ମାଷ୍ଟର କାର୍ଡ ଗ୍ଳୋବାଲ ଡେଷ୍ଟିନେସନ୍ ୧୦୦ଟି ଶ୍ରେÂ ସହର ମଧ୍ୟରେ ଭାରତର ୬ଟି ସହର

13716031_1000813576681978_9066120803709509633_n

ମାଷ୍ଟକାର୍ଡ ଗ୍ଲୋବାଲ-୨୦୧୭ ଶ୍ରେÂ ସହର ମଧ୍ୟରେ ଭାରତର ୬ଟି ସହର ରହିଛି । ସେସବୁ ସହର ଗୁଡିକ ହେଉଛନ୍ତି ଚେନ୍ନାଇ, ମୁମ୍ବାଇ, ଦିଲ୍ଲୀ, କୋଲକତା, ପୁନେ ଓ ବାଙ୍ଗାଲୁର୍ । ଚେନ୍ନାଇ ଭାରତ ଶ୍ରେÂ ସହର ଭାବେ ପ୍ରତିପାଦିତ ହୋଇଥିବାବେଳେ ଏସିଆ ପାସିଫିକ୍ର ୧୦ଟି ଶ୍ରେÂ ସହର ମଧ୍ୟରେ ସ୍ଥାନ ହାସଲ କରିପାରିଛି ।

୨୦୧୬ରେ ପର୍ଯ୍ୟଟକ ପସନ୍ଦ କରୁଥିବା ପୃଥବୀର ୧୩୨ଟି ସହରର ତାଲିକା ପ୍ରକାଶ ପାଇଥିଲା । ଏସବୁ ସହରର ବିକାଶ ହାର ଆଧାରରେ ତାଲିକା ପ୍ରସ୍ତୁତ କରାଯାଇଛି । ୨୦୧୬ ରିପୋର୍ଟ ଅନୁସାରେ ଏସିଆ ପାସିଫିକ୍ରେ ୯୧.୧୬ ବିଲିୟନ୍ ଡଲାର ଯାତ୍ରା ଖର୍ଚ୍ଚ ପର୍ଯ୍ୟଟକଙ୍କ ଦ୍ୱାରା ହୋଇଥିବାବେଳେ ୟୁରୋପରେ ଏହାର ପରିମାଣ ୭୪.୭୪ ବିଲିୟନ୍ ଡଲାର ରହିଛି । ସେହିପରି ଉତର ଆମେରିକାରେ ଏହାର ପରିମାଣ ୫୫.୦୨ଡଲାର ରହିଛି ।

ଏହି ଅବସରରେ ମାଷ୍ଟରକାର୍ଡ ଆଡଭାଇରଜ ଏସିଆ ପାସିଫିକ୍ ବରିÂ ଉପସଭାପତି ଏରିକ୍ ସ୍କେିନିଡର କହିଲେ, “ ଏସିଆ ପାସିଫିକ୍ରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି । ଏହାର ଦ୍ୱାରା ସରକାରୀ ତଥା ଘରୋଇ ଅଂଶୀଦାରଙ୍କ ବିଶେଷ ଲାଭ ହେଉଛି । ଏହି କ୍ଷେତ୍ରରେ ଆର୍ଥିକ ବିକାଶ ଉପରେ ଏହା ମାଧ୍ୟମରେ ସକରାତ୍ମକ ପ୍ରଭାବ ଅନୁଭୂତ ହେଉଛି । ପର୍ଯ୍ୟଟକ ଏହି ଅଂଚଳରେ ବ୍ୟବସାୟିକ ତଥା ଭ୍ରମଣ ଉଦେ୍ଧଶ୍ୟରେ ଯାତ୍ରା କରୁଛନ୍ତି ।”
୨୦୧୬ ରିପୋର୍ଟ ଅନୁସାରେ ଏସିଆ ପାସିଫିକ୍କୁ ପର୍ଯ୍ୟଯକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ହେଉଛି । ଏହି ସମୟ ମଧ୍ୟରେ ବ୍ୟାଙ୍କକକୁ ୧୯.୪୧ ନିୟୁତ ପର୍ଯ୍ୟଟକ ଆସିଥିବାବେଳେ ଲଣ୍ଡନକୁ ୧୯.୦୬ ନିୟୁତ ପର୍ଯ୍ୟଟକ ଆସିଛନ୍ତି । ସେହିପରି ସିଙ୍ଗାପୁରକୁ ୧୩.୧୧ ନିୟୁତ ପର୍ଯ୍ୟଟକ, ନୁ୍ୟୟର୍କକୁ ୧୨.୭ ନିୟୁତ ପର୍ଯ୍ୟଟକ ଓ ସିଓଲକୁ ୧୨.୩୯ ନିୟୁତ ପର୍ଯ୍ୟଟକ ଆସିଛନ୍ତି । ପ୍ୟାରିସ୍କୁ ୧୫.୪୫ ନିୟୁତ, ଦୁବାଇକୁ ୧୪.୮୭ ନିୟୁତ, କୁଆଲାମ୍ପୁରକୁ ୧୧.୨୮ ନିୟୁତ, ଟୋକିଓକୁ ୧୧.୧୫ ନିୟୁତ, ଇସ୍ତାନବୁଲ୍କୁ ୯.୧୬ ନିୟୁତ ପର୍ଯ୍ୟଟକ ଆସିଥିଲେ ।

ସମ୍ପ୍ରତି ପୃଥିବୀର ୧୩୨ଟି ସହରର ପର୍ଯ୍ୟଟନ ଅଭିବୃଦ୍ଧିହାର ୨୦୦୯ ତୁଳନାରେ ୫୫.୨ ପ୍ରତିଶତରୁ ୪୧.୧ ପ୍ରତିଶତକୁ ବୃଦ୍ଧି ପାଇଛି । ଏସବୁ ସହରର ଜିଡିପି ୨୦୦୯ରୁ ୨୦୧୭ ମଧ୍ୟରେ କମାଗତ ବୃଦ୍ଧି ପାଉବାରେ ଲାଗିଛି । ଏସିଆପାିଫିକ୍, ମଧ୍ୟପାଚ୍ୟ ଏବଂ ଆଫ୍ରିକାର ବିଭିନ୍ନ ସହରରେ ପର୍ଯ୍ୟଟନ ଶିଳ୍ପର ଚାହିଦା ବଢ଼ିବାରେ ଲାଗିଛି । ଆମେରିକା, ଚାଇନା, ମାଲେସିୟା, ଦକ୍ଷିଣ କୋରିଆ, ଜାକର୍ତା, ହନୋଇ, ଓସାକା, ଚେଙ୍ଗେଡୁ, କଲୋମ୍ବା, ଆବୁଧାବି, ଟୋକିଓ, ରିୟାଧା, ଲିମା, ତାଇପେଇ ପ୍ରଭୃତିରେ ପର୍ଯ୍ୟଯକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Share in top social networks!