ଅକ୍ଟୋବର ୨ରେ ଜି ସିନେମାରେ ‘ଟଇଲେଟ୍ ଏକ ପ୍ରେମ୍ କଥା’ର ପ୍ରିମିୟର

22154603_1507871645974770_120446383021181460_n
ଜି ସିନେମାରେ ୨୦୧୭ ଅକ୍ଟୋବର ୨ତାରିଖ ରବିବାର ଦିନ ମଧ୍ୟାହ୍ନ ୧୨ଟାରେ ଅକ୍ଷୟ କୁମାରଙ୍କ ଅଭିନୀତ ‘ଟଇଲେଟ୍ ଏକ ପ୍ରେମ୍ କଥା’ର ପ୍ରିମିୟର୍ ପ୍ରସାରିତ ହେବ । ଏହାର ନିଦେ୍ର୍ଧଶନା ଶ୍ରୀ ନାରାୟଣ ସିଂ ଦେଇଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ସମ୍ପର୍କରେ ଦର୍ଶାଯାଇଛି । କେଶବ(ଅକ୍ଷୟ କୁମାର) ଏବଂ ଜୟା( ଭୂମି ପେଦେନ୍କର)ଙ୍କ ବିବାହିତ ଜୀବନରେ ଟଇଲେଟ୍ କିଭଳି ଭୂମିକା ଗ୍ରହଣ କରିଛି ତାହା ଏଥିରେ ଦର୍ଶାଯାଇଛି ।
ଫିଲ୍ମରେ ଅନୁପମ ଖେର୍, ସୁଧିର ପାଣ୍ଡେ ଓ ଦିବେନ୍ଦୁ ଶର୍ମା ଅଭିନୟ କରିଛନ୍ତି । ଅକ୍ଷୟ କୁମାର ତାଙ୍କ ପରମ୍ପରା ବିରୋଧରେ ଲଢେ଼ଇ କରି ଶେଷରେ ସରକାରଙ୍କ ସହଯୋଗ ଲାଭ କରିପାରିଛନ୍ତି । ଜୟା ସହରୀ ଝିଅ ବିବାହ ପରେ ସେ କେଶବଙ୍କ ଗାଁରେ ଟଇଲେଟ୍ ନ ଥିବାରୁ ବିଶେଷ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଫିଲ୍ମର କେତେକ ଡଇଲଗ୍ ଯେପରିକି, “ ଆପନି ଔରତ କା ସବକେ ସାମନେ୍ ପ୍ରର୍ଦାନ କରନା ଧର୍ମ ହୈ, ୟା ଖୁଲେ ମେଁ ହଗନା ମେଁ ମୋକ୍ଷ ହୋତି ହୈ” ଖୁବ୍ ମଜାଦାର ରହିଥିବାବେଳେ “ ହଁସ ମତ ପାଗଲି” ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିବେ ।

ଫିଲ୍ମ ମାଧ୍ୟମରେ ସମାଜକୁ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଏକ ବାର୍ତା ପ୍ରଦାନ କରାଯାଇଛି । ଏହି ଫିଲ୍ମକୁ ଅନିଲ୍ କପୁର ସଚେତନତାଧର୍ମୀ ଫିଲ୍ମ କହି ସମର୍ଥନ କରିଛନ୍ତି ।
ଦୁଇ ନିର୍ମଳ ହୃଦୟ ଦମ୍ପତିଙ୍କର ସମାଜିକ ପରମ୍ପରା ବିରୋଧରେ ଲଢେ଼ଇ ବେଶ୍ ରୋଚକ ସ୍ଥିତି ସୃଷ୍ଟି କରିଛି । ପରିମଳ ପାଇଁ କିଭଳି ମହିଳା ଗୋÂୀ ଜୟାଙ୍କୁ ସମର୍ଥନ କରୁଛନ୍ତି ତାହା ଫିଲ୍ମରେ ଦର୍ଶାଯାଇଛି ।

Share in top social networks!