ବିଜେଡିର ଜନସଂପର୍କ ପଦଯାତ୍ରା ପ୍ରସଙ୍ଗରେ ଏହି ପଦଯାତ୍ରା ଜନସଂପର୍କ ପାଇଁ ନୁହେଁ, ବରଂ ନିଜ ବିଫଳତାର ଘଂଟ ଘୋଡାଇବା ପାଇଁ: ବିଜେପି

 ୧୦ ଦିନର ପଦଯାତ୍ରାରେ ୧୦ଟି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରତିଦିନ ବିଜେପି ପଚାରିବ ପ୍ରଶ୍ନ
 ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ପୂର୍ତ ବିଭାଗ କାର୍ଯ୍ୟକୁ ନେଇ ପ୍ରଶ୍ନ
 ବିଜେପିକୁ ଉତର ନଦେଲେ ନାହିଁ, ଜନତାଙ୍କ ପାଖରେ ଉତର ରଖିବାକୁ ଦାବି
 କେବଳ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ରାଜ୍ୟର ଶାସକ ବିଜେଡି ୧୭ ବର୍ଷର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇ ପାରିବ ନାହିଁ
 ସିରିଜ୍ ପୋଲ ଭୁଷୁଡିବା ମାମଲାରେ କନିÂ ଯନ୍ତ୍ରୀଙ୍କୁ ନିଲମ୍ବନ କରି କାହିଁକି ରାଜ୍ୟ ସରକାର ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି ?
 ଅଭିଯୁକ୍ତ ପଣ୍ଡା ଇନଫ୍ରାର ମାଲିକ ମାନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ଜାରୀ କରାଯାଇଥିଲେ ମଧ୍ୟ ବିଜେଡି ଦଳର କେଉଁମାନଙ୍କ ପୃÂପୋଷକତା କାରଣରୁ ସେମାନେ ସୁରକ୍ଷିତ ?
 ପୂର୍ବତନ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ପଣ୍ଡା ଇନଫ୍ରାର ମାଲିକ ଓଡିଶା ନିବାସ ଓ ଭବନରେ ଏକା ସାଙ୍ଗରେ ଥିବାର ସିସିଟିଭି ତଥ୍ୟକୁ ସାର୍ବଜନୀନ କରିବେ କି ମୁଖ୍ୟମନ୍ତ୍ରୀ ?
 ବମିଖାଲ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣକାରୀ ଠିକାଦାର ସଂସ୍ଥାରେ ବର୍ତମାନର ପୂର୍ତ ସଚିବଙ୍କ ପୁଂଜି ଲଗାଣ ନେଇ କଂଟ୍ରାକ୍ଟର ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରଖନ୍ତୁ ସ୍ପଷ୍ଟୀକରଣ
 ପୂର୍ବରୁ ସ୍ୱାସ୍ଥ୍ୟ ଓ ଅବକାରୀ ମନ୍ତ୍ରୀ ମାନେ ନିଜ ବିଭାଗର ବିଫଳତା ପାଇଁ ନୈତିକ ଦାୟିତ୍ୱ ନେଇଥିବା ବେଳେ ପୂର୍ତ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ମୁଣ୍ଡ ଉପରେ ନୈତିକ ଦାୟିତ୍ୱ ନେଉନାହାନ୍ତି କାହିଁକି ?
