ବିରୋଧୀଙ୍କ ଅପ ପ୍ରଚାର ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଲଟା ପ୍ରଶ୍ନ

ଜୀରା ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଷୁଡିବା ନେଇ ପ୍ରଶ୍ନ କରିବା କଣ ଅପ ପ୍ରଚାର – ଧର୍ମେନ୍ଦ୍ର ପ୍ରଧାନ
• ମା-ଭଉଣୀ ମାନେ ଖୋଲା ଆକାଶ ତଳେ ପ୍ରସବ କରିବା ନେଇ ପ୍ରତିବାଦ କରିବା ଅପ ପ୍ରଚାର କି ?
• ଯୁବକ ମାନଙ୍କ ଠାରୁ ଚାନ୍ଦା ଆଦାୟ ପରେ ନିଯୁକ୍ତି ମେଳା ନ କରିବା କଣ ଅପ ପ୍ରଚାର ?
• ସିଏଜି ଆଙ୍ଗନବାଡି ପରିଚାଳନା ଓ ବିଏମସି ଆର୍ଥିକ ହେରଫେର ନେଇ କରିଥିବା ପ୍ରଶ୍ନକୁ ଉଠାଇବା କଣ
ଅପ ପ୍ରଚାର ?
• ମୁଖ୍ୟମନ୍ତ୍ରୀଙ୍କ ପିଡବ୍ଲୁଡି ଓ ଇରିଗେସନ ବିଭାଗରେ ଅଧିକ ମାତ୍ରାରେ ପିସି କାରବାର କାରଣରୁ ପୋଲ ଭୁଷୁଡି
ପଡିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ବିରୋଧୀ ଦଳର ଦାୟିତ୍ୱ
• ମିଥ୍ୟା ତଥ୍ୟର ସୌଦାଗରଙ୍କର ଗଣମାଧ୍ୟମ ଓ ବିରୋଧୀ ଉଠାଉଥିବା ପ୍ରଶ୍ନର ଉତର ଦେବା ପାଇଁ ସତସାହସ
ନ ଥିବା କାରଣରୁ କୁମ୍ଭୀର କାନ୍ଦଣା କାନ୍ଦି ମିଛ ବାହାନାର ଆଶ୍ରୟ ନେଉଛନ୍ତି
• ଅନ୍ୟ ରାଜ୍ୟରେ କୃଷି ଋଣ ଛାଡ ଓ ବୋନଓ ପରିପ୍ରେକ୍ଷୀରେ ଏହା ଦାବି କରିବା ଅପ ପ୍ରଚାର କି ?
• ଦୀର୍ଘ ସମୟ ଧରି ଶାସନରେ ରହିଲେ ଅହଂକାର ଆସିଯିବା ସ୍ୱାଭାବିକ
• ଜାଗିରଦାରୀ ଓ ଅହଂକାରୀ ମାନସିକତା ବିରୁଦ୍ଧରେ ନିର୍ଣାୟକ ଜନ ଆନେ୍ଦାଳନ ପାଇଁ ପ୍ରସ୍ତୁତ ହେଉଛି ବିଜେପି
20171003110252_5G1A4954

ବିରୋଧୀ ଦଳ ମାନେ ବିଜେଡି ଓ ସରକାର ବିରୁଦ୍ଧରେ ଅପ ପ୍ରଚାର କରିବା , ଶୂନ୍ୟରେ ଓ ସ୍ୱପ୍ନରେ ଘର ତୋଳୁଛନ୍ତି ଓ ଏଥିରେ ସେମାନେ ସଫଳ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ବକ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ବରଗଡ ଜିଲ୍ଲାର ଭେଡେନ ବ୍ଲକରେ ଜୀରା
ନଦୀ ଉପରେ ନିର୍ମାଣାଧୀନ ପୋଲ ଭୁଷୁଡିବା, ଅଟୋରେ ଖଟରେ, ବେତା ଟୋକେଇରେ ପ୍ରସୁତି ବୁହା ହୋଉ ମା-ଭଉଣୀ ନେ ଖୋଲା ଆକାଶ ତଳେ ପ୍ରସବ କରିବା ନେଇ ପ୍ରତିବାଦ କରିବା ଅପ ପ୍ରଚାର କି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।

