ବିଜେଡି ଏବଂ କଂଗ୍ରେସ ଦଳ ତ୍ୟାଗ କରି ବହୁ ବିଶିଷ୍ଟ ନେତୃବୃନ୍ଦ ନିଜର ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେଲେ

Joining_0310 (2) ଶାସକ ବିଜେଡିର ନୀତି, କାର୍ଯ୍ୟଶୈଳୀରେ ଅତିଷ୍ଟ ହୋଇ ବହୁ ନେତା ଏବଂ କର୍ମୀ ଆଜି ବିଜେଡି ଦଳ ପରିତ୍ୟାଗ କରି ଆନିÂାନିକ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଏବଂବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଜେଡି ନେତା ତଥା କଂପୁର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଓ ସମିତି ସଭ୍ୟ ଶ୍ରୀ କାଳୁଚରଣ ଖଣ୍ଡାୟତ ଆଜି ନିଜର ହଜାର ହଜାର ସମର୍ଥକଙ୍କ ଗ୍ରହଣରେ ଆସି ଆନୁÂାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଖଣ୍ଡାୟତଙ୍କ ସହ ବିପିନ ସେଠୀ, ଲୋକନାଥ ପଟ୍ଟନାୟକ, ଶ୍ରୀମତୀ ନର୍ମଦା ରାୟସିଂହ, ସଂଜୀବ ପାହାଡସିଂହ, ଅମରେନ୍ଦ୍ର ବଳିଆରସିଂହ, ଶ୍ରୀମତୀ ମାମିନୀ ଶ୍ରୀଚନ୍ଦନ, ବିପିନ ସାମନ୍ତରାୟ, ଉମାକାନ୍ତ ପାହାଡସିଂହ ମନୋରଂଜନ ସାହୁ, ବିଶୋଇ ପ୍ରଧାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ରାଜ୍ୟ ସଂପାଦକ ଡ.ଯତୀନ ମହାନ୍ତି, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଷ ଜେନା, ଜିତୁ ମିତ୍ର, ନିକୁଞ୍ଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
କଟକ ଜିଲ୍ଲାର ବିଜେଡି ନେତା ତଥା ନିଆଳି ପଂଚାୟତ ସମିତି ଅଧ୍ୟକ୍ଷ ତଥା ଯୁବ ନେତା ଶ୍ରୀ ନ୍ୟାୟବ୍ରତ ରାଉତ ମଧ୍ୟ ନିଜର ଶତାଧିକ ସମର୍ଥକଙ୍କ ଗ୍ରହଣରେ ଆସି ବିଜେପିରେ ଯୋଗଦାନ କରିଛନ୍ତି । କଂଟାପଡା ପଂଚାୟତ ସମିତି ପୂବ୭ତନା ଅଧ୍ୟକ୍ଷା ବିଷ୍ନୁପ୍ରିୟା ପ୍ରଧାନ, ସାଗରିକା ଲେଂକା, ଲକ୍ଷ୍ମୀପ୍ରିୟା ଲେଂକା, ମନୋରମା ବାରିକ ପ୍ରମୁଖ ସାମିଲ ହୋଇଛନ୍ତି । ଏହି ଅବସରରେ ଜିଲ୍ଲା ସଭାପତି ଚୈା.ହେମନ୍ତ ସାହୁ, ସୁଶାନ୍ତ ମଲ୍ଲିକ, ଛବି ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀ ଜିଲ୍ଲା ନିମାପଡାର ବିଜେଡି ନେତା ଅଜୟ ମିଶ୍ର, ବ୍ରଜେନ୍ଦ୍ର ଜେନା, ଦ୍ୱିଜବର ବରାଳ, କଂଗ୍ରେସ ନେତା ଭୀମସେନ ମଲ୍ଲିକ, ଉଗ୍ରସେନ ବିଶ୍ୱାଳ ପ୍ରମୁଖ ଆନୁÂାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ଅବସରରେ ସ୍ଥାନୀୟ ନେତ୍ରୀ ତଥା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଭୁବନେଶ୍ୱରର ୫୯ ନମ୍ବର ୱାର୍ଡ ଅନ୍ତର୍ଗତ କପିଳେଶ୍ୱର ଗ୍ରାମର ଅରବିନ୍ଦ ମହାପାତ୍ର, ପ୍ରବୋଧ ନନ୍ଦ ମହାପାତ୍ର, ସୁରେନ୍ଦ୍ର ମଲିଆ, କିଶୋର ଚନ୍ଦ୍ର ମଲିଆ, ବସନ୍ତ ମହାପାତ୍ର ପ୍ରମୁଖ ଆନୁÂାନିକ ଭାବେ ବିଜେପିରେ ଯୋଗ ଦାନ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ମୁଖପାତ୍ର ଗୋଲକ ପ୍ରସାଦ ମହାପାତ୍ର, ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
ନୂତନ ଭାବେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସଭାପତି ଶ୍ରୀ ପଣ୍ଡା ଏବଂ ବିଧାୟକ ଦଳ ନେତା ଶ୍ରୀ ସିଂହଦେଓ ଉତରୀୟ ଏବଂ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ ।

Share in top social networks!