମାନଙ୍କୁ ମୌଳବାଦୀ ଶକ୍ତି ମାନଙ୍କ ଦ୍ୱାରା ହତ୍ୟା, ‘ଗୋରକ୍ଷା’ ଓ ‘ଧର୍ମ’ ନାମରେ ଦେଶ ସାରା ଦଳିତ ଓ ମୁସଲମାନଙ୍କୁ ହତ୍ୟା ପ୍ରତିବାଦରେ କନ୍ଧମାଳ ଜିଲ୍ଲା ମହକୁମା ଫୁଲବାଣୀରେ ଆଜି ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆୟୋଜିତ ହୋଇଯାଇଛି । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦାବିରେ ଶାନ୍ତି ପାଇଁ ଅଭିଯାନ, କନ୍ଧମାଳ, ବନବାସୀ ସୁରକ୍ଷା ପରିଷଦ, କନ୍ଧମାଳ ଓ ଇନସାଫ୍, ଓଡ଼ିଶା ପକ୍ଷରୁ ମିଳିତ ଭାବେ ଏହି ପ୍ରତିବାଦର ଆୟୋଜନ କରାଯାଇଥିଲା । ଗାନ୍ଧୀ ଜୟନ୍ତୀ ଅବସରରେ ଯେଉଁ ବି•ରଧାରା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲା, ଆଜି ସେହି ବି•ରଧାରା ଗୌରୀ ଲଙ୍କେଶ ଓ ଅନ୍ୟମାନଙ୍କୁ ହତ୍ୟା କରି ଚାଲିଛି ବୋଲି ସଂଗଠନ ଗୁଡିକ ଅଭିଯୋଗ କରିଛନ୍ତି ।
ଫୁଲବାଣୀର ମାଦିକୁନ୍ଦା ଛକ ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଶତାଧିକ ଶୋଭାଯାତ୍ରାକାରୀ ଦେଶାତ୍ମବୋଧକ ସଙ୍ଗୀତ ଓ ଗଣତନ୍ତ୍ର ତଥା ସମ୍ବିଧାନର ସୁରକ୍ଷା ପାଇଁ ସ୍ଲୋଗାନ ଦେଇ ସହର ପରିକ୍ରମ କରିଥିଲେ । ଭାରତ ଏକ ଗଣତାନ୍ତ୍ରିକ ଓ ସମ୍ବିଧାନ ଦ୍ୱାରା ପରି•ଳିତ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିଲେ ମଧ୍ୟ ଆଜି ଦେଶରେ ମୌଳବାଦୀ ଓ ଧର୍ମାନ୍ଧ ଶକ୍ତିମାନେ ଯେପରି ଆଇନ ବ୍ୟବସ୍ଥାକୁ ଉପହାସକରୀ ଭିନ୍ନ ମତ ଉପରେ ଆକ୍ରମଣକରି •ଲିଛନ୍ତି, ତାହା ଦେଶର ବିବିଧତା ପ୍ରତି ଭୟଙ୍କର ବିପଦ ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ । ଦକ୍ଷିଣପନ୍ଥୀ ଶକ୍ତିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ଆମର ଗଣତନ୍ତ୍ର ଓ ସଦଭାବନା ପ୍ରତି ଯେ ବିପଦ ଏହା ମିଳିତ ମଞ୍ଚ ଦ୍ୱାରା ହିଁ ଫାଶିବାଦୀ ଓ ଏକଛତ୍ରବାଦୀ ଶକ୍ତିକୁ ପ୍ରତିହତ କରାଯାଇପାରିବ । ଦକ୍ଷିଣପନ୍ଥୀ ଉଗ୍ରବାଦ ଯେଉଁଭଳି ହତାଶ, ମୃତୁ୍ୟ ଓ ଧ୍ୱଂସର ପ୍ରକ୍ରିୟା ଆରମ୍ଭ କରିଛି ଓ ଏହାର ପ୍ରସାର ଘଟାଇ •ଲିଛି, ତାହାର ପ୍ରତିରୋଧ ପାଇଁ ବର୍ତ୍ତମାନ ଆମକୁ ସମଭାବାପନ୍ନ ଶକ୍ତିର ସମନ୍ୱୟ ପ୍ରତି ଗୁରୁତ୍ୱ ଦେବାର ସମୟ ଆସିଛି ବୋଲି ସଂଗଠନମାନେ ଆହ୍ୱାନ ଦେଇଥିଲେ । ଏହି ପ୍ରତିବାଦରେ ଇନ୍ସାଫ୍ ପକ୍ଷରୁ ନରେନ୍ଦ୍ର ମହାନ୍ତି, ଶାନ୍ତି ପାଇଁ ଅଭିଯାନ ପକ୍ଷରୁ ମହମ୍ମଦ ସୁକୁର, ପ୍ରସନ୍ନ ବିଷୋୟୀ, ଚକ୍ରଧର ମଲ୍ଲିକ, ବନବାସୀ ସୁରକ୍ଷା ପରିଷଦ ପକ୍ଷରୁ ଆମୋସ ମାଝୀ, ଭାନୁମତୀ ମଲ୍ଲିକ, ପାତ୍ର ମଳିକ, ଅଶୋକ ମାଝୀ, ହେତୁବାଦୀ ଆନେ୍ଦାଳନ ପକ୍ଷରୁ ଡି. ମୋହନ ରାଓ, ସରକାରୀ କର୍ମ•ରୀ ମହାସଂଘ କୋଅର୍ଡିନେସନ୍ କମିଟିର ସମ୍ପାଦକ କିଶୋର ମିଶ୍ର, ଫୁଲବାଣୀ ନାଗରିକ ସମାଜର ବରିÂ ନେତା ବ୍ରହ୍ମାନନ୍ଦ ବେହେରା, ଆଦିବାସୀ ଅଧିକାର ଆନେ୍ଦାଳନ ପକ୍ଷରୁ ବଳଭଦ୍ର ମଲ୍ଲିକ ପ୍ରମୁଖ ନେତୃତ୍ୱ ନେଇଥିଲେ । ଗାନ୍ଧୀଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ ପରେ ଶୋଭାଯାତ୍ରାକାରୀ ମାନେ ସେଠାରେ ଏକ ପ୍ରତିବାଦ ସମାବେଶର ଆୟୋଜନ କରିଥିଲେ ।

Share in top social networks!