 ଗୁରୁପ୍ରିୟା ସେତୁ ଜୁନ୍ ୨୦୧୭ ଓ ରାଂଚି-ବିଜୟୱାଡା ରାଜପଥ ମାର୍ଚ୍ଚ ୨୦୧୭ ସୁଦ୍ଧା ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଘୋଷଣାନାମାକୁ ଉପସ୍ଥାପିତ କରି ବିଳମ୍ବ ପଛରେ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଦାୟୀ
 ସତ୍ସାହାସ ଥିଲେ ମୁଖ୍ୟମନ୍ତ୍ରୀ ନିଜେ ବୋମିଖାଲ ପୋଲ ସମେତ ବାଙ୍କୀ-ଆଠଗଡ ସଂଯୋଗ ପାଇଁ ଯାତମୁଣ୍ଡିଆ ପୋଲ, ପୁରୀ ଜିଲ୍ଲା ଗୋପଠାରେ କୁଶଭଦ୍ରା ନଦୀ ଉପରେ ନେତପୁର ପୋଲ, ଗୁରୁତ୍ୱପୂର୍ଣ୍ଣ ଗୁରୁପ୍ରିୟା ସେତୁ, କଟକ-ଭୁବନେଶ୍ୱରକୁ ଯୋଡୁଥିବା ନେତାଜୀ ବ୍ରିଜ୍, ବରଗଡ ଭେଡେନରେ ଜିରା ନଦୀ ସେତୁ ନିର୍ମାଣାଧୀନ ଅବସ୍ଥାରେ ବାରମ୍ବାର ଭୁଷୁଡିବା କାରଣ ସହିତ ସମ୍ବଲପୁର ଏବଂ ଜଟଣୀଠାରେ ନିର୍ମାଣଧିନ ସେତୁର ସ୍ଥିତି ସଂପର୍କରେ ଏହି ପଦଯାତ୍ରା ସମୟରେ ଜବାବ୍ ଦିଅନ୍ତୁ
 ପୃଷ୍ଟିହୀନତାର ଶିକାର କିଛି ବିଜେଡି ନେତାଙ୍କୁ ଅସାଧୁ ଠିକାଦାରମାନେ ପୃଷ୍ଟିସାର ଯୋଗାଉଥିବା କାରଣରୁ ସଡକ, ସେତୁ ଆଦିର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଛି

PC_02
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ୧୦ ଦିନ ବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ ବିଜେପି ତରଫରୁ ରାଜ୍ୟର ଶାସକ ଦଳକୁ ଦୃଢ ସମାଲୋଚନା କରାଯାଇଛି । ବିଜେଡିର ଏହି ପଦଯାତ୍ରା ଜନସଂପର୍କ ପାଇଁ ନୁହେଁ, ବରଂ ନିଜ ବିଫଳତାକୁ ଘୋଡାଇବା ପାଇଁ ବୋଲି କହିବା ସହ କେବଳ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ରାଜ୍ୟର ଶାସକ ବିଜେଡି ୧୭ ବର୍ଷର ସ୍ଥାଣୁତା ଓ ଅପାରଗତାକୁ ଲୁଚାଇ ପାରିବ ନାହିଁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଶ୍ରୀ ହରିଚନ୍ଦନ ବିଜେଡିର ପଦଯାତ୍ରା ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୂର୍ତ ବିଭାଗକୁ ନେଇ ପ୍ରଶ୍ନ କରିଥିବା ବେଳେ ବିଜେଡିର ୧୦ ଦିନ ବ୍ୟାପୀ ପଦଯାତ୍ରାର ପ୍ରତ୍ୟେକ ଦିନ ଦଳ ତରଫରୁ ଓଡିଆ ଲୋକଙ୍କ ମନର ପ୍ରଶ୍ନକୁ ଉତଥାପନ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।
ବିଭିନ୍ନ ସମୟରେ ବିଜେଡି ତରଫରୁ ବିଜେପିର ପ୍ରଶ୍ନର ଉତର କାହିଁକି ଦେବୁ ଓ ରାଜ୍ୟର ଶାସକ ଦଳ କେବଳ ଓଡିଶାର ଜନସାଧାରଣଙ୍କ ପାଖରେ ଉତରଦାୟୀ ବୋଲି ସଫେଇ ଦେଇ ଆସିଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ବିଜେପିକୁ ଉତରର ଆବଶ୍ୟକତା ନାହିଁ । ଯେହେତୁ ମୁଖ୍ୟମନ୍ତ୍ରୀ ଜନସମ୍ପର୍କ ପଦଯାତ୍ରାରେ ଯାଉଛନ୍ତି ତାଙ୍କ ଅଧୀନରେ ଥିବା ପୂର୍ତ ବିଭାଗ ସମ୍ବନ୍ଧରେ ଲୋକଙ୍କ ମନରେଥିବା ପ୍ରଶ୍ନର ଉତର ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଆହ୍ୱାନ ଜଣାଇଛନ୍ତି ।