ଶ୍ରୀ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ ଜିଲ୍ଲାର ଭେଡେନ ବ୍ଲକରେ ଜୀରା ନଦୀ ଉପରେ ନିର୍ମାଣାଧୀନ ବିଜୁ ସେତୁ ଭୁଷୁଡି ପଡିବା ଅପ ପ୍ରଚାର କି ବୋଲି ପ୍ରଶ୍ନ କରିଛନ୍ତି । ନକ୍ସଲ ପ୍ରଭାବିତ ମାଲକାନଗିରି ଜିଲ୍ଲାରେ ଗୁରୁପ୍ରିୟା ସେତୁ ନିର୍ମାଣାଧୀନ ଅବସ୍ଥାରେ ବାରମ୍ବାର ଭୁଷୁଡିବା ଯାତମୁଣ୍ଡା,ନେତପୁର, ବୁଗୁଡା, ନୂଆପାଟଣା ତଥା ରାଜଧାନୀର ବମିଖାଲ ଠାରେ ନିର୍ମାଣାଧୀନ ପୋଲ ଓ ଫ୍ଲାଇ ଓଭର ବ୍ରିଜ ଭୁଷୁଡି ପଡିବା କଥା ଅପ ପ୍ରଚାର କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଯୁବକ ମାନଙ୍କ ଠାରୁ ଚାନ୍ଦା ଆଦାୟ ପରେ ନିଯୁକ୍ତି ମେଳା ନ କରିବା ଅପ ପ୍ରଚାର କି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ । ସେ ଅଟୋରେ ଖଟରେ, ବେତା ଟୋକେଇରେ ପ୍ରସୁତି ବୁହା ହେବା, ଅସମ୍ମାନଜନକ ଭାବରେ ମା-ଭଉଣୀ ମାନେ ଖୋଲା ଆକାଶ ତଳେ ପ୍ରସବ କରିବା ନେଇ ପ୍ରତିବାଦ ଅପ ପ୍ରଚାର କି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି ।

ସିଏଜି ଆଙ୍ଗନବାଡି ପରିଚାଳନା ଓ ବିଏମସି ଆର୍ଥିକ ହେରଫେର ନେଇ ଉଠାଇଥିବା ପ୍ରଶ୍ନକୁ ସମାଲୋଚନା କରି ରାଜନୈତିକ ଭାବେ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ଲୋକଙ୍କ ପାଖକୁ ନେବା କଣ ଅପ ପ୍ରଚାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପିଡବ୍ଲୁଡି ଓ ଇରିଗେସନ ବିଭାଗରେ ଅଧିକ ମାତ୍ରାରେ ପିସି କାରବାର କାରଣରୁ ପୋଲ ଭୁଷୁଡି ପଡିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ବିରୋଧୀ ଦଳର ଦାୟିତ୍ୱ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ କୃଷକ ମାନଙ୍କ ପାଇଁ ମହାରାଷ୍ଟ୍ର, ଉତର ପ୍ରଦେଶ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଜ ପ୍ରଭୃତି ରାଜ୍ୟ କୃଷିଋଣ ଛାଡ କରିବା ଓ ଚାଷୀ ମାନଙ୍କ ପାଇଁ ରାଜ୍ୟ ବଜେଟରୁ ବୋନସ ବ୍ୟବସ୍ଥା କରିଛନ୍ତି । ଏପରି ପରିପ୍ରେକ୍ଷୀରେ ଓଡିଆ ଚାଷୀଙ୍କ ପାଇଁ କୃଷି ଋଣ ଛାଡ କରିବା ଓ ବୋନସ ଦାବି କରିବା ଅପ ପ୍ରଚାର କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ମିଥ୍ୟା ତଥ୍ୟର ସୌଦାଗରଙ୍କର ଗଣମାଧ୍ୟମ ଓ ବିରୋଧୀ ଉଠାଉଥିବା ପ୍ରଶ୍ନର ଉତର ଦେବା ପାଇଁ ସତସାହସ ନ ଥିବା କାରଣରୁ କୁମ୍ଭୀର କାନ୍ଦଣା କାନ୍ଦି ମିଛ ବାହାନାର ଆଶ୍ରୟ ନେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଆ ଲୋକଙ୍କୁ ସ୍ୱପ୍ନ ଦେଖାଇବାର ଅଧିକାର କେବଳ ତାଙ୍କର ଅଛି ବୋଲି ଅହଙ୍କାର ଦେଖାଉଛନ୍ତି । ଆଉ କେହି ସ୍ୱପ୍ନ
ଦେଖି ପାରିବେ ନାହିଁ ବୋଲି ମାନସିକତା ଦେଖାଇ ପ୍ରଜାତନ୍ତ୍ରକୁ ତାଙ୍କର ଜାଗିର ବୋଲି ଭାବୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ସମୟ ଧରି ଶାସନରେ ରହିଲେ ଅହଂକାର ଆସିଯିବା ସ୍ୱାଭାବିକ । ଦୀର୍ଘ ଦିନ ଧରି ଶାସନରେ ରହିବା କାରଣରୁ ଅସହିଷ୍ଣୁତା ତାଙ୍କର ଅସ୍ଥିମଜ୍ଜାଗତ ହୋଇ ଯାଇଛି । ବିଜେପି ଏହି ଜାଗିରଦାରୀ ଓ ଅହଂକାରୀ ମାନସିକତା ବିରୁଦ୍ଧରେ ନିର୍ଣାୟକ ଜନ ଆନେ୍ଦାଳନ ପାଇଁ ପ୍ରସ୍ତୁତ ହେଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!