ହିରୋ ମୋଟୋକର୍ପ ପକ୍ଷରୁ ଭାରତୀୟ ଜାତୀୟ ୟୁ-୧୭ ଫୁଟବଲ୍ ଟିମ୍ଙ୍କୁ ସହାୟତା

ବିଶ୍ୱର ବୃହତ୍ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ଭାରତର ଜାତୀୟ ୟୁ-୧୭ ଫୁଟବଳ ଟିମ୍ଙ୍କୁ ସହାୟତା ସମ୍ପର୍କରେ ଘୋଷଣା କରାଯାଇଛି । ୨୦୧୭ରେ ଭାରତରେ ଅନୁÂିତ ହେବାକୁ ଥିବା ଫିଫା- ୟୁ-୧୭ ବିଶ୍ୱ କପ୍ ପାଇଁ ଟିମ୍ ସଦସ୍ୟଙ୍କୁ ଶୁଭକାମନା କରାଯାଇଛି । ଏହା ଅକ୍ଟୋବର ୬ ତାରିଖରୁ ଆରମ୍ଭ ହେବ ।

ଏହି ଅବସରରେ ହିରୋ ମୋଟୋକର୍ପ ଲିଃ.ର ଅଧ୍ୟକ୍ଷ, ପରିଚାଳନା ନିଦେ୍ର୍ଧଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୱନ ମୁଞ୍ଜଲ୍ ଭାରତୀୟ ଦଳ ଓ କୋଚ୍ଙ୍କୁ ଏକ ଆୟୋଜିତ ଉତ୍ସବରେ ସ୍ୱାଗତ କରିଛନ୍ତି ।

ଏହି ଅବସରରେ ସେ ଦଳର ଅଧିନାୟକ ଅମରଜିତ୍ ସିଂ କିୟାମ୍, ସର୍ବଭାରତୀୟ ଫୁଟବଲ ଫେଡେରେସନ୍(ଏଆଇଏଫଏଫ୍) ଅଧିକାରୀ ତଥା ୟୁ-୧୭ ଟିମ୍ କୋଚ୍ ଲୁଇସ୍ ନୋରର୍ଟନ୍ ଡେ ମାଟୋସ୍ଙ୍କ ସହିତ ସାକ୍ଷାତ୍ କରିଥିଲେ ।

ଏହି ଅବସରରେ ହିରୋ ମୋଟୋକର୍ପ ଲିଃ.ର ଅଧ୍ୟକ୍ଷ, ପରିଚାଳନା ନିଦେ୍ର୍ଧଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପୱନ ମୁଞ୍ଜଲ୍ କହିଲେ,”ହିରୋ ଦେଶରେ ପୁଟବଲ ଖେଳର ଦୃଢ଼ ସମର୍ଥକ ଭାବେ କାର୍ଯ୍ୟ କରୁଛି । ଏହାର ଉଭୟ ପୁରୁଷ ଓ ମହିଳା ଟିମ୍ର ପ୍ରୋତ୍ସାହକ ଭାବେ କାର୍ଯ୍ୟ ଜାରି ରଖିଛି । ଏହା ହିରୋ ଆଇଏସଏଲ୍, ହିରୋ ଆଇ-ଲିଗ୍ ଓ ହିରୋ ସୁପର କପ୍ର ଟାଇଟେଲ୍ ପ୍ରୋତ୍ସାହକ ରହିଛି । ଦେଶରେ ସ୍କୁଲ ପିଲା ଓ ଯୁବବର୍ଗଭ୍କ ମଧ୍ୟରେ ଫୁଟବଲ ଖେଳର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ଫିଫା ୟୁ-୧୭ ବିଶ୍ୱ କପ୍ ପାଇଁ ମୁଁ ହିରୋ ମୋଟୋ କର୍ପ ପକ୍ଷରୁ ଭାରତୀୟ ୟୁ-୧୭ ଟିମ୍ଙ୍କୁ ଶୁଭକାମନା ଜଣାଉଛି ।”

ଏହି ବିଶ୍ୱକପ୍ ଗୋଆ, ମୁମ୍ବାଇ, ଗୌହ୍ୱାଟି, କୋଲକତା, ନୂଆଦିଲ୍ଲୀ ଏବଂ କୋଚିରେ ଅନୁÂିତ ହେବ । ହିରୋ ଫୁଟବଲ୍, ଗଲ୍ଫ, କ୍ରିକେଟ୍, ହକି ପ୍ରଭୃତିର ପ୍ରୋତ୍ସାହକ ଭାବେ କାର୍ଯ୍ୟ କରୁଛି ।

Share in top social networks!