ନିକଟ ଅତୀତରେ ଭୁବନେଶ୍ୱରର ବମିଖାଲ ଠାରେ ନିର୍ମାଣାଧୀନ ଫ୍ଲାଏ ଓଭର ଭୁଷୁଡିପଡି ଲୋକ ମୃତାହତ ହେବା ଘଟଣା ସମେତ ବାଙ୍କୀ-ଆଠଗଡ ସଂଯୋଗ ପାଇଁ ଯାତମୁଣ୍ଡିଆ ପୋଲ, ପୁରୀ ଜିଲ୍ଲା ଗୋପ ଠାରେ କୁଶଭଦ୍ରା ନଦୀ ଉପରେ ନେତପୁର ପୋଲ, ମାଓ ମୁକାବିଲା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗୁରୁପ୍ରିୟା ସେତୁ , କଟକ-ଭୁବନେଶ୍ୱରକୁ ଯୋଡୁଥିବା ନେତାଜୀ ବ୍ରିଜ୍, ବରଗଡ ଜିଲ୍ଲା ଭେଡେନରେ ଜିରା ନଦୀ ସେତୁ ଆଦି ନିର୍ମାଣାଧୀନ ଅବସ୍ଥାରେ ବାରମ୍ବାର ଭୁଷୁଡିବା ପାଇଁ କନିÂ ଯନ୍ତ୍ରୀଙ୍କୁ ନିଲମ୍ବନ କରି ବିଭାଗୀୟ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ୱକୁ କାହିଁକି ଶେଷ କରିଦେଇଛନ୍ତି ? ସମ୍ବଲପୁର ଏବଂ ଜଟଣୀଠାରେ ନିର୍ମାଣଧିନ ସେତୁର ସ୍ଥିତି କ’ଣ ? ଏସମ୍ବନ୍ଧରେ ସନ୍ତୋଷଜନକ ଉତର ଜନସମ୍ପର୍କ ଯାତ୍ରାରେ ଖୋଦ୍ ମୁଖ୍ୟମନ୍ତ୍ରୀ ସତ୍ ସାହାସ ଥିଲେ ରଖନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଆହ୍ୱାନ ଜଣାଇଛନ୍ତି ।
ଭୂବନେଶ୍ୱର ବମିଖାଲ ଫ୍ଲାଏ ଓଭର ଭୁଷୁଡିବା ମାମଲାର ଅଭିଯୁକ୍ତ ପଣ୍ଡା ଇନଫ୍ରାର ମାଲିକ ମାନଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ୍ ଜାରୀ କରାଯାଇଥିଲେ ମଧ୍ୟ ବିଜେଡି ଦଳର କେଉଁମାନଙ୍କ ପୃÂପୋଷକତା କାରଣରୁ ସୁରକ୍ଷିତ ଅଛନ୍ତି ବୋଲି ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ସ୍ୱୀକାର କରନ୍ତୁୁ ବୋଲି ଶ୍ରୀ ହରିଚନ୍ଦନ ଆହ୍ୱାନ କରିଛନ୍ତି ।
ଏହି ପଣ୍ଡା ଇନଫ୍ରାର ମାଲିକ ମାନେ ନୂଆଦିଲ୍ଲୀ ଠାରେ ଓଡିଶା ନିବାସ ଓ ଭବନରେ ନବୀନଙ୍କ ମନ୍ତ୍ରିମଣ୍ଡଳର ଜଣେ ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଖୋଦ୍ ବ୍ୟକ୍ତିଗତ ସଚିବଙ୍କ ସହ ରହିଥିବାର ଖବର ସିସିଟିଭିର ଫୁଟେଜ୍ ଆଧାରରେ ସ୍ୱୀକାର କରିବାକୁ ପୂର୍ବରୁ ବାରମ୍ବାର ଦାବୀ କରାଯାଇଥିଲେ ମଧ୍ୟ ଏହାକୁ କାହିଁକି ଏଡାଇ ଯାଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିବା ସହ ଏହି ଜନ ସମ୍ପର୍କ ପଦଯାତ୍ରାରେ ଏସମ୍ବନ୍ଧରେ ସ୍ପଷ୍ଟୀକରଣ ରଖିବା ପାଇଁ ସେ ଦାବି କରିଛନ୍ତି ।
ଶ୍ରୀ ହରିଚନ୍ଦନ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ‘ପିସି ମଷ୍ଟ ଷ୍ଟପ୍’ କେବଳ ରାଜନୈତିକ ବୟାନବାଜୀ । ସିରିଜ୍ ପୋଲ ଭୁଷୁଡିବା ମାମଲାରେ ପିସିର ଚେର ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଥିବା ବମିଖାଲ ଫ୍ଲାଏ ଓଭର ଭୁଷୁଡିବା ଓ ପଣ୍ଡା ଇନଫ୍ରାର ମାଲିକଙ୍କୁ ସୁରକ୍ଷା ଦେବା ପ୍ରମାଣିତ କରିଛି ବୋଲି କହିବା ସହ ପୃଷ୍ଟିହିନତାର ଶିକାର କିଛି ବିଜେଡି ନେତାଙ୍କୁ ଅସାଧୁ ଠିକାଦାରମାନେ ପୃଷ୍ଟିସାର ଯୋଗାଉଥିବା କାରଣରୁ ସଡକ, ବ୍ରିଜ ଆଦି ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାର ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ବମିଖାଲ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣକାରୀ ଠିକାଦାର ସଂସ୍ଥାରେ ବର୍ତମାନର ପୂର୍ତ ସଚିବଙ୍କ ପୁଂଜି ଲଗାଣ ଓ ପୂର୍ବତନ ଆଇନ ମନ୍ତ୍ରୀଙ୍କ ପୃÂପୋଷକତା ନେଇ କଂଟ୍ରାକ୍ଟର ସଂଘ ପକ୍ଷରୁ କରାଯାଇଥିବା ଅଭିଯୋଗ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଭାବରେ ଜନସମ୍ପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖି ଲୋକମାନଙ୍କ ମନରେ ଥିବା ସନେ୍ଦହକୁ ଦୂର କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ।
ପୂର୍ବରୁ ସ୍ୱାସ୍ଥ୍ୟ ଓ ଅବକାରୀ ମନ୍ତ୍ରୀ ମାନେ ନିଜ ବିଭାଗର ବିଫଳତା ପାଇଁ ନୈତିକ ଦାୟିତ୍ୱ ନେଇଥିବା ବେଳେ ପୂର୍ତ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜ ମୁଣ୍ଡ ଉପରେ ନୈତିକ ଦାୟିତ୍ୱ କାହିଁକି ନେଉ ନାହାନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।
ଏହାସହ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗୁରୁପ୍ରିୟା ସେତୁ ଜୁନ୍ ୨୦୧୭ ସୁଦ୍ଧା ଶେଷ ହେବା ନେଇ ଲିଖିତ ଘୋଷଣାନାମାକୁ ଗଣମାଧ୍ୟମ ସାମ୍ନାରେ ଉପସ୍ଥାପିତ କରି ମାଓ ମୁକାବିଲା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ସେତୁର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପଛରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାଣୁତା ଓ ଅପାରଗତା ଦାୟୀ ବୋଲି ଶ୍ରୀ ହରିଚନ୍ଦନ ଅଭିଯୋଗ କରିଛନ୍ତି । ସେହିପରି ରାଂଚି-ବିଜୟୱାଡା ରାଜପଥ ମାର୍ଚ୍ଚ ୨୦୧୭ ସୁଦ୍ଧା ଶେଷ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନାମାକୁ ଉପସ୍ଥାପିତ କରି ଏହା କାହିଁକି ପୂରଣ ହୋଇପାରିନାହିଁ ବୋଲି ସ୍ପଷ୍ଟୀକରଣ ରଖିